ଇଡେନ ଗାର୍ଡେନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ସୁହାନା-ଅନନ୍ୟା

ନୂଆଦିଲ୍ଲୀ,୧୪।୪: କୋଲକାତା ନାଇଟ ରାଇଡର୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮ ୱିକେଟରେ ପରାସ୍ତ କରିଛି। ଏହିପରି, ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଚଳିତ ଋତୁର ଚତୁର୍ଥ ବିଜୟ ହାସଲ କଲା। ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସ ୫ ଟି ମ୍ୟାଚରେ ୮ ପଏଣ୍ଟ ପାଇଛନ୍ତି। ତେବେ କୋଲକାତା ନାଇଟ ରାଇଡର୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ ମ୍ୟାଚର ଏକ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଶାହାରୁଖ ଖାନଙ୍କ ଝିଅ ସୁହାନା […] The post ଇଡେନ ଗାର୍ଡେନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ସୁହାନା-ଅନନ୍ୟା appeared first on Dharitri Odia News.

ଇଡେନ ଗାର୍ଡେନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ସୁହାନା-ଅନନ୍ୟା

ନୂଆଦିଲ୍ଲୀ,୧୪।୪: କୋଲକାତା ନାଇଟ ରାଇଡର୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୮ ୱିକେଟରେ ପରାସ୍ତ କରିଛି। ଏହିପରି, ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଚଳିତ ଋତୁର ଚତୁର୍ଥ ବିଜୟ ହାସଲ କଲା। ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସ ୫ ଟି ମ୍ୟାଚରେ ୮ ପଏଣ୍ଟ ପାଇଛନ୍ତି। ତେବେ କୋଲକାତା ନାଇଟ ରାଇଡର୍ସ ବନାମ ଲକ୍ଷ୍ନୌ ସୁପର ଜିଆଣ୍ଟସ ମ୍ୟାଚର ଏକ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଶାହାରୁଖ ଖାନଙ୍କ ଝିଅ ସୁହାନା ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ କୋଲକାତା ନାଇଟ ରାଇଡର୍ସ ମାଲିକ ଶାହାରୁଖ ଖାନଙ୍କ ସହ ମ୍ୟାଚ ଦେଖୁଥିବାର ନଜର ଆସିଥିଲେ।

ଏହି ସେଲିବ୍ରିଟି ଚେହେରାଙ୍କ ବ୍ୟତୀତ ଶାହାରୁଖ ଖାନଙ୍କ ସାନପୁଅ ଅବରାମ ଖାନ ମଧ୍ୟ ମ୍ୟାଚକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା। ତେବେ ଝିଅ ସୁହାନା ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଏବଂ ପୁଅ ଅବରାମ ଖାନଙ୍କ ସହ ଶାହାରୁଖ ଖାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କ୍ରମାଗତ ଭାବରେ ମନ୍ତବ୍ୟ ଦେଇ ନିଜର ମତାମତ ଦେଉଛନ୍ତି।

The post ଇଡେନ ଗାର୍ଡେନରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ସୁହାନା-ଅନନ୍ୟା appeared first on Dharitri Odia News.