ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !…

ଲଣ୍ଡନ,୩।୨ : ଇଣ୍ଟରନେଟ ହେଉଛି ଆଧୁନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ୱବ୍ୟାପୀ ବହୁ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଦିନରାତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି । ଏହି ନିଶା ହେଉଛି ଏହାର କାରଣ ଯୋଗୁ ସାରା ବିଶ୍ୱରେ ମାନସିକ ବିକୃତି ଦେଖାଯାଉଛି, କିନ୍ତୁ କିଛି ଅଧ୍ୟୟନରୁ ଜଣାପଡିଛି ଇଣ୍ଟରନେଟ ବ୍ୟବହାର ଦ୍ୱାରା କୌଣସି କ୍ଷତି ହୁଏ ନାହିଁ। ଇଣ୍ଟରନେଟ ବ୍ୟବହାର […] The post ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !… appeared first on Dharitri Odia News.

ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !…

ଲଣ୍ଡନ,୩।୨ : ଇଣ୍ଟରନେଟ ହେଉଛି ଆଧୁନିକ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ବିଶ୍ୱବ୍ୟାପୀ ବହୁ ଲୋକ ବିଭିନ୍ନ ଉଦ୍ଦେଶ୍ୟରେ ଦିନରାତି ଇଣ୍ଟରନେଟ ବ୍ୟବହାର କରୁଛନ୍ତି । ଇଣ୍ଟରନେଟ ବ୍ୟବହାର କରିବା କେବଳ ଅଭ୍ୟାସ ନୁହେଁ ବରଂ ଏକ ନିଶା ହୋଇଛି । ଏହି ନିଶା ହେଉଛି ଏହାର କାରଣ ଯୋଗୁ ସାରା ବିଶ୍ୱରେ ମାନସିକ ବିକୃତି ଦେଖାଯାଉଛି, କିନ୍ତୁ କିଛି ଅଧ୍ୟୟନରୁ ଜଣାପଡିଛି ଇଣ୍ଟରନେଟ ବ୍ୟବହାର ଦ୍ୱାରା କୌଣସି କ୍ଷତି ହୁଏ ନାହିଁ।

ଇଣ୍ଟରନେଟ ବ୍ୟବହାର କରୁଥିବା ୨ ନିୟୁତରୁ ଅଧିକ ଲୋକଙ୍କ ଉପରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ସୋସିଆଲ ମିଡିଆ ବ୍ରାଉଜିଂ ଏବଂ ଖେଳ ଭଳି ଅନଲାଇନ କାର୍ଯ୍ୟକଳାପ ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ ନାହିଁ ।
ଅକ୍ସଫୋର୍ଡ ଇଣ୍ଟରନେଟ ଇନଷ୍ଟିଚ୍ୟୁଟର ଗବେଷକମାନେ କହିଛନ୍ତି କୌଣସି ପ୍ରମାଣ ନାହିଁ କିଛି ଗୋଷ୍ଠୀ ଟେକ୍ନୋଲୋଜି ବିକାଶ ଯୋଗୁ ଅଧିକ ବିପଦରେ ଅଛନ୍ତି। ପ୍ରଫେସର ଆଣ୍ଡ୍ରିୟୁ ପ୍ରଜାଇବିଲସ୍କି କହିଛନ୍ତି ଯଦି ଆପ ମାନସିକ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଏ, ତେବେ ଏହାକୁ ପ୍ରମାଣ କରିବାକୁ କେବଳ କମ୍ପାନୀଗୁଡିକ ବ୍ୟବହାରକାରୀଙ୍କ ତଥ୍ୟ ପାଇଥାନ୍ତି। ପ୍ରଫେସର ଆଣ୍ଡ୍ରିୟୁ ପ୍ରଜିବିଲସ୍କି କହିଛନ୍ତି ଆମ ପାଖରେ ଥିବା ତଥ୍ୟ ଦର୍ଶାଉଛି ଏହି କାରଣଗୁଡ଼ିକ ମଧ୍ୟରେ କୌଣସି ବିଶ୍ୱସ୍ତରୀୟ ସମ୍ପର୍କ ନାହିଁ। ସେ କହିଛନ୍ତି ଯଦି ଅନଲାଇନ କାର୍ଯ୍ୟକଳାପ ପ୍ରକୃତରେ ମାନସିକ ସମସ୍ୟା ସୃଷ୍ଟି କରୁ୍‌ଥାନ୍ତା ତେବେ ବିପଦ ବହୁତ ଅଧିକ ରହିଥାନ୍ତା।

୨୦୦୫ ରୁ ୨୦୨୨ ମଧ୍ୟରେ ୧୬୮ ଟି ଦେଶରେ ୧୫ରୁ ୮୯ ବର୍ଷ ବୟସର ୨.୪ ନିୟୁତ ଲୋକଙ୍କ ମନୋବିଜ୍ଞାନ ଉପରେ ମାନସିକ ଅବସ୍ଥା ଉପରେ ଅଧ୍ୟୟନ କରାଯାଇଥିଲା। ଯଦିଓ ଯୁବବର୍ଗମାନଙ୍କ ମଧ୍ୟରେ ମାନସିକ ସ୍ବାସ୍ଥ୍ୟ ସମସ୍ୟା ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟରେ ଏକ ବ୍ୟାପକ ସମ୍ପର୍କର କିଛି ପ୍ରମାଣ ଥିଲା, କିନ୍ତୁ ତାହା ଚୂଡାନ୍ତ ନୁହେଁ ବୋଲି ଜଣାପଡ଼ିଥିଲା।
ଗବେଷଣାରୁ ଜଣାପଡିଛି ସୋସିଆଲ ମିଡିଆରେ ସମୟ ହ୍ରାସ କରିବା ଦ୍ୱାରା ମାନସିକ ସ୍ବାସ୍ଥ୍ୟ ଉପକୃତ ହୋଇପାରେ, ଯେଉଁମାନେ ଅନଲାଇନରେ ଦୀର୍ଘ ସମୟ ବିତାଉଛନ୍ତି, ସେମାନଙ୍କର ଅଧିକ କ୍ଷତି ହେବାର ଆଶଙ୍କା ରହିଛି। ମାତ୍ର ଏହା ଦ୍ୱାରା ବହୁ ସ୍ବାସ୍ଥ୍ୟ ଉପକାର ମଧ୍ୟ ହେଉଛି।

The post ଇଣ୍ଟରନେଟ ବ୍ୟବହାର ଦ୍ୱାରା ଶରୀର ଉପରେ ପଡୁଛି ଭଲ ପ୍ରଭାବ !… appeared first on Dharitri Odia News.