ଇଣ୍ଟରଭ୍ୟୁ ଦେଉ ଦେଉ ପଡିଲେ ପ୍ରେମରେ, ଜାଣନ୍ତୁ କେଉଁ କ୍ରିକେଟର ସ୍ପୋର୍ଟ୍ସ ଆଙ୍କରଙ୍କୁ କରିଛନ୍ତି ଜୀବନସାଥୀ

ନୂଆଦିଲ୍ଲୀ ୧୮।୦୭: କ୍ରିକେଟରଙ୍କ ଲଭ୍‌ ଲାଇଫ୍‌ । ଇଣ୍ଟରଭ୍ୟୁ ଦେଉ ଦେଉ ପଡିଲେ ପ୍ରେମରେ । ସ୍ପୋର୍ଟ୍ସ ଆଙ୍କରଙ୍କୁ ଲାଇଫ୍‌ ପାଟର୍ନର କରିଛନ୍ତି କ୍ରିକେଟର । ଲିଷ୍ଟରେ ସାମିଲ ରହିଛନ୍ତି ୨ ଭାରତୀୟ । କ୍ରିକେଟର ଦିଓ୍ବାନା ସାରା ବିଶ୍ବ । କ୍ରିକେଟ ପାଇଁ କ୍ରିକେଟର ବି ଖୁବ୍‌ ପ୍ରସିଦ୍ଧ । ଯେଉଁଥିପାଇଁ କ୍ରିକେଟରଙ୍କ ପର୍ସନାଲ୍‌ ଲାଇଫ୍‌କୁ ଜାଣିବା ନେଇ ସମସ୍ତଙ୍କ ଇଚ୍ଛା । ଅର୍ଥାତ୍‌ ଲଭ୍‌ ଲାଇଫକୁ ନେଇ । ଦୁନିଆରେ କିଛି ଏପରି ପ୍ଲେୟର ଅଛନ୍ତି ଯିଏକି ସ୍ପୋର୍ଟ୍ସ ଆଙ୍କରଙ୍କ ପ୍ରେମରେ ପଡିଛନ୍ତି । ଏଥିରେ ଭାରତର ୨ ପ୍ଲେୟର ମଧ୍ୟ ଅଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ... ଟିମ୍‌ ଇଣ୍ଡିଆର ଷ୍ଟାର୍ ବୋଲର ଜସପ୍ରୀତ ବୁମରା । ସେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଷନଙ୍କୁ ନିଜ ଲାଇଫ ପାର୍ଟନର କରିଛନ୍ତି । ପ୍ରାୟ ଦେଢ ବର୍ଷ ଡେଟ୍‌ କରିବା ପରେ ୨୦୨୧ରେ ଉଭୟ କରିଥିଲେ ବିବାହ । ଜସପ୍ରୀତ ଶିଖ, ସଂଞ୍ଜନା ଦକ୍ଷିଣ ଭାରତୀୟ । ଏହି ଯୋଡିଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ଖୁବ୍‌ ଇଣ୍ଟ୍ରଷ୍ଟିଙ୍ଗ । ବୁମରା କହିଛନ୍ତି କି ଦୁହେଁ ଦୀର୍ଘ ସମୟ ଧରି ପରସ୍ପର ସହ କଥା ହୋଇନଥିଲେ । କାରଣ ସେ ଭାବିଥିଲେ କି ଉଭୟ ଖୁବ୍‌ ଅହଂକାରୀ । କିନ୍ତୁ ୨୦୧୯ରେ ଭାଙ୍ଗିଥିଲା ଏହି ଭୁଲ ବୁଝାମଣା ।  ଏହାପରେ ଉଭୟ ଭଲ ବନ୍ଧୁ ହୋଇଥିଲେ, ଆଉ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ।   ସଞ୍ଜନାଙ୍କ ବ୍ୟତୀତ ମୟନ୍ତୀ ଲେଙ୍ଗର ଜଣେ ସ୍ପୋର୍ଟ୍ସ ଆଙ୍କର ବ

ଇଣ୍ଟରଭ୍ୟୁ ଦେଉ ଦେଉ ପଡିଲେ ପ୍ରେମରେ, ଜାଣନ୍ତୁ କେଉଁ କ୍ରିକେଟର ସ୍ପୋର୍ଟ୍ସ ଆଙ୍କରଙ୍କୁ କରିଛନ୍ତି ଜୀବନସାଥୀ

ନୂଆଦିଲ୍ଲୀ ୧୮।୦୭: କ୍ରିକେଟରଙ୍କ ଲଭ୍‌ ଲାଇଫ୍‌ । ଇଣ୍ଟରଭ୍ୟୁ ଦେଉ ଦେଉ ପଡିଲେ ପ୍ରେମରେ । ସ୍ପୋର୍ଟ୍ସ ଆଙ୍କରଙ୍କୁ ଲାଇଫ୍‌ ପାଟର୍ନର କରିଛନ୍ତି କ୍ରିକେଟର । ଲିଷ୍ଟରେ ସାମିଲ ରହିଛନ୍ତି ୨ ଭାରତୀୟ । କ୍ରିକେଟର ଦିଓ୍ବାନା ସାରା ବିଶ୍ବ । କ୍ରିକେଟ ପାଇଁ କ୍ରିକେଟର ବି ଖୁବ୍‌ ପ୍ରସିଦ୍ଧ । ଯେଉଁଥିପାଇଁ କ୍ରିକେଟରଙ୍କ ପର୍ସନାଲ୍‌ ଲାଇଫ୍‌କୁ ଜାଣିବା ନେଇ ସମସ୍ତଙ୍କ ଇଚ୍ଛା । ଅର୍ଥାତ୍‌ ଲଭ୍‌ ଲାଇଫକୁ ନେଇ । ଦୁନିଆରେ କିଛି ଏପରି ପ୍ଲେୟର ଅଛନ୍ତି ଯିଏକି ସ୍ପୋର୍ଟ୍ସ ଆଙ୍କରଙ୍କ ପ୍ରେମରେ ପଡିଛନ୍ତି । ଏଥିରେ ଭାରତର ୨ ପ୍ଲେୟର ମଧ୍ୟ ଅଛନ୍ତି । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ... 

ଟିମ୍‌ ଇଣ୍ଡିଆର ଷ୍ଟାର୍ ବୋଲର ଜସପ୍ରୀତ ବୁମରା । ସେ ସ୍ପୋର୍ଟ୍ସ ଆଙ୍କର ସଞ୍ଜନା ଗଣେଷନଙ୍କୁ ନିଜ ଲାଇଫ ପାର୍ଟନର କରିଛନ୍ତି । ପ୍ରାୟ ଦେଢ ବର୍ଷ ଡେଟ୍‌ କରିବା ପରେ ୨୦୨୧ରେ ଉଭୟ କରିଥିଲେ ବିବାହ । ଜସପ୍ରୀତ ଶିଖ, ସଂଞ୍ଜନା ଦକ୍ଷିଣ ଭାରତୀୟ । ଏହି ଯୋଡିଙ୍କ ଲଭ୍‌ଷ୍ଟୋରୀ ମଧ୍ୟ ଖୁବ୍‌ ଇଣ୍ଟ୍ରଷ୍ଟିଙ୍ଗ । ବୁମରା କହିଛନ୍ତି କି ଦୁହେଁ ଦୀର୍ଘ ସମୟ ଧରି ପରସ୍ପର ସହ କଥା ହୋଇନଥିଲେ । କାରଣ ସେ ଭାବିଥିଲେ କି ଉଭୟ ଖୁବ୍‌ ଅହଂକାରୀ । କିନ୍ତୁ ୨୦୧୯ରେ ଭାଙ୍ଗିଥିଲା ଏହି ଭୁଲ ବୁଝାମଣା ।  ଏହାପରେ ଉଭୟ ଭଲ ବନ୍ଧୁ ହୋଇଥିଲେ, ଆଉ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା ।   

ସଞ୍ଜନାଙ୍କ ବ୍ୟତୀତ ମୟନ୍ତୀ ଲେଙ୍ଗର ଜଣେ ସ୍ପୋର୍ଟ୍ସ ଆଙ୍କର ବା ଜର୍ଣ୍ଣାଲିଷ୍ଟ । ମୟନ୍ତୀ କ୍ରିକେଟର ଷ୍ଟୁଆର୍ଟ ବିନ୍ନିଙ୍କୁ କରିଛନ୍ତି ବିବାହ । ଷ୍ଟୁଅର୍ଟ ବିସିସିଆଇର ବର୍ତ୍ତମାନର ଅଧ୍ୟକ୍ଷ । ଷ୍ଟୁଆର୍ଟ ଏବଂ ମୟନ୍ତୀ ୨୦୧୨ରେ କରିଥିଲେ ବିବାହ । 'ରେବଲ୍ ଲିଗ୍' ଇଣ୍ଡିଆନ୍ କ୍ରିକେଟ୍ ଲିଗ୍ ସମୟରେ ଷ୍ଟୁଆର୍ଟ ପ୍ରଥମ ଥର ପାଇଁ ମୟନ୍ତୀଙ୍କୁ ଦେଖା ହେଇଥିଲେ। ଏହି ଲିଗରେ ମୟନ୍ତୀ ଷ୍ଟୁଆର୍ଟଙ୍କ ଇଣ୍ଟରଭ୍ୟୁ ନେଇଥିଲେ । ୫ ବର୍ଷର ଡେଟିଂ ପରେ ଏହି ଯୋଡି ହୋଇଥିଲେ ଜୀବନ ସାଥୀ । 

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ସେନ ୱାଟସନ । ସେ ମଧ୍ୟ ସ୍ପୋର୍ଟ୍ସ ଆଙ୍କର୍ ଲି ଫୁରଲଙ୍ଗଙ୍କୁ କରିଛନ୍ତି ବିବାହ । ସେନ ଓ୍ବାଟସନ୍‌ ୨୦୦୪ରେ ପ୍ରଥମ ଥର ପାଇଁ ଲିଙ୍କୁ ଭେଟିଥିଲେ । ୨୦୦୬ରେ ଉଭୟଙ୍କ ପ୍ରେମର ଗାଡି ଆଗେଇଥିଲା । ପ୍ରାୟ ୪ ବର୍ଷ ଧରି ରିଲେସନ୍‌ରେ ରହିବା ପରେ, ଦୁହେଁ ମେ ୨୦୧୦ରେ କରିଥିଲେ ବିବାହ । 

ଅଷ୍ଟ୍ରେଲିଆର ଅଲରାଉଣ୍ଡର ବେନ୍ କଟିଙ୍ଗ । ଟିଭି ହୋଷ୍ଟ ଏରିନ୍ ହଲାଣ୍ଡଙ୍କୁ କରିଛନ୍ତି ବିବାହ । ଏରିନ୍ ନିଜର ସୁନ୍ଦରତାକୁ ନେଇ ବହୁତ ଲୋକପ୍ରିୟ । ସେ ୨୦୧୩ରେ ମିସ୍ ୱାର୍ଲ୍ଡ ଅଷ୍ଟ୍ରେଲିଆ ହୋଇଥିଲେ । ଏରିନ୍ ଏବଂ ବେନ୍ଙ୍କ ଦେଖା ଇନଷ୍ଟାଗ୍ରାମରେ ହୋଇଥିଲା । ୨୦୧୯ରେ ନିର୍ବନ୍ଧ ଏବଂ ୨୦୨୧ରେ କରିଥିଲେ ବିବାହ । ଏରିନ୍ ସ୍ପୋର୍ଟ୍ସ ଆଙ୍କର ହେବା ସହ ସେ ଜଣେ ମଡେଲ୍ ଏବଂ ସିଙ୍ଗର ମଧ୍ୟ । 

ନ୍ୟୁଜିଲ୍ୟାଣ୍ଡର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ମାର୍ଟିନ୍ ଗୁପଟିଲ୍‌ । ସେ ମଧ୍ୟ ନିଜ ଜୀବନ ସାଥୀ ଭାବେ ସ୍ପୋର୍ଟ୍ସ ଆଙ୍କରଙ୍କୁ ବାଛିଛନ୍ତି । ମାର୍ଟିନ ସ୍ପୋର୍ଟ୍ସ ଆଙ୍କର୍ ଲାରା ମ୍ୟାକଗୋଲଡ୍ରିକଙ୍କୁ ବିବାହ କରିଛନ୍ତି । ସେପ୍ଟେମ୍ବର ୨୦୧୪ରେ ବିବାହ କରିଥିଲେ ଏମାନେ । ଏମାନଙ୍କର ପ୍ରଥମ ଦେଖା ଏକ ଇଣ୍ଟରଭ୍ୟୁ ସମୟରେ ହୋଇଥିଲା । ସାକ୍ଷାତକାର ବେଳେ ଲାରା ନର୍ଭସ ଥିଲେ, କିନ୍ତୁ ମାର୍ଟିନ ତାଙ୍କୁ ଉତ୍ସାହିତ କରିଥିଲେ। ଏହାପରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ହୋଇଥିଲେ ଜୀବନ ସାଥୀ । 

ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ମୋର୍ନେ ମୋର୍କେଲ ଅଷ୍ଟ୍ରେଲିଆର ପ୍ରସିଦ୍ଧ ସ୍ପୋର୍ଟ୍ସ ଆଙ୍କର୍ ରୋଜ କେଲିଙ୍କୁ ବିବାହ କରିଛନ୍ତି । ୨୦୧୨ରେ ମୋର୍ନେ ଏବଂ ରୋଜ ପ୍ରଥମଥର ଦେଖା ହୋଇଥିଲେ । ୨୦୧୪ରେ ଆଇପିଏଲ୍ ଟୁର୍ନାମେଣ୍ଟରେ ମୋର୍ନେ ରୋଜଙ୍କୁ ପ୍ରପୋଜ କରିଥିଲେ ।  ଡିସେମ୍ବର ୨୦୧୪ରେ ଦୁହେଁ ବିବାହ କରିଥିଲେ। ବର୍ତ୍ତମାନ ଏହି ସବୁ ଦମ୍ପତ୍ତିରେ ଖୁସିରେ ଜୀବନ କାଟୁଛନ୍ତି ।