ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌

ଭୁବନେଶ୍ୱର,୧୩।୧: ଦକ୍ଷିଣ ପୂର୍ବ ଏସିଆର ବୃହତ୍‌ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପ୍ରଦର୍ଶନୀ ଇଣ୍ଡସ୍‌ ଫୁଡ୍‌ ଏକ୍ସପୋ-୨୦୨୪ରେ ରୁଚି ଫୁଡ୍‌ଲାଇନ୍‌ର ଆକର୍ଷଣୀୟ ଷ୍ଟଲ ସହ ଆନ୍ତର୍ଜାତିକ ବଜାରରେ କମ୍ପାନୀ ତା’ର ବାଣିଜି୍ୟକ ଉପସ୍ଥିତି ଜାହିର କରିଛି। ଏପରିକି ଗ୍ରେଟର ନଏଡାର ଇଣ୍ଡିଆ ଏକ୍ସପୋଜିସନ୍‌ ମାର୍ଟଠାରେ ଆୟୋଜିତ ଉକ୍ତ ଆନ୍ତର୍ଜାତିକ ଖାଦ୍ୟ ପ୍ରଦର୍ଶନୀରେ ୮୦ଟି ଦେଶରୁ ଆସିଥିବା ୬୦୦ରୁ ଅଧିକ ବିଭିନ୍ନ ବର୍ଗର ଉଦ୍ୟୋଗୀ ସେମାନଙ୍କର ବିକଶିତ ଜ୍ଞାନକୌଶଳରେ ସମୃଦ୍ଧ ଉଦ୍ୟୋଗ ଏବଂ ଉପତ୍ାଦିତ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି। ଅପରପକ୍ଷରେ ଦୀର୍ଘ […] The post ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌ appeared first on Dharitri Odia News.

ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌

ଭୁବନେଶ୍ୱର,୧୩।୧: ଦକ୍ଷିଣ ପୂର୍ବ ଏସିଆର ବୃହତ୍‌ ଖାଦ୍ୟ ପ୍ରକିୟାକରଣ ଶିଳ୍ପ ପ୍ରଦର୍ଶନୀ ଇଣ୍ଡସ୍‌ ଫୁଡ୍‌ ଏକ୍ସପୋ-୨୦୨୪ରେ ରୁଚି ଫୁଡ୍‌ଲାଇନ୍‌ର ଆକର୍ଷଣୀୟ ଷ୍ଟଲ ସହ ଆନ୍ତର୍ଜାତିକ ବଜାରରେ କମ୍ପାନୀ ତା’ର ବାଣିଜି୍ୟକ ଉପସ୍ଥିତି ଜାହିର କରିଛି। ଏପରିକି ଗ୍ରେଟର ନଏଡାର ଇଣ୍ଡିଆ ଏକ୍ସପୋଜିସନ୍‌ ମାର୍ଟଠାରେ ଆୟୋଜିତ ଉକ୍ତ ଆନ୍ତର୍ଜାତିକ ଖାଦ୍ୟ ପ୍ରଦର୍ଶନୀରେ ୮୦ଟି ଦେଶରୁ ଆସିଥିବା ୬୦୦ରୁ ଅଧିକ ବିଭିନ୍ନ ବର୍ଗର ଉଦ୍ୟୋଗୀ ସେମାନଙ୍କର ବିକଶିତ ଜ୍ଞାନକୌଶଳରେ ସମୃଦ୍ଧ ଉଦ୍ୟୋଗ ଏବଂ ଉପତ୍ାଦିତ ସାମଗ୍ରୀର ପ୍ରଦର୍ଶନ କରିଛନ୍ତି। ଅପରପକ୍ଷରେ ଦୀର୍ଘ ୪୮ବର୍ଷ ଧରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଓ ଓଡ଼ିଶା ବାହାରେ ସୁନାମ ଅର୍ଜନ କରିଥିବା ରୁଚି ଶିଳ୍ପୋଦ୍ୟୋଗ ମସଲା, ପିସ୍ତା, ସିମାଇଜାତ ପଦାର୍ଥ ସହ ଫାର୍ମ-ବି ଦ୍ୱାରା ଉପତ୍ାଦିତ ସ୍ବାସ୍ଥ୍ୟପ୍ରଦ ସାମଗ୍ରୀ ଯଥା କର୍ନଫ୍ଲେକ୍ସ, ମୁସେଲି, ଓଟସ୍‌ ସହିତ ନୂତନ ଭାବେ ଉପତ୍ାଦିତ ମସଲା ଓଟସ୍‌ ଓ ଅନ୍ୟାନ୍ୟ ପାସ୍ତା ସାମଗ୍ରୀ ଇତ୍ୟାଦି ଉକ୍ତ ପ୍ରଦର୍ଶନୀରେ ପ୍ରଦର୍ଶିତ (ସ୍ଥାନିତ) ହୋଇଛି।

The post ଇଣ୍ଡସ୍‌ ଫୁଡ୍‌ ଏକ୍ସପୋରେ ରୁଚି ଷ୍ଟଲ୍‌ appeared first on Dharitri Odia News.