ଇଣ୍ଡିଆ-ଇଂଲଣ୍ଡ ପ୍ରଥମ ଦିନିକିଆ; ନାଗପୁରରେ ନଜର ଆସିବେ ‘ରୋ-କୋ’ ଯୋଡ଼ି
ନାଗପୁର: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଦିନ ସାଢ଼େ ଗୋଟାଏରୁ ଖେଳାଯିବ ମ୍ୟାଚ୍ । ନାଗପୁର ସ୍ଥିତି ଭିସିଏ ଷ୍ଟାଡିୟମରେ ହେବ ମୁକାବିଲା । ଫେବ୍ରୁଆରୀ ୧୯ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଥିବାରୁ ଉଭୟ ଟିମ୍ ଇଣ୍ଡିଆ ଏବଂ ଇଂଲିଶ ଦଳ ପାଇଁ ଏହା ପ୍ରସ୍ତୁତି ସିରିଜ୍ ହେବ । ଏହା ବ୍ୟତୀତ ଦର୍ଶକ ଓ ସମୀକ୍ଷକଙ୍କ ନଜରରେ ରହିବେ ଉଭୟ ଦଳର ଭେଟେରାନ ଷ୍ଟାର । ବିଶେଷ କରି ଏହି ଶୃଙ୍ଖଳାରେ ରୋହିତ୍ ଓ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହା ସେମାନଙ୍କର ପ୍ରିୟ ଫର୍ମାଟ୍ ହୋଇଥିବାରୁ ଉଭୟ ଖେଳାଳିଙ୍କ ବ୍ୟାଟ ର ଗର୍ଜନ ଦେଖିବାକୁ ମିଳିବ । ସେହିପରି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଦୁଇ ଭେଟେରାନ୍ ଜୋସ୍ ବଟଲର ଓ ଜୋ ରୁଟ୍ । ଇଂଲଣ୍ଡ ଦଳରେ ପ୍ରତିଭାବାନ ତଥା ବିସ୍ଫୋରକ ବ୍ୟାଟରଙ୍କ ଅଭାବ ନାହିଁ । ମାତ୍ର ଦିନିକିଆ ଫର୍ମାଟ୍ରେ ସଫଳ ହେବା ସହଜ କଥା ନୁହେଁ । ସେମାନଙ୍କୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରିବାକୁ ହେଲେ ରୁଟ୍ ଓ ବଟଲରଙ୍କ ମାର୍ଗଦର୍ଶନ ଆବଶ୍ୟକ । ଏପେଟ ଭାରତର ଦୁଇ ଷ୍ଟାର ବ୍ୟାଟର ବିରାଟ୍ କୋହଲି ଓ ରୋହିତ ଶର୍ମା କିଛି ରେକର୍ଡ ନିକଟତର ହୋଇଛନ୍ତି । କୋହଲି ୯୪ରନ କଲେ ବିଶ୍ୱର ତୃତୀୟ ବ୍ୟାଟର ଭାବେ ଦିନିକିଆରେ ୧୪,୦୦୦ ରନ ପୂରଣ କରିବେ । କେବଳ ସଚିନ ତେନ୍ଦୁଲକର ୧୮,୪୨୬ ଓ କୁମାର ସାଙ୍ଗାକରା ୧୪,୨୩୪ ରନ୍ ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେହିପରି ରୋହିତ ଶର୍ମା ୧୩
ନାଗପୁର: ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ । ଦିନ ସାଢ଼େ ଗୋଟାଏରୁ ଖେଳାଯିବ ମ୍ୟାଚ୍ । ନାଗପୁର ସ୍ଥିତି ଭିସିଏ ଷ୍ଟାଡିୟମରେ ହେବ ମୁକାବିଲା । ଫେବ୍ରୁଆରୀ ୧୯ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଥିବାରୁ ଉଭୟ ଟିମ୍ ଇଣ୍ଡିଆ ଏବଂ ଇଂଲିଶ ଦଳ ପାଇଁ ଏହା ପ୍ରସ୍ତୁତି ସିରିଜ୍ ହେବ । ଏହା ବ୍ୟତୀତ ଦର୍ଶକ ଓ ସମୀକ୍ଷକଙ୍କ ନଜରରେ ରହିବେ ଉଭୟ ଦଳର ଭେଟେରାନ ଷ୍ଟାର । ବିଶେଷ କରି ଏହି ଶୃଙ୍ଖଳାରେ ରୋହିତ୍ ଓ କୋହଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏହା ସେମାନଙ୍କର ପ୍ରିୟ ଫର୍ମାଟ୍ ହୋଇଥିବାରୁ ଉଭୟ ଖେଳାଳିଙ୍କ ବ୍ୟାଟ ର ଗର୍ଜନ ଦେଖିବାକୁ ମିଳିବ ।
ସେହିପରି ଇଂଲଣ୍ଡର ବ୍ୟାଟିଂ ମେରୁଦଣ୍ଡ ଦୁଇ ଭେଟେରାନ୍ ଜୋସ୍ ବଟଲର ଓ ଜୋ ରୁଟ୍ । ଇଂଲଣ୍ଡ ଦଳରେ ପ୍ରତିଭାବାନ ତଥା ବିସ୍ଫୋରକ ବ୍ୟାଟରଙ୍କ ଅଭାବ ନାହିଁ । ମାତ୍ର ଦିନିକିଆ ଫର୍ମାଟ୍ରେ ସଫଳ ହେବା ସହଜ କଥା ନୁହେଁ । ସେମାନଙ୍କୁ ଆଗାମୀ ଦିନ ପାଇଁ ପ୍ରସ୍ତୁତ କରିବାକୁ ହେଲେ ରୁଟ୍ ଓ ବଟଲରଙ୍କ ମାର୍ଗଦର୍ଶନ ଆବଶ୍ୟକ । ଏପେଟ ଭାରତର ଦୁଇ ଷ୍ଟାର ବ୍ୟାଟର ବିରାଟ୍ କୋହଲି ଓ ରୋହିତ ଶର୍ମା କିଛି ରେକର୍ଡ ନିକଟତର ହୋଇଛନ୍ତି । କୋହଲି ୯୪ରନ କଲେ ବିଶ୍ୱର ତୃତୀୟ ବ୍ୟାଟର ଭାବେ ଦିନିକିଆରେ ୧୪,୦୦୦ ରନ ପୂରଣ କରିବେ । କେବଳ ସଚିନ ତେନ୍ଦୁଲକର ୧୮,୪୨୬ ଓ କୁମାର ସାଙ୍ଗାକରା ୧୪,୨୩୪ ରନ୍ ସହ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେହିପରି ରୋହିତ ଶର୍ମା ୧୩୪ ରନ କଲେ ଦିନିକିଆରେ ୧୧,୦୦୦ ରନ ପୂରଣ କରିବେ ।
ସ୍ପିନରଙ୍କୁ ସୁହାଇବ ପିଚ: ଭିସିଏ ଷ୍ଟାଡ଼ିୟମ୍ ପିଚ୍ ସ୍ପିନରଙ୍କୁ ସହାୟତା କରିବା ଏକ ପ୍ରକାର ନିଶ୍ଚିତ । ପିଚ୍କୁ ବ୍ୟାଟିଂ ପାଇଁ ଅନୁକୂଳ କରିବାକୁ କ୍ୟୁରେଟର ଯଥେଷ୍ଟ ପ୍ରୟାସ କରିଛନ୍ତି । କାରଣ ଏଠାରେ ଖେଳାଯାଇଥିବା ଶେଷ ୨ଟି ମ୍ୟାଚ୍ରେ କମ୍ ସ୍କୋର ହୋଇଥିଲା । ଅବଶ୍ୟ ଭାରତ ଉଭୟ ମ୍ୟାଚ୍ ଜିତିଥିଲା । ପାଗ ଶୁଖିଲା ଓ ତାପମାତ୍ରା ୩୦ଡିଗ୍ରୀ ମଧ୍ୟରେ ରହିବ । ରାତ୍ରିରେ କାକର ପଡ଼ୁଥିବାରୁ ଟସ୍ ବିଜୟୀ ଦଳ ଫିଲ୍ଡିଂ କରିବା ସଠିକ୍ ନିଷ୍ପତ୍ତି ହେବ । ଭାରତର ବ୍ୟାଟିଂ ବିଭାଗ ଏକ ପ୍ରକାର ଚୂଡ଼ାନ୍ତ ହୋଇ ସାରିଛି । କେବଳ ୱିକେଟ୍ କିପର ସ୍ଥାନକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । କେଏଲ୍ ରାହୁଲ ୱିକେଟ୍ କିପିଙ୍ଗ କରୁଥିଲେ ହେଁ ବାମ ହାତି ବ୍ୟାଟରଙ୍କ ଅଭାବ ରହିଥିବାରୁ ପନ୍ତଙ୍କୁ ଅଗ୍ରାଧିକାର ମିଳିପାରେ । ସ୍ପିନ୍ ବୋଲିଂ ଅଲ୍ରାଉଣ୍ଡର ସ୍ଥାନକୁ ନେଇ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା ହେବ । କାରଣ ସିନିୟର ରବିନ୍ଦ୍ର ଜାଡ଼େଜାଙ୍କ ସମେତ ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି ।