ଇଣ୍ଡିଆ ମେଣ୍ଟ ଏମ୍ପିଙ୍କ ସହ ଚା’ ଖଟି କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୨୮।୬: ଲୋକ ସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଣ୍ଡିଆ ଆଲାଏନ୍ସ ଏମ୍ପିଙ୍କ ସହ ଚା’ ଖଟି କରିଛନ୍ତି। ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖଟିରେ ଅଯୋଧ୍ୟାର ସମାଜବାଦୀ ପାର୍ଟି ଏମ୍ପି ଅଓ୍ବଧେଶ ପ୍ରସାଦ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଅଛନ୍ତି। ପେପର୍ ଲିକ ପ୍ରସଙ୍ଗରେ ଆଜି ଲୋକ ସଭାରେ ହଟ୍ଟଗୋଳ ଦେଖାଦେଇଥିଲା। ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଅନୁମୋଦନ ହୋଇ ନ ଥିବା ପେପର୍ ଲିକ ଉପରେ ତୁରନ୍ତ ଆଲୋଚନା କରିବାକୁ […] The post ଇଣ୍ଡିଆ ମେଣ୍ଟ ଏମ୍ପିଙ୍କ ସହ ଚା’ ଖଟି କଲେ ରାହୁଲ ଗାନ୍ଧୀ appeared first on Dharitri Odia News.
ନୂଆଦିଲ୍ଲୀ,୨୮।୬: ଲୋକ ସଭାର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଇଣ୍ଡିଆ ଆଲାଏନ୍ସ ଏମ୍ପିଙ୍କ ସହ ଚା’ ଖଟି କରିଛନ୍ତି। ଉପରେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହି ଖଟିରେ ଅଯୋଧ୍ୟାର ସମାଜବାଦୀ ପାର୍ଟି ଏମ୍ପି ଅଓ୍ବଧେଶ ପ୍ରସାଦ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଅଛନ୍ତି।
ପେପର୍ ଲିକ ପ୍ରସଙ୍ଗରେ ଆଜି ଲୋକ ସଭାରେ ହଟ୍ଟଗୋଳ ଦେଖାଦେଇଥିଲା। ବାଚସ୍ପତି ଓମ ବିର୍ଲାଙ୍କ ଦ୍ୱାରା ଅନୁମୋଦନ ହୋଇ ନ ଥିବା ପେପର୍ ଲିକ ଉପରେ ତୁରନ୍ତ ଆଲୋଚନା କରିବାକୁ ବିରୋଧୀ ଦାବି କରିଥିଲେ। ବିର୍ଲା ସ୍ପଷ୍ଟ ଭାବରେ କହିଛନ୍ତି, ଯେତେବେଳେ ଆପଣଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ବୋଧନ ଉପରେ କହିବାକୁ ସମୟ ଦିଆଯିବ, ସେତେବେଳେ ଆପଣ ଏହା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିପାରିବେ। ତେବେ ବିରୋଧୀ ଏମ୍ପିଙ୍କ ହଟ୍ଟଗୋଳ ଜାରି ରହିଥିଲା ଏବଂ ଶେଷରେ ବାଚସ୍ପତି ଲୋକସଭା ପ୍ରକ୍ରିୟାକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ।
The post ଇଣ୍ଡିଆ ମେଣ୍ଟ ଏମ୍ପିଙ୍କ ସହ ଚା’ ଖଟି କଲେ ରାହୁଲ ଗାନ୍ଧୀ appeared first on Dharitri Odia News.