ଇଣ୍ଡିଆ ମେଣ୍ଟ ୨୯୫ ଆସନ ଜିତିବ, ବିଜେପିକୁ ମିଳିବ ୨୩୫: ମଲ୍ଲିକାର୍ଜୁନ ଖଡ଼ଗେ
ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମରେ ଏକ୍ଜିଟ୍ ପୋଲ ପ୍ରକାଶ ପାଇଛି। ପ୍ରାୟ ସବୁଥିରେ ଏନ୍ଡିଏ ସରରକାର ଗଢ଼ିବ ବୋଲି ଦାବି କରାଯାଇଛି। ତେବେ ଇଣ୍ଡିଆ ମେଣ୍ଟ କିନ୍ତୁ ଅଲଗା ଦାବି କରିଛି। ଏଥର ସେମାନେ ସରକାର ଗଢ଼ିବେ। ଇଣ୍ଡିଆ ମେଣ୍ଟ ଏଥର ୨୯୫ ଲୋକସଭା ସିଟ୍ରେ ଜିତିବ ଏବଂ ଏନ୍ଡିଏ ୨୩୫ ଆସନ ପାଇବ ବୋଲି ମେଣ୍ଟ ଦଢ଼ୋକ୍ତ ପ୍ରକାଶ କରିଛି। ଇଣ୍ଡିଆ ମେଣ୍ଟ ବୈଠକ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି “ବିଜେପିର କାହାଣୀରେ ଭ୍ରମିତ ହେବା ଆବଶ୍ୟକ ନୁହେଁ। ଇଣ୍ଡିଆ ମେଣ୍ଟ ଏଥର ୨୯୫ ଆସନ ଜିତିବ। ଆକଳନ କରି ଆମେ ଏକଥା କହୁଛୁ।”ଇଣ୍ଡିଆ ମେଣ୍ଟର ଆକଳନ ଅନୁସାରେ, ଉତ୍ତର ପ୍ରଦେଶର ମେଣ୍ଟ ୪୦ ଆସନ ଜିତିବ। ସେହିପରି ପଞ୍ଜାବରେ ୧୩, କେରଳରେ ୨୦ ଓ ହରିଆଣାରୁ ୭ ଆସନ ହାତେଇବ। ଇଣ୍ଡିଆ ମେଣ୍ଟେ କେଉଁ ରାଜ୍ୟରେ କେତେ ଜିତିବ ତା’ର ରିପୋର୍ଟ ଦେଇଛି। ଆପଣ ବି ଜାଣି ରଖନ୍ତୁ।ଉତ୍ତର ପ୍ରଦେଶ-୪୦, ରାଜସ୍ଥାନ-୪, ମହାରାଷ୍ଟ୍ର-୨୪, ବିହାର-୨୨, ତାମିଲନାଡୁ-୪୦, କେରଳ-୨୦, ବେଙ୍ଗଲ ୨୪, ପଞ୍ଜାବ ୧୩, ଚଣ୍ଡିଗଡ଼ ୧, ଦିଲ୍ଲୀ ୪, ଛତିଶଗଡ଼ ୫, ଝାଡ଼ଖଣ୍ଡ ୧୦, ମଧ୍ୟ ପ୍ରଦେଶ ୭, ହରିଆଣା ୭, କର୍ଣ୍ଣାଟକ ୧୫-୧୬ ଆସନ ଜିତିବ। ବୈଠକ ବିଷୟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖଡ଼ଗେ କହିଛନ୍ତି ଯେ ମେଣ୍ଟରେ ଥିବା ଏକାଧିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଭୋଟ ଗଣତି ସମୟରେ ଆମର ରଣନୀ
ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମରେ ଏକ୍ଜିଟ୍ ପୋଲ ପ୍ରକାଶ ପାଇଛି। ପ୍ରାୟ ସବୁଥିରେ ଏନ୍ଡିଏ ସରରକାର ଗଢ଼ିବ ବୋଲି ଦାବି କରାଯାଇଛି। ତେବେ ଇଣ୍ଡିଆ ମେଣ୍ଟ କିନ୍ତୁ ଅଲଗା ଦାବି କରିଛି। ଏଥର ସେମାନେ ସରକାର ଗଢ଼ିବେ। ଇଣ୍ଡିଆ ମେଣ୍ଟ ଏଥର ୨୯୫ ଲୋକସଭା ସିଟ୍ରେ ଜିତିବ ଏବଂ ଏନ୍ଡିଏ ୨୩୫ ଆସନ ପାଇବ ବୋଲି ମେଣ୍ଟ ଦଢ଼ୋକ୍ତ ପ୍ରକାଶ କରିଛି।
ଇଣ୍ଡିଆ ମେଣ୍ଟ ବୈଠକ ସରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି “ବିଜେପିର କାହାଣୀରେ ଭ୍ରମିତ ହେବା ଆବଶ୍ୟକ ନୁହେଁ। ଇଣ୍ଡିଆ ମେଣ୍ଟ ଏଥର ୨୯୫ ଆସନ ଜିତିବ। ଆକଳନ କରି ଆମେ ଏକଥା କହୁଛୁ।”
ଇଣ୍ଡିଆ ମେଣ୍ଟର ଆକଳନ ଅନୁସାରେ, ଉତ୍ତର ପ୍ରଦେଶର ମେଣ୍ଟ ୪୦ ଆସନ ଜିତିବ। ସେହିପରି ପଞ୍ଜାବରେ ୧୩, କେରଳରେ ୨୦ ଓ ହରିଆଣାରୁ ୭ ଆସନ ହାତେଇବ। ଇଣ୍ଡିଆ ମେଣ୍ଟେ କେଉଁ ରାଜ୍ୟରେ କେତେ ଜିତିବ ତା’ର ରିପୋର୍ଟ ଦେଇଛି। ଆପଣ ବି ଜାଣି ରଖନ୍ତୁ।
ଉତ୍ତର ପ୍ରଦେଶ-୪୦, ରାଜସ୍ଥାନ-୪, ମହାରାଷ୍ଟ୍ର-୨୪, ବିହାର-୨୨, ତାମିଲନାଡୁ-୪୦, କେରଳ-୨୦, ବେଙ୍ଗଲ ୨୪, ପଞ୍ଜାବ ୧୩, ଚଣ୍ଡିଗଡ଼ ୧, ଦିଲ୍ଲୀ ୪, ଛତିଶଗଡ଼ ୫, ଝାଡ଼ଖଣ୍ଡ ୧୦, ମଧ୍ୟ ପ୍ରଦେଶ ୭, ହରିଆଣା ୭, କର୍ଣ୍ଣାଟକ ୧୫-୧୬ ଆସନ ଜିତିବ।
ବୈଠକ ବିଷୟରେ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖଡ଼ଗେ କହିଛନ୍ତି ଯେ ମେଣ୍ଟରେ ଥିବା ଏକାଧିକ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା। ଭୋଟ ଗଣତି ସମୟରେ ଆମର ରଣନୀତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା। ଗଣତି ଶେଷ ନ ହେବା ପର୍ଯ୍ୟନ୍ତ କର୍ମୀମାନଙ୍କୁ କାଉଣ୍ଟିଂ ହଲ୍ ନ ଛାଡ଼ିବାକୁ କୁହାଯାଇଛି ବୋଲି ଖଡ଼ଗେ କହିଛନ୍ତି। ଏଥିସହିତ ଏନ୍ଡିଏ ଇଣ୍ଡିଆର କିଛି ସହଯୋଗୀଙ୍କୁ ନିଜ ଆଡ଼କୁ ନେବାକୁ ଚେଷ୍ଟା କରୁଛି ବୋଲି ଖଡ଼ଗେ ଅଭିଯୋଗ ମଧ୍ୟ କରିଛନ୍ତି।