ଇଣ୍ଡିଆ ମେଣ୍ଟରେ ଫାଟ ସ୍ପଷ୍ଟ: ରାହୁଲ କହିଲେ, ପିଏମ ମୋଦୀ ଓ କେଜରିୱାଲ୍ ମଧ୍ୟରେ କିଛି ଫରକ ନାହିଁ
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଫାଟ ଏଥର ସ୍ପଷ୍ଟ ହୋଇଛି। ପ୍ରଥମ ଥର ପାଇଁ ଅରବିନ୍ଦ କେଜରିୱାଲ୍ଙ୍କୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଅରବିନ୍ଦ କେଜରିୱାଲ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ କୌଣସି ପ୍ରଭେଦ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଇଣ୍ଡିଆ ମେଣ୍ଟ ଏବେ ଦୁଇ ଫାଳ ହୋଇ ଯାଇଛି।ସୋମବାର ରାହୁଲ ଗାନ୍ଧୀ ଦିଲ୍ଲୀର ଏକ ରାଲିକୁ ସମ୍ବୋଧନ କରି କେଜରିୱାଲ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ କେଜରିୱାଲ୍ ମଧ୍ୟ ମୋଦୀଙ୍କ ପରି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତି। ମିଛ ପ୍ରତିଶ୍ରୁତି ଦେବାରେ ଦୁଇ ଜଣଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଏହାପରେ ଜାତିଗତ ଜନଗଣନା ବିଷୟରେ ପ୍ରଶ୍ନ ଉଠାଇ ଦୁଇ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ। ରାହୁଲ କହିଛନ୍ତି “ଆପଣ କେଜ୍ରିୱାଲଙ୍କୁ ପଚାରନ୍ତୁ ଯେ ସେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଏବଂ ଜାତିଗତ ଜନଗଣନା ଚାହୁଁଛନ୍ତି କି? ଯେତେବେଳେ ମୁଁ ଜାତିଗତ ଜନଗଣନା ବିଷୟରେ କୁହେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା କେଜ୍ରିୱାଲଙ୍କ ଠାରୁ ଗୋଟିଏ ବି ଶବ୍ଦ ବାହାରେନି।” ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେଜ୍ରିୱାଲ ମହଙ୍ଗା ବଜାର କମ୍ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଫଳ ହେଲେ। ମହଙ୍ଗା ସ୍ଥିତି ଏମିତି ହେଲା ଯେ ଏବେ ସମ୍ଭାଳ ସ୍ଥିତି। ଭାରତରେ ଗରି
ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟରେ ଫାଟ ଏଥର ସ୍ପଷ୍ଟ ହୋଇଛି। ପ୍ରଥମ ଥର ପାଇଁ ଅରବିନ୍ଦ କେଜରିୱାଲ୍ଙ୍କୁ ସିଧା ସଳଖ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଅରବିନ୍ଦ କେଜରିୱାଲ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭିତରେ କୌଣସି ପ୍ରଭେଦ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି। ଏଥିରୁ ସ୍ପଷ୍ଟ ଯେ ଇଣ୍ଡିଆ ମେଣ୍ଟ ଏବେ ଦୁଇ ଫାଳ ହୋଇ ଯାଇଛି।
ସୋମବାର ରାହୁଲ ଗାନ୍ଧୀ ଦିଲ୍ଲୀର ଏକ ରାଲିକୁ ସମ୍ବୋଧନ କରି କେଜରିୱାଲ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେ କେଜରିୱାଲ୍ ମଧ୍ୟ ମୋଦୀଙ୍କ ପରି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତି। ମିଛ ପ୍ରତିଶ୍ରୁତି ଦେବାରେ ଦୁଇ ଜଣଙ୍କ ମଧ୍ୟରେ କୌଣସି ଫରକ ନାହିଁ। ଏହାପରେ ଜାତିଗତ ଜନଗଣନା ବିଷୟରେ ପ୍ରଶ୍ନ ଉଠାଇ ଦୁଇ ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ରାହୁଲ।
ରାହୁଲ କହିଛନ୍ତି “ଆପଣ କେଜ୍ରିୱାଲଙ୍କୁ ପଚାରନ୍ତୁ ଯେ ସେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ଏବଂ ଜାତିଗତ ଜନଗଣନା ଚାହୁଁଛନ୍ତି କି? ଯେତେବେଳେ ମୁଁ ଜାତିଗତ ଜନଗଣନା ବିଷୟରେ କୁହେ, ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ କିମ୍ବା କେଜ୍ରିୱାଲଙ୍କ ଠାରୁ ଗୋଟିଏ ବି ଶବ୍ଦ ବାହାରେନି।”
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେଜ୍ରିୱାଲ ମହଙ୍ଗା ବଜାର କମ୍ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ବିଫଳ ହେଲେ। ମହଙ୍ଗା ସ୍ଥିତି ଏମିତି ହେଲା ଯେ ଏବେ ସମ୍ଭାଳ ସ୍ଥିତି। ଭାରତରେ ଗରିବମାନେ ଗରିବ ଏବଂ ଧନୀମାନେ ଧନୀ ହେବାରେ ଲାଗିଛନ୍ତି ବୋଲି ରାହୁଲ କହିଛନ୍ତି।
ସେ ଆହୁରି କହିଛନ୍ତି “ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେଜ୍ରିୱାଲ ଚାହାଁନ୍ତି ନାହିଁ ଯେ ପଛୁଆ ଏବଂ ସଂଖ୍ୟାଲଘୁମାନେ ସେମାନଙ୍କର ହକ୍ ପାଆନ୍ତୁ। ସେଥିପାଇଁ ଜାତି ଜନଗଣନା ଉପରେ ସେମାନେ ନିରବ।” ତେବେ ଯଦି କଂଗ୍ରେସ ଦିଲ୍ଲୀରେ ସରକାର ଗଠନ କରେ ତେବେ ସଂରକ୍ଷଣ ସୀମା ବଢ଼ାଇବ। ଦୁଇ ନେତା ମିଛ ପ୍ରତିଶ୍ରୁତି ଦେଉଥିବାରୁ କେଜରିୱାଲ୍ ମୋଦୀଙ୍କ ଭିତରେ କୌଣସି ଫରକ ନାହିଁ ବୋଲି ରାହୁଲ କହିଛନ୍ତି।
ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାର ଲାଗିଥିବା ଲାଞ୍ଚ ଅଭିଯୋଗ ନେଇ ରାହୁଲ ଗାନ୍ଧୀ କେଜରିୱାଲ୍ଙ୍କୁ ଟାର୍ଗେଟ୍ କରିଛନ୍ତି। ରାହୁଲ କହିଛନ୍ତି “କେଜ୍ରିୱାଲ ଜୀ କେବେ ଆଦାନୀଙ୍କ ବିଷୟରେ କେବେ କିଛି କହିଛନ୍ତି କି? ଆମେ ଗରିବ ଏବଂ ସଂଖ୍ୟାଲଘୁଙ୍କ ପାଇଁ ସମାନତା ଏବଂ 'ଭାଗିଦାରୀ' ଚାହୁଁଛୁ। ମୁଁ ସ୍ପଷ୍ଟ ଭାବରେ କହୁଛି ଯେ ଆମେ ଦେଶକୁ ଜଣେ ବ୍ୟବସାୟୀଙ୍କ ଦ୍ୱାରା ପରିଚାଳିତ ହେବାକୁ ଦେବୁ ନାହିଁ।”
ରାହୁଲ ଗାନ୍ଧୀ କହିଛନ୍ତି ଯେ କେଜରିୱାଲ୍ କେବଳ "ସ୍ୱଚ୍ଛ ଦିଲ୍ଲୀ ପ୍ରଚାର" ଚଳାଉଛନ୍ତି। ସେ ଦିନେ ଦେଶର ରାଜଧାନୀକୁ ପ୍ୟାରିସରେ ଭଳି କରିବାକୁ କହିଥିଲେ। ହେଲେ ଓଲଟି ଦୁର୍ନୀତି, ପ୍ରଦୂଷଣ ଏବଂ ମହଙ୍ଗା ସ୍ଥିତି ବଢ଼ି ଗଲା। ଶିଲା ଦୀକ୍ଷିତଙ୍କ ସରକାର ଥିବା ସମୟରେ କେଜରିୱାଲ୍ କହିଥିଲେ ଯେ ସେ ଦିଲ୍ଲୀକୁ ସ୍ୱଚ୍ଛ କରିଦେବେ। କିନ୍ତୁ ଫଳ ଶୂନ। ହେଲେ ଆମେ ସରକାରକୁ ଆସିଲେ ଦୁର୍ନୀତି ହଟାଇ ଦେବୁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି।
ରାଲିରେ ରାହୁଲ ବିଜେପିକୁ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଦେଶରେ ବର୍ତ୍ତମାନ ଦୁଇଟି ଆଦର୍ଶ ମଧ୍ୟରେ ଲଢ଼େଇ ଚାଲିଛି। ଗୋଟିଏ ସମ୍ବିଧାନ ସୁରକ୍ଷାରେ ଅନ୍ୟଟି ସମ୍ବିଧାନ ନଷ୍ଟ କରିବାରେ। ବିଜେପି ଓ ପିଏମ ମୋଦୀ ବିଆର ଆମ୍ବେଦକରଙ୍କ ସମ୍ବିଧାନର ଉଲ୍ଲଂଘନ କରିଛନ୍ତି। ମୋତେ ଘୃଣାକୁ ପରାଜିତ କରିବାକୁ ଭଲ ଲାଗେ। ମୁଁ ବଞ୍ଚିଥିବା ଯାଏ ଯଦି କୌଣସି ଜଣେ ଭାରତୀୟଙ୍କ ଉପରେ ଆକ୍ରମଣ ହେବ, ସେ ଯେ କୌଣସି ଧର୍ମ ଓ ଜାତିରୁ ଆସନ୍ତୁ ନା କାହିଁକି ମୁଁ ତାଙ୍କୁ ସୁରକ୍ଷା ଦେବି ବୋଲି ରାହୁଲ କହିଛନ୍ତି।