ଇଣ୍ଡିଆ-୨୦୪୭ ମିଶନ ପାଇଁ ପ୍ରସ୍ତୁତ ହୁଅ
ବରଗଡ,୨୮।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଏବଂ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର ମିଳିତ ଆନୁକୂଲ୍ୟରେ ଯୁବ ଉତ୍ସବ-୨୦୨୪ ଉଦ୍ଯାପିତ ହୋଇଯାଇଛି। ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର କନ୍ଭେନଶନ ହଲରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରଗଡ ଜିଲାର ବିଭିନ୍ନ କଲେଜରୁ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବକ୍ତୃତା, ଚିତ୍ରାଙ୍କନ, କବିତା ଲିଖନ ଓ ପାଠ, ବିଜ୍ଞାନ ମେଳା ଏବଂ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧୦ଜଣ ଛାତ୍ରୀଛାତ୍ର ଭାଗ […] The post ଇଣ୍ଡିଆ-୨୦୪୭ ମିଶନ ପାଇଁ ପ୍ରସ୍ତୁତ ହୁଅ appeared first on Dharitri Odia News.
ବରଗଡ,୨୮।୧୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ ଏବଂ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର ମିଳିତ ଆନୁକୂଲ୍ୟରେ ଯୁବ ଉତ୍ସବ-୨୦୨୪ ଉଦ୍ଯାପିତ ହୋଇଯାଇଛି। ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର କନ୍ଭେନଶନ ହଲରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ବରଗଡ ଜିଲାର ବିଭିନ୍ନ କଲେଜରୁ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଭାଗ ନେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ବକ୍ତୃତା, ଚିତ୍ରାଙ୍କନ, କବିତା ଲିଖନ ଓ ପାଠ, ବିଜ୍ଞାନ ମେଳା ଏବଂ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ୨୧୦ଜଣ ଛାତ୍ରୀଛାତ୍ର ଭାଗ ନେଇଥିଲେ। ପ୍ରତ୍ୟେକ ବିଭାଗରେ ଜିଲାର ବିଭିନ୍ନ ସ୍ଥାନରୁ ବିଭିନ୍ନ କ୍ଷେତ୍ରର ଦକ୍ଷ ବ୍ୟକ୍ତି ବିଚାରକ ଭାବେ ଯୋଗଦେଇ ଶ୍ରେଷ୍ଠ ପ୍ରଦର୍ଶକଙ୍କୁ ଚୟନ କରିଥିଲେ। ଲକ୍ଷ୍ମୀ ବିକାଶ ଗ୍ରୁପ୍ର ଚେୟାରମ୍ୟାନ ଡି. ନାଗେଶ୍ୱର ରାଓଙ୍କ ପୃଷ୍ଠପୋଷକତା ଏବଂ ଜିଲା ଯୁବକେନ୍ଦ୍ର ସଙ୍ଗଠନ ଅଧିକାରୀ ଆଦିତ୍ୟ ଭି. ଏନ୍. କୁମାରଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସର ଚିଫ୍ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଇଂ. ଅଜୟ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଡିନ୍ ଆର୍. ଏସ୍. ଭି. କ୍ରିଷ୍ଣା ସଂଯୋଜକ ଭାବେ ମଞ୍ଚାସୀନ ଥିଲେ। ଇଂ. ମହାପାତ୍ର ତାଙ୍କ ବକ୍ତବ୍ୟରେ ଯୁବ ସମାଜକୁ ସୃଜନାତ୍ମକ ଚିନ୍ତାଧାରା ସହିତ ‘ଇଣ୍ଡିଆ- ୨୦୪୭ ମିଶନ’ ପାଇଁ ପ୍ରସ୍ତୁତ ହେବାକୁ ଆହ୍ବାନ ଦେଇଥିଲେ। ଡିନ୍ କ୍ରିଷ୍ଣା ବିକାଶ ହାୟର ଏଜୁକେଶନାଲ ଇନଷ୍ଟିଚ୍ୟୁଶନ୍ସ ତରଫରୁ ନେହେରୁ ଯୁବକେନ୍ଦ୍ର ସଙ୍ଗଠନ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇବା ସହିତ ସହଯୋଗ କରିଥିବା ବିକାଶର ଅଧ୍ୟାପିକା, ଅଧ୍ୟାପକଙ୍କୁ ଧନ୍ୟବାଦ ଜଣାଇଥିଲେ। ଜିଲା ଯୁବକେନ୍ଦ୍ର ସଙ୍ଗଠନ ଅଧିକାରୀ କାର୍ଯ୍ୟକ୍ରମର ଲକ୍ଷ୍ୟ ପ୍ରକାଶ କରିବା ସହିତ ଲକ୍ଷ୍ମୀ ବିକାଶ ଗ୍ରୁପ୍ର ଚେୟାରମ୍ୟାନ ରାଓଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ମଞ୍ଚରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରାଯାଇଥିଲା।
The post ଇଣ୍ଡିଆ-୨୦୪୭ ମିଶନ ପାଇଁ ପ୍ରସ୍ତୁତ ହୁଅ appeared first on Dharitri Odia News.