ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି ଏଫ୍‌ସି। କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲରେ ମୋହନ ବାଗାନ ପ୍ରଥମେ ୧-୦ରେ ଆଗୁଆ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧରେ ୩ ଗୋଲ ଦେଇ ମୁମ୍ବାଇ ବିଜୟୀ ହୋଇଥିଲା। ମୁମ୍ବାଇ ପକ୍ଷରୁ ଜର୍ଜ ପେରେରା ଡିଆଜ(୫୩), ବିପିନ୍‌ ସିଂ(୮୧) ଓ ଜାକବ ଭୋଜଟୁସ୍‌(୯୦+୭) ମିନିଟରେ ଗୋଟିଏ ଲେଖାଏ ଗୋଲ […] The post ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ appeared first on Dharitri Odia News.

ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ

କୋଲକାତା,୪ା୫: ଇଣ୍ଡିଆନ୍‌ ସୁପର ଲିଗ(ଆଇଏସ୍‌ଏଲ୍‌)ର ଦଶମ ସଂସ୍କରଣରେ ଡିଫେଣ୍ଡିଂ ଚାମ୍ପିୟନ ମୋହନ ବାଗାନ ସୁପର ଜାଏଣ୍ଟ୍ସକୁ ୩-୧ରେ ହରାଇ ଟାଇଟଲ ହାସଲ କରିଛି ମୁମ୍ବାଇ ସିଟି ଏଫ୍‌ସି। କୋଲକାତାର ସଲ୍ଟ ଲେକ୍‌ ଷ୍ଟାଡିୟମରେ ଖେଳା ଯାଇଥିବା ଫାଇନାଲରେ ମୋହନ ବାଗାନ ପ୍ରଥମେ ୧-୦ରେ ଆଗୁଆ ରହିଥିଲା।

ତେବେ ଦ୍ୱିତୀୟାର୍ଦ୍ଧରେ ୩ ଗୋଲ ଦେଇ ମୁମ୍ବାଇ ବିଜୟୀ ହୋଇଥିଲା। ମୁମ୍ବାଇ ପକ୍ଷରୁ ଜର୍ଜ ପେରେରା ଡିଆଜ(୫୩), ବିପିନ୍‌ ସିଂ(୮୧) ଓ ଜାକବ ଭୋଜଟୁସ୍‌(୯୦+୭) ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟ ପକ୍ଷରେ ମୋହନ ବାଗାନ ପକ୍ଷରୁ ଜାସନ କମିଙ୍ଗ୍ସ ୪୪ ତମ ମିନିଟରେ ଏକମାତ୍ର ଗୋଲ ଦେଇଥିଲେ। ଆଇଏସଏଲରେ ମୁମ୍ବାଇ ଦ୍ୱିତୀୟ ଥର ପାଇଁ ଟ୍ରଫି ହାସଲରେ ସମର୍ଥ ହୋଇଛି। ପୂର୍ବରୁ ୨୦୨୦-୨୧ ସିଜନରେ ମଧ୍ୟ ମୁମ୍ବାଇ ଟ୍ରଫି ହାତେଇଥିଲା।

ମୁମ୍ବାଇ ଆକ୍ରମଣାତ୍ମକ ଫୁଟବଲ ଖେଳିବା ସହ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା। ଦଳ ୫୮ ପ୍ରତିଶତ ସମୟ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିଥିଲା। ମୁମ୍ବାଇର ୨୦ଟି ଶଟ୍‌ ଟାର୍ଗେଟରେ ରହିଥିବା ବେଳେ ମୋହନବାଗାନ ୮ଟି ଶଟ୍‌ ଟାର୍ଗେଟରେ ଥିଲା। ପ୍ରଥମାର୍ଦ୍ଧରେ ମୁମ୍ବାଇ ମ୍ୟାଚ୍‌ର ଅଧିକାଂଶ ସମୟ ଖେଳକୁ ନିୟନ୍ତ୍ରଣରେ ରଖିଥିଲା। ତେବେ ୪୪ ତମ ମିନିଟରେ ଗୋଲ କିପର ପୂର୍ବା ଲାଚେମ୍ପାଙ୍କ ସାମାନ୍ୟ ତ୍ରୁଟିରୁ ଫାଇଦା ଉଠାଇ ସ୍କୋର କରିଥିଲେ ଜାସନ କମିଙ୍ଗ୍ସ।

ପ୍ରଥମାର୍ଦ୍ଧରେ ୧-୦ରେ ପଛୁଆ ରହିବା ପରେ ମୁମ୍ବାଇ ଆକ୍ରମଣକୁ ଆହୁରି ଜୋରଦାର କରିଥିଲା। ୫୩ ତମ ମିନିଟରେ ଏକ ଚମତ୍କାର ସ୍ପ୍ରିଣ୍ଟରୁ ଗୋଲ ସ୍କୋର କରିଥିଲେ ଜର୍ଜ ପେରେରା ଡିଆଜ୍‌। ୩ ଜଣ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ ସେ ଗୋଲ ସ୍କୋର କରିଥିଲେ। ୮୧ ତମ ମିନିଟରେ ବିପିନ ସିଂ ଏକ ଗୋଲ ଦେଇ ମୁମ୍ବାଇକୁ ୨-୦ରେ ଆଗୁଆ କରିଥିଲେ। ଇଞ୍ଜୁରୀ ଟାଇମ୍‌ର ୯୦+୭ ମିନିଟରେ ଜାକବ ଭୋଜଟୁସ୍‌ ଏକ ଗୋଲ ଦେଇ ମୁମ୍ବାଇକୁ ୩-୧ରେ ବିଜୟୀ କରିଥିଲେ।

The post ଇଣ୍ଡିଆନ୍‌ ସୁପର ଲିଗ୍‌: ମୁମ୍ବାଇ ସିଟି ଏଫ୍‌ସି ଚାମ୍ପିୟନ appeared first on Dharitri Odia News.