ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ଆସିଛି। ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକ ରଖାଯାଇ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ଦିଲ୍ଲୀର ଟି୨ ଟର୍ମିନାଲରୁ ସକାଳ ୫.୦୪ରେ ବନାରସ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା, କିନ୍ତୁ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ବୋମା ନିଷ୍କ୍ରିୟ ଟିମ୍‌କୁ ଡକାଯାଇଥିଲା। ଏହା ବ୍ୟତୀତ ୫ଟି ସିଏସଏଫ ଟିମ ମଧ୍ୟ […] The post ଇଣ୍ଡିଗୋ ବିମାନରେ ବୋମା ଆତଙ୍କ appeared first on Dharitri Odia News.

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୨୮।୫: ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଇଣ୍ଡିଗୋ ବିମାନରେ ବୋମା ଧମକ ଆସିଛି। ଏହା ପରେ ତୁରନ୍ତ ବିମାନଟି ରନୱେରେ ଅଟକ ରଖାଯାଇ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ନିରାପଦରେ ସ୍ଥାନାନ୍ତର କରାଯାଇଥିଲା।
ବିମାନଟି ଦିଲ୍ଲୀର ଟି୨ ଟର୍ମିନାଲରୁ ସକାଳ ୫.୦୪ରେ ବନାରସ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲା, କିନ୍ତୁ ବୋମା ସମ୍ପର୍କରେ ସୂଚନା ପାଇବା ପରେ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ବୋମା ନିଷ୍କ୍ରିୟ ଟିମ୍‌କୁ ଡକାଯାଇଥିଲା। ଏହା ବ୍ୟତୀତ ୫ଟି ସିଏସଏଫ ଟିମ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ସନ୍ଧାନ ଜାରି ରଖିଛନ୍ତି।

The post ଇଣ୍ଡିଗୋ ବିମାନରେ ବୋମା ଆତଙ୍କ appeared first on Dharitri Odia News.