ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା, ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ଯାତ୍ରା କରିବେ ମହାକାଶ

ପାଇଲଟ ଗୋପୀଚାନ୍ଦ ଥୋଟାକୁରା ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ପର୍ଯ୍ୟଟକ ଭାବେ ପ୍ରଥମ ଥର ପାଇଁ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନ ର ନ୍ୟୁ ଶେଫର -25 (NS-25) ମିଶନ୍ ପାଇଁ ଚାଳକ ଦଳ […] The post ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା, ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ଯାତ୍ରା କରିବେ ମହାକାଶ appeared first on KNews Odisha.

ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା, ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ଯାତ୍ରା କରିବେ ମହାକାଶ

ପାଇଲଟ ଗୋପୀଚାନ୍ଦ ଥୋଟାକୁରା ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ପର୍ଯ୍ୟଟକ ଭାବେ ପ୍ରଥମ ଥର ପାଇଁ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସ୍ପେସ୍‌ କମ୍ପାନୀ ବ୍ଲୁ ଅରିଜିନ ର ନ୍ୟୁ ଶେଫର -25 (NS-25) ମିଶନ୍ ପାଇଁ ଚାଳକ ଦଳ ଭାବେ ମହାକାଶକୁ ଯାତ୍ରା କରିବେ । ତେବେ ସେ କେବେ ଯାତ୍ରା କରିବେ ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ । କିନ୍ତୁ ଖୁବଶୀଘ୍ର ମହାକାଶକୁ ଯାତ୍ରା କରିବାର ତାରିଖ ଘୋଷଣା କରାଯିବ ।

ବ୍ଲୁ ଅରିଜିନ୍ସର ସୂଚନା ଅନୁସାରେ ଗୋପୀ ହେଉଛନ୍ତି ଜଣେ ପାଇଲଟ୍‌ ଏବଂ ଏଭିଏଟର । ସେ ଗାଡ଼ି ଚଳାଇବା ଶିଖିବା ପୂର୍ବରୁ ଫ୍ଲାଇଟ୍‌ ଚଳାଇବା ଶିଖିଥିଲେ । ଗୋପୀ ଏରୋବେଟିକ୍, ସି ବିମାନ, ଗ୍ଲାଇଡର୍ ,ଏକ ଆନ୍ତର୍ଜାତୀୟ ମେଡିକାଲ୍ ଜେଟ୍ ଏବଂ ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି । ନିକଟରେ ସେ ମାଉଣ୍ଟ କିଲିମଞ୍ଜାରୋ ଶିଖରକୁ ଯାଇଥିଲେ ।

ଭାରତୀୟ ବାୟୁସେନାର ପୂର୍ବତନ ପାଇଲଟ୍‌ ୱିଙ୍ଗ କମାଣ୍ଡର ରାକେଶ ଶର୍ମା, ୧୯୮୪ ମସିହାରେ ମହାକାଶରେ ଯାତ୍ରା କରିଥିବା ପ୍ରଥମ ଭାରତୀୟ ଥିଲେ। କିନ୍ତୁ ବ୍ଲୁ ଅରିଜିନ୍ସ କହିବା ଅନୁସାରେ ଗୋପୀ ବିମାନ ଚାଳକ ଭାବେ ବହୁତ ଭଲ । ସେ ଜଣେ ଭଲ ପାଇଲଟ୍ । ମହାକାଶ ମିଶନ ପାଇଁ ସିଲେକ୍ଟ ହେବା ପରେ ଗୋପୀ ଥୋଟାକୁରା କହିଛନ୍ତି ଯେ ବ୍ଲୁ ଅରିଜିନ୍ ର ଟ୍ୟାଗଲାଇନ୍ ହେଉଛି ‘ପୃଥିବୀର ଲାଭ ପାଇଁ’ ଏବଂ ପୃଥିବୀର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଉଚିତ । ମହାକାଶରେ ଜୀବନ ଖୋଜିବା ପାଇଁ ସମସ୍ତେ ଚେଷ୍ଟା କରୁଛନ୍ତି । ମହାକାଶରେ ବଞ୍ଚିବା ସମ୍ଭବ କି ନୁହେଁ ଜାଣିବା ପାଇଁ ସବୁବେଳେ ପ୍ରୟାସ କରାଯାଉଛି ।

ମହାକାଶ ଯାତ୍ରାକୁ ନେଇ ସେ ଆହୁରି କହିଛନ୍ତି ଯେ ପର୍ଯ୍ୟଟକଙ୍କ ଯାତ୍ରା ପାଇଁ ସବୁ ପ୍ରକାର ଚେଷ୍ଟା କରାଯିବ । ଏହି ଯାତ୍ରାକୁ ସୁଲଭ କରାଯିବା ପାଇଁ ପ୍ରୟାସ କରାଯାଉଛି । ତେବେ ଏହି ଯାତ୍ରା ପାଇଁ ୬ ଜଣଙ୍କୁ ବଛାଯାଇଛି । ସେମାନଙ୍କ ମଧ୍ୟରୁ ଗୋପୀନାଥ ଜଣେ ହୋଇଥିବାରୁ ଭାରତବାସୀ ବେଶ୍‌ ଗର୍ବ ଅନୁଭବ କରୁଛନ୍ତି ।

The post ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା, ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ଯାତ୍ରା କରିବେ ମହାକାଶ appeared first on KNews Odisha.