ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ
ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ ସାମଗ୍ରୀ ଲଞ୍ଚ କରିବାର ଯୋଜନା କରୁଛି। ଏହାକୁ ନେଇ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେଶନ(ଜିସିଏମ୍ଏମ୍ଏଫ୍) ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ଉତ୍ପାଦକ ଆସୋସିଏଶନ ‘ମିଶିଗାନ ଦୁଗ୍ଧ ଉତ୍ପାଦକ ସଂଘ’ ସହ ଏକ […] The post ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୩: ଭାରତର ପ୍ରମୁଖ ଦୁଗ୍ଧ ବ୍ରାଣ୍ଡ ‘ଅମୂଲ୍’ ବ୍ୟବସାୟରେ ନୂଆ ଉପଲବ୍ଧି ହାସଲ କରିଛି। ଦେଶରେ ଦୈନିକ ଲକ୍ଷ ଲକ୍ଷ ଲିଟର ତାଜା କ୍ଷୀର ଯୋଗାଉଥିବା ଅମୂଲ ବ୍ରାଣ୍ଡ ଏବେ ଆମେରିକାରେ ମଧ୍ୟ କାରୋବାର କରିବ। କମ୍ପାନୀ ଏଠାରେ ତାଜା ଦୁଗ୍ଧ ସାମଗ୍ରୀ ଲଞ୍ଚ କରିବାର ଯୋଜନା କରୁଛି। ଏହାକୁ ନେଇ ଗୁଜରାଟ ସମବାୟ ଦୁଗ୍ଧ ମାର୍କେଟିଂ ଫେଡେରେଶନ(ଜିସିଏମ୍ଏମ୍ଏଫ୍) ଆମେରିକାର ୧୦୮ ବର୍ଷ ପୁରୁଣା ଦୁଗ୍ଧ ଉତ୍ପାଦକ ଆସୋସିଏଶନ ‘ମିଶିଗାନ ଦୁଗ୍ଧ ଉତ୍ପାଦକ ସଂଘ’ ସହ ଏକ ଚୁକ୍ତି କରିଛି। ସମବାୟ ସମିତିର ବାର୍ଷିକ ବୈଠକରେ ଜିସିଏମ୍ଏମ୍ଏଫ୍ ପରିଚାଳନା ନିର୍ଦ୍ଦେଶକ ଜୟନ୍ ମେହେଟ୍ଟା ଏହି ଘୋଷଣା କରିଛନ୍ତି।
ପ୍ରଥମ ଥର ଲାଗି ଅମୂଲ୍ ଦୁଗ୍ଧ, ଭାରତ ବାହାରେ ଆମେରିକା ଭଳି ବଜାରରେ ପ୍ରବେଶ କରିବାକୁ ଯାଉଛି। ଏଣୁ ଏହାର ମୂଲ୍ୟ ମଧ୍ୟ ସେଭଳି ରହିବ ବୋଲି ମେହେଟ୍ଟା କହିଛନ୍ତି। ତେବେ କମ୍ପାନୀ ଆମେରିକାରେ ଏକ ଗ୍ୟାଲନ୍(୩.୮ ଲିଟର) ଏବଂ ଅଧା ଗ୍ୟାଲନ୍(୧.୯ ଲିଟର) ପ୍ୟାକେଜିଂରେ କ୍ଷୀର ବିକ୍ରୟ କରିବ।
କହିବାକୁ ଗଲେ, ଅମୂଲ ଭାରତରେ ମଧ୍ୟ ଏକ ଘରୋଇ ନାମ। ଭାରତର ସୁପର ବ୍ରାଣ୍ଡ ମଧ୍ୟରୁ ଏହା ଅନ୍ୟତମ। କେବଳ ଏତିକି ନୁହେଁ ଭାରତରେ ‘ଶ୍ୱେତ ବିପ୍ଳବ’ ଆଣିବାରେ ଅମୂଲ୍ର ବଡ଼ ଅବଦାନ ରହିଛି। ଏହାର ସଫଳତା ହିଁ ଭାରତରେ ଦୁଗ୍ଧ ସମବାୟ ସମିତି ବିସ୍ତାର କରିଥିଲା। ଏହି କାରଣରୁ ଜାତୀୟ ଦୁଗ୍ଧ ବିକାଶ ବୋର୍ଡର ଭିତ୍ତିପ୍ରସ୍ତର ପଡ଼ିଥିଲା।
The post ଇତିହାସ ରଚିଲା Amul, ଏବେ ଆମେରିକୀୟ ବି ପିଇବେ ଭାରତୀୟ ଦୁଗ୍ଧ appeared first on Dharitri Odia News.