ଇତିହାସ ରଚିଲା ଉତ୍କଳ ହସ୍ପିଟାଲ । ପ୍ରଥମଥର ପାଇଁ କ୍ୟାଡେଭେରିକ୍ ଲିଭର ପ୍ରତିରୋପଣ ସଫଳ
କନକ ବ୍ୟୁରୋ : ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲ ଏହାର ପ୍ରଥମ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣର ସଫଳତାର ସହିତ ସମ୍ପାଦନ କରିଛି, ଯାହା ଓଡିଶାରେ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ଅଟେ । ଏପ୍ରିଲ୍ ୧୭ ରେ କରାଯାଇଥିବା ଏହି ଯକୃତ ପ୍ରତିରୋପଣରେ ଆଇଏମଏସ ଓ ସମ୍ ହସ୍ପିଟାଲରୁ ଏକ କ୍ୟାଡେଭେରିକ୍ ଯକୃତ ବାହାର କରାଯାଇ ପ୍ରତିରୋପଣ ପାଇଁ ଗ୍ରୀନ କରିଡର କରାଯାଇ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନେକ […] The post ଇତିହାସ ରଚିଲା ଉତ୍କଳ ହସ୍ପିଟାଲ । ପ୍ରଥମଥର ପାଇଁ କ୍ୟାଡେଭେରିକ୍ ଲିଭର ପ୍ରତିରୋପଣ ସଫଳ first appeared on Kanak News.

କନକ ବ୍ୟୁରୋ : ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲ ଏହାର ପ୍ରଥମ କ୍ୟାଡେଭେରିକ୍ ଯକୃତ ପ୍ରତିରୋପଣର ସଫଳତାର ସହିତ ସମ୍ପାଦନ କରିଛି, ଯାହା ଓଡିଶାରେ ଅଙ୍ଗ ପ୍ରତିରୋପଣ କ୍ଷେତ୍ରରେ ଏକ ଐତିହାସିକ ମାଇଲଖୁଣ୍ଟ ଅଟେ । ଏପ୍ରିଲ୍ ୧୭ ରେ କରାଯାଇଥିବା ଏହି ଯକୃତ ପ୍ରତିରୋପଣରେ ଆଇଏମଏସ ଓ ସମ୍ ହସ୍ପିଟାଲରୁ ଏକ କ୍ୟାଡେଭେରିକ୍ ଯକୃତ ବାହାର କରାଯାଇ ପ୍ରତିରୋପଣ ପାଇଁ ଗ୍ରୀନ କରିଡର କରାଯାଇ ଉତ୍କଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଅନେକ ଘଣ୍ଟା ଧରି ଚାଲିଥିବା ଏହି ଅସ୍ତ୍ରୋପଚାରରେ ଡକ୍ଟର ସତ୍ୟ ପ୍ରକାଶ ରାୟ ଚୌଧୁରୀ, ଡ ସଲିଲ କୁମାର ପରିଡା, ବରିଷ୍ଠ ପରାମର୍ଶଦାତା, ଏଚପିବି, ଜିଆଇ ସର୍ଜରୀ ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ, ଉତ୍କଳ ହସ୍ପିଟାଲ, ଯକୃତ ପ୍ରତିରୋପଣ ଓ ହେପାଟୋବିଲିୟାରୀ ସର୍ଜରୀ ଡ଼ାଇରେକ୍ଟର ଡାକ୍ତର ପି. ବାଲଚନ୍ଦ୍ରନ ମେନନ, ବରିଷ୍ଠ ପରାମର୍ଶଦାତା, ଲିଭର ଟ୍ରାନ୍ସପ୍ଲାଣ୍ଟ ଆନାସ୍ଥେସିଆ ଏଜି ହସ୍ପିଟାଲ ଡାକ୍ତର ଶକ୍ତି ସ୍ୱରୂପ ଏବଂ ଅନ୍ୟାନ ବିଶେଷଜ୍ଞ ଦଳ ଏହି ଅସ୍ତ୍ରୋପଚାରରେ ସହାୟତା କରିଥିଲେ ।
“ଏହି ସଫଳତା ଆମର ରୋଗୀଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇବା ପାଇଁ ଆମର ପ୍ରତିବଦ୍ଧତାର ଏକ ସ୍ମରଣୀୟ ପଦକ୍ଷେପକୁ ସୂଚାଇଥାଏ,” ଏହା କ୍ୟାଡେଭେରିକ୍ ଅଙ୍ଗ ଦାନ ପାଇଁ ପ୍ରକୃତରେ ପ୍ରେରଣାଦାୟକ, ଯେଉଁଥିରେ ଜଣେ ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ଅନେକ ଜୀବନ ବଞ୍ଚାଇ ପାରିଥାଏ ବୋଲି ଉତ୍କଳ ହସ୍ପିଟାଲର ଡାକ୍ତର ସତ୍ୟ ପ୍ରକାଶ ରାୟ ଚୌଧୁରୀ ପ୍ରକାଶ କରିଛନ୍ତି ।
ଉତ୍କଳ ହସ୍ପିପିଟାଲ ଏବଂ ଏଆଇଜି ହାଇଦ୍ରାବାଦ ମଧ୍ୟରେ ସଫଳ ସହଯୋଗ ଏବଂ ଆମର ସର୍ଜିକାଲ ଦଳର ଉତ୍ସର୍ଗ ଏହି ପ୍ରାରମ୍ଭିକ ପ୍ରକ୍ରିୟାକୁ ସମ୍ଭବ କରିପାରିଛି ବୋଲି ସେ କହିଛନ୍ତି ।
ଯକୃତ ସିରୋସିସ୍ ରୋଗରେ ପୀଡିତ କ୍ୟାଡେଭେରିକ୍ ଲିଭର ଟ୍ରାନ୍ସପ୍ଲାଣ୍ଟର ପ୍ରାପ୍ତକର୍ତ୍ତା ବର୍ତ୍ତମାନ ଉତ୍କଳ ହସ୍ପିଟାଲର ଡାକ୍ତରୀ ଦଳର ତତ୍ୱାବଧାନରେ ସୁସ୍ଥ ଅଛନ୍ତି ।ଅଧିକନ୍ତୁ, ହାଇଦ୍ରାବାଦର ଏଆଇଜି ହସ୍ପିଟାଲର କୁଶଳୀ ସର୍ଜନଙ୍କ ଅମୂଲ୍ୟ ସହାୟତା ମାଧ୍ୟମରେ ଏହି ପରିବର୍ତ୍ତନଶୀଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଥିଲା ଏବଂ ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଣରେ ସହଯୋଗ କରିବାର ପ୍ରୟାସକୁ ଦର୍ଶାଇଥିଲା ।
ଆଇଏମଏସ ଏବଂ ସମ୍ ହସ୍ପିଟାଲ, ଏଆଜି ହସ୍ପିଟାଲ୍, ପୋଲିସ ବିଭାଗ ଏବଂ ଅଙ୍ଗ ଦାତାମାନଙ୍କ ପରିବାର ସମେତ ସମସ୍ତ ସମ୍ପୃକ୍ତ ସହଯୋଗୀଙ୍କୁ ଉତ୍କଳ ହସ୍ପିଟାଲ ହୃଦୟରୁ କୃତଜ୍ଞତା ଜଣାଉଛି, ଯେଉଁ ମାନଙ୍କର ନିସ୍ଵାର୍ଥପର ଅବଦାନ ଆବଶ୍ୟକ ଲୋକଙ୍କ ଜୀବନରେ ଏକ ବଡ ପ୍ରଭାବ ପକାଇଛି ।
The post ଇତିହାସ ରଚିଲା ଉତ୍କଳ ହସ୍ପିଟାଲ । ପ୍ରଥମଥର ପାଇଁ କ୍ୟାଡେଭେରିକ୍ ଲିଭର ପ୍ରତିରୋପଣ ସଫଳ first appeared on Kanak News.