ଇତିହାସ ରଚିଲା ଭାରତ: ୩ ଫର୍ମାଟରେ ହେଲା ନମ୍ବର-୧

ନୂଆଦିଲ୍ଲୀ,୧୦।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଟି-୨୦ ଏବଂ ଦିନିକିଆରେ ଶୀର୍ଷରେ ରହିଥିଲା ଭାରତ। ଏହିପରି ଭାବରେ ଭାରତ ଏକାସାଙ୍ଗରେ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇପାରିଛି। ଏହାପୂର୍ବରୁ ଡିସେମ୍ବର ମାସରେ ମଧ୍ୟ ଟିମ ଇଣ୍ଡିଆ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇପାରିଥିଲା। ସେହି ସମୟରେ ଭାରତୀୟ ଦଳ ଟେଷ୍ଟ ଏବଂ […] The post ଇତିହାସ ରଚିଲା ଭାରତ: ୩ ଫର୍ମାଟରେ ହେଲା ନମ୍ବର-୧ appeared first on Dharitri Odia News.

ଇତିହାସ ରଚିଲା ଭାରତ: ୩ ଫର୍ମାଟରେ ହେଲା ନମ୍ବର-୧

ନୂଆଦିଲ୍ଲୀ,୧୦।୩: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୪-୧ ବିଜୟରୁ ଭାରତ ଉପକୃତ ହୋଇଛି। ଏହି ବିଜୟ ସହିତ ରୋହିତ ଶର୍ମାଙ୍କ ଦଳ ଆଇସିସି ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ପୂର୍ବରୁ ଟି-୨୦ ଏବଂ ଦିନିକିଆରେ ଶୀର୍ଷରେ ରହିଥିଲା ଭାରତ। ଏହିପରି ଭାବରେ ଭାରତ ଏକାସାଙ୍ଗରେ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇପାରିଛି।
ଏହାପୂର୍ବରୁ ଡିସେମ୍ବର ମାସରେ ମଧ୍ୟ ଟିମ ଇଣ୍ଡିଆ ତିନୋଟି ଫର୍ମାଟରେ ଏକ ନମ୍ବର ହୋଇପାରିଥିଲା। ସେହି ସମୟରେ ଭାରତୀୟ ଦଳ ଟେଷ୍ଟ ଏବଂ ଟି-୨୦ରେ ଏକ ନମ୍ବର ସ୍ଥାନରେ ରହିଥିଲା ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ୨-୧ରେ ଜିତିବା ପରେ ଏହା ମଧ୍ୟ ଆଇସିସି ର଼୍ୟାଙ୍କିଙ୍ଗରେ ଦିନିକିଆରେ ପ୍ରଥମ ସ୍ଥାନ ହାସଲ କରିଥିଲା।
ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ୧-୧ ଡ୍ର ହେବା ପରେ ଭାରତ ନମ୍ବର-୧ ର଼୍ୟାଙ୍କିଙ୍ଗ ହରାଇଥିଲା। ଅଷ୍ଟ୍ରେଲିଆ ଏକ ନମ୍ବର ଦଳ ହୋଇପାରିଥିଲା। ବର୍ତ୍ତମାନ ବିଶାଖାପାଟନମ, ରାଜକୋଟ, ରାଞ୍ଚି ଏବଂ ଧର୍ମଶାଲା ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଜିତିବା ପରେ ଟିମ ଇଣ୍ଡିଆ ପୁଣି ଥରେ ଟେଷ୍ଟରେ ଏକ ନମ୍ବର ଦଳ ହୋଇପାରିଛି। ତିନୋଟି ଫର୍ମାଟରେ ଭାରତ ନିଜର ଆଭିମୁଖ୍ୟ ବଜାୟ ରଖିଛି।
ଏହି ସିରିଜରେ ଭଲ ପ୍ରଦର୍ଶନ ସେମାନଙ୍କୁ ଅଷ୍ଟ୍ରେଲିଆକୁ ଅତିକ୍ରମ କରିବାରେ ସାହାଯ୍ୟ କରିଛି। ଦଳ ବର୍ତ୍ତମାନ ଟେଷ୍ଟ ର଼୍ୟାଙ୍କିଙ୍ଗ ଟେବୁଲରେ ୧୨୨ ରେଟିଂ ପଏଣ୍ଟ ପାଇଛି। ୧୧୭ ରେଟିଂ ପଏଣ୍ଟ ସହ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଇଂଲଣ୍ଡ ୧୧୧ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛି।

The post ଇତିହାସ ରଚିଲା ଭାରତ: ୩ ଫର୍ମାଟରେ ହେଲା ନମ୍ବର-୧ appeared first on Dharitri Odia News.