ଇତିହାସ ରଚିଲେ କାର୍ଲୋସ ଅଲକାରାଜ, ନୋଭାକ ଜାକୋଭିକଙ୍କୁ ହରାଇ ଜିତିଲେ ଓ୍ଵିମ୍ବଲଣ୍ଡନ ଟାଇଟଲ୍
ନୂଆଦିଲ୍ଲୀ: ସ୍ପେନର କାର୍ଲୋସ ଅଲକାରାଜ ରବିବାର ଓ୍ଵିମ୍ବଲଣ୍ଡନ ୨୦୨୪ର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ତାରକା ଖେଳାଳି ନୋଭାକ ଜୋକୋଭିକଙ୍କୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିବା ସହ ଇତିହାସ ରଚିଛନ୍ତି। ଅଲକାରାଜ ଲଗାତାର ୨ୟ ଥର ଓ୍ଵିମ୍ବଲଣ୍ଡନ ଜିତିବାରେ ସଫଳ ହୋଇଛନ୍ତି। ସେ ଫାଇନାଲ୍ରେ ଜୋକୋଭିକ୍ଙ୍କୁ ସିଧାସଳଖ ୬-୨, ୬-୨, ୭-୬ ସେଟ୍ରେ ହରାଇଛନ୍ତି। ୨୪ ଥରର ଗ୍ରାଣ୍ଡ ସ୍ଲାମ ବିଜେତା କୋକୋଭିକଙ୍କୁ ଗତ ବର୍ଷ ଓ୍ଵିମ୍ବଲଣ୍ଡନର ଫାଇନାଲ୍ରେ ମଧ୍ୟ ଅଲକାରାଜ ହରାଇଥିଲେ।କାର୍ଲୋସ ଅଲକାରାଜ ୨୦୨୪ ଫାଇନାଲ୍ ମୁକାବିଲାରେ ଜୋକୋଭିକ୍ଙ୍କ ବିରୋଧରେ ପ୍ରଥମ ଦୁଇଟି ସେଟ୍ ସହଜରେ ଜିତିଥିଲେ। ପ୍ରଥମ ଦୁଇଟି ସେଟକୁ ସେ ୬-୨, ୬-୨ରେ ନିଜ ନାମରେ କରିଥିଲେ। ମାତ୍ର ତୃତୀୟ ସେଟରେ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ଜୋକୋଭିକ। ତୃତୀୟ ସେଟ୍ ଟାଇ ବ୍ରେକର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୨୧ ବର୍ଷୀୟ କାର୍ଲୋସ ବାଜି ମାରି ନିଜ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ନିଜ ନାମରେ କରିଛନ୍ତି।କାର୍ଲୋସ ଅଲକାରାଜ ନିଜର ଚତୁର୍ଥ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ଜିତି ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଫେଡେରରଙ୍କ ପରେ କାର୍ଲୋସ ଅଲକାରାଜ ଏମିତି ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି ଯିଏ ନିଜ କ୍ୟାରିୟରରେ ପ୍ରଥମ ୪ଟି ଗ୍ରାଣ୍ଡ ସ୍ଲାମ ଫାଇନାଲ୍ରେ ବିଜୟ ଲାଭ କରିଛନ୍ତି। କାର୍ଲୋସ ଏ ପ
ନୂଆଦିଲ୍ଲୀ: ସ୍ପେନର କାର୍ଲୋସ ଅଲକାରାଜ ରବିବାର ଓ୍ଵିମ୍ବଲଣ୍ଡନ ୨୦୨୪ର ପୁରୁଷ ଏକକ ବର୍ଗ ଫାଇନାଲ୍ରେ ତାରକା ଖେଳାଳି ନୋଭାକ ଜୋକୋଭିକଙ୍କୁ ହରାଇ ଚାମ୍ପିଅନ ଆଖ୍ୟା ଅର୍ଜନ କରିବା ସହ ଇତିହାସ ରଚିଛନ୍ତି। ଅଲକାରାଜ ଲଗାତାର ୨ୟ ଥର ଓ୍ଵିମ୍ବଲଣ୍ଡନ ଜିତିବାରେ ସଫଳ ହୋଇଛନ୍ତି। ସେ ଫାଇନାଲ୍ରେ ଜୋକୋଭିକ୍ଙ୍କୁ ସିଧାସଳଖ ୬-୨, ୬-୨, ୭-୬ ସେଟ୍ରେ ହରାଇଛନ୍ତି। ୨୪ ଥରର ଗ୍ରାଣ୍ଡ ସ୍ଲାମ ବିଜେତା କୋକୋଭିକଙ୍କୁ ଗତ ବର୍ଷ ଓ୍ଵିମ୍ବଲଣ୍ଡନର ଫାଇନାଲ୍ରେ ମଧ୍ୟ ଅଲକାରାଜ ହରାଇଥିଲେ।
କାର୍ଲୋସ ଅଲକାରାଜ ୨୦୨୪ ଫାଇନାଲ୍ ମୁକାବିଲାରେ ଜୋକୋଭିକ୍ଙ୍କ ବିରୋଧରେ ପ୍ରଥମ ଦୁଇଟି ସେଟ୍ ସହଜରେ ଜିତିଥିଲେ। ପ୍ରଥମ ଦୁଇଟି ସେଟକୁ ସେ ୬-୨, ୬-୨ରେ ନିଜ ନାମରେ କରିଥିଲେ। ମାତ୍ର ତୃତୀୟ ସେଟରେ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ଜୋକୋଭିକ। ତୃତୀୟ ସେଟ୍ ଟାଇ ବ୍ରେକର ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ୨୧ ବର୍ଷୀୟ କାର୍ଲୋସ ବାଜି ମାରି ନିଜ କ୍ୟାରିୟରର ଚତୁର୍ଥ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ନିଜ ନାମରେ କରିଛନ୍ତି।
କାର୍ଲୋସ ଅଲକାରାଜ ନିଜର ଚତୁର୍ଥ ଗ୍ରାଣ୍ଡ ସ୍ଲାମ ଟାଇଟଲ୍ ଜିତି ମହାନ ଟେନିସ୍ ଖେଳାଳି ରୋଜର ଫେଡେରରଙ୍କ ସମକକ୍ଷ ହୋଇଛନ୍ତି। ଫେଡେରରଙ୍କ ପରେ କାର୍ଲୋସ ଅଲକାରାଜ ଏମିତି ପ୍ରଥମ ଟେନିସ୍ ଖେଳାଳି ହୋଇଛନ୍ତି ଯିଏ ନିଜ କ୍ୟାରିୟରରେ ପ୍ରଥମ ୪ଟି ଗ୍ରାଣ୍ଡ ସ୍ଲାମ ଫାଇନାଲ୍ରେ ବିଜୟ ଲାଭ କରିଛନ୍ତି। କାର୍ଲୋସ ଏ ପର୍ଯ୍ୟନ୍ତ ୨ ଥର ଓ୍ଵିମ୍ବଲଣ୍ଡନ, ଗୋଟିଏ ଫ୍ରେଞ୍ଚ ଓପନ ଓ ଥରେ ୟୁଏସ ଓପନ ଫାଇନାଲ୍ରେ ପହଞ୍ଚି ଚାମ୍ପିଅନ ହୋଇଛନ୍ତି।