ଇତିହାସ ରଚିଲେ ଦିବ୍ୟା, ଜିତିଲେ ଚେସ୍ ବିଶ୍ୱକପ
୧୯ ବର୍ଷ ବୟସରେ ଦିବ୍ୟା ଫିଡେ ମହିଳା ଚେସ୍ ବିଶ୍ୱକପ୍ ଜିତିବାର ଖ୍ୟାତି ଅର୍ଜନ କରିଛନ୍ତି। ୨୦୨୪ରେ ଦିବ୍ୟା ଜୁନିୟର ବିଶ୍ୱ ଚାମ୍ପିୟନ୍ ଟାଇଟଲ୍ ବି ଜିତିଥିଲେ।
କମାଲ କରିଛନ୍ତି ଭାରତର ଯୁବ ଚେସ ଖେଳାଳି ଦିବ୍ୟା ଦେଶମୁଖ। ସେ ଦେଶ ପାଇଁ ଜିତିଛନ୍ତ ମହିଳା ଚେସ୍ ବିଶ୍ୱକପ ୨୦୨୫ର କ୍ରାଉନ। ଜର୍ଜିଆରେ ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ୧୯ ବର୍ଷୀୟ ଦିବ୍ୟା ତାଙ୍କ ଠାରୁ ୨ ଗୁଣ ବଡ଼ ତଥା ଭାରତର କିମ୍ବଦନ୍ତୀ ମହିଳା ଚେସ ଖେଳାଳି କୋନେରୁ ହମ୍ପିଙ୍କୁ ଟାଇ ବ୍ରେକରରେ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।
୧୯ ବର୍ଷ ବୟସରେ ଦିବ୍ୟା ଫିଡେ ମହିଳା ଚେସ୍ ବିଶ୍ୱକପ୍ ଜିତିବାର ଖ୍ୟାତି ଅର୍ଜନ କରିଛନ୍ତି। ୨୦୨୪ରେ ଦିବ୍ୟା ଜୁନିୟର ବିଶ୍ୱ ଚାମ୍ପିୟନ୍ ଟାଇଟଲ୍ ବି ଜିତିଥିଲେ। ଆଜି ଚାମ୍ପିୟନ ହେବା ପରେ ଦିବ୍ୟା ଭାରତର ଚତୁର୍ଥ ମହିଳା ଗ୍ରାଣ୍ଡମାଷ୍ଟର ହୋଇପାରିଛନ୍ତି।
ଫାଇନାଲ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ରହିବା ରବିବାର କ୍ଲାସିକାଲ ରାଉଣ୍ଡ ପରସ୍ପର ବୁଝାମଣା ବା ଡ୍ରରେ ଶେଷ ହୋଇଥିଲା। ଫଳରେ ଫାଇନାଲ ରାଉଣ୍ଡ ଟାଇ ବ୍ରେକ୍ସକୁ ଯାଇଥିଲା। ଟାଇ ବ୍ରେକର ପ୍ରଥମ ରାପିଡ ଗେମ ଡ୍ର ହୋଇଥିଲା। ଦ୍ୱିତୀୟ ରାଉଣ୍ଡରେ ସମସ୍ତଙ୍କୁ ଲାଗିଥିଲା ଯେ ଡ୍ର ହେବ।
ହେଲେ ସମୟର ଚାପ ହମ୍ପିଙ୍କୁ ତ୍ରୁଟି କରିବାକୁ ବାଧ୍ୟ କରିଥିଲା। ଏହାର ଫାଇଦା ଦିବ୍ୟା ଉଠାଇଥିଲେ। ଏଥିସହ ମ୍ୟାଚ୍କୁ ଜିତି ଭାରତର ୮୮ମ ଗ୍ରାଣ୍ଡମାଷ୍ଟର ହୋଇପାରିଥିଲେ। ଦିବ୍ୟା ଟାଇ ବ୍ରେକ୍ସକୁ ୧.୫-୦.୫ରେ ଜିତି ନିଜ ନାଁକୁ ଇତିହାସ ପୃଷ୍ଠାରେ ସବୁ ଦିନ ପାଇଁ ଲେଖି ଦେଇଛନ୍ତି।
Divya Deshmukh ???????? winner of the World Chess Cup and also now a Grandmaster!pic.twitter.com/UNmgiq33qq— Chessdom (@chessdom) July 28, 2025
ଦିବ୍ୟା ଭାରତର ୪ର୍ଥ ମହିଳା ଗ୍ରାଣ୍ଡମାଷ୍ଟର ଆଖ୍ୟା ପାଇଥିବା ବେଳେ ତାଙ୍କ ପୂର୍ବରୁ ହମ୍ପି, ଆର ବୈଶାଳୀ ଓ ହାରିକା ଡ୍ରୋନାଭାଲ୍ଲି ଏପରି ସଫଳତା ପାଇଥିଲେ। ବିଜୟ ସହ ଆସନ୍ତାବର୍ଷ ପାଇଁ ଦିବ୍ୟା ଟିକେଟ ହାସଲ କରି ନେଇଛନ୍ତି।
???????????????????? ???????????????????????????????? ???????????????????????????? ???????????????????? ???????????????????????? ???????? ???????????? ???????????? ???????????????? ???????????????? ????????????????????'???? ???????????????????? ???????????? ????.#FIDEWorldCup | #DivyaDeshmukh | #HumpyKoneru pic.twitter.com/CubWCPTlLX— All India Radio News (@airnewsalerts) July 28, 2025