ଇତିହାସ ରଚିଲେ ମୋଦି
ପାଟନା,୧୨।୫: ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରୋଡ ଶୋ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ପାଟନା ବିମାନବନ୍ଦରରେ ପହଞ୍ଚି ସେଠାରୁ ପାଟଣାର ଭଟ୍ଟାଚାର୍ଯ୍ୟ ରୋଡରେ ପହଞ୍ଚିଥିଲେ। ତାଙ୍କ ରୋଡ ଶୋ ପାଟନାର ଭଟ୍ଟାଚାର୍ଯ୍ୟ ରୋଡରୁ ଆରମ୍ଭ ହୋଇଥିଲା। ପ୍ରାୟ ୨.୫ କିଲୋମିଟରର ଏହି ରୋଡ ଶୋ ଦେଖିବାକୁ ପାଟନା ରାସ୍ତାରେ ଭିଡ଼ ଜମିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହାତ ହଲାଇ ଲୋକଙ୍କୁ […] The post ଇତିହାସ ରଚିଲେ ମୋଦି appeared first on Dharitri Odia News.
ପାଟନା,୧୨।୫: ବିହାରର ରାଜଧାନୀ ପାଟନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ରୋଡ ଶୋ ଆରମ୍ଭ ହୋଇଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ରେ ପାଟନା ବିମାନବନ୍ଦରରେ ପହଞ୍ଚି ସେଠାରୁ ପାଟଣାର ଭଟ୍ଟାଚାର୍ଯ୍ୟ ରୋଡରେ ପହଞ୍ଚିଥିଲେ। ତାଙ୍କ ରୋଡ ଶୋ ପାଟନାର ଭଟ୍ଟାଚାର୍ଯ୍ୟ ରୋଡରୁ ଆରମ୍ଭ ହୋଇଥିଲା। ପ୍ରାୟ ୨.୫ କିଲୋମିଟରର ଏହି ରୋଡ ଶୋ ଦେଖିବାକୁ ପାଟନା ରାସ୍ତାରେ ଭିଡ଼ ଜମିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ହାତ ହଲାଇ ଲୋକଙ୍କୁ ଅଭିବାଦନ ଜଣାଇଛନ୍ତି। କେବଳ ଏତିକି ନୁହେଁ, ରୋଡ ଶୋ ସମୟରେ ପ୍ରଧାନମନ୍ତ୍ରୀ ରଥକୁ ଅଟକାଇ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଏହି ରୋଡ ଶୋ ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ପାଇଁ ପାଟନାର ଲୋକମାନେ ବିଭିନ୍ନ ସ୍ଥାନରେ ଏକାଠି ହୋଇଥିଲେ। ମୋଦିଙ୍କ ରୋଡ ଶୋ ସମୟରେ ପାଟନା ରାସ୍ତାରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ମେଢ, ଫୁଲ ବର୍ଷା, ଆରତୀ, ହୋର୍ଡିଂ ବ୍ୟବସ୍ଥା କରାଯାଇଥିଲା। ଏଥିସହ ପାଟନାର ଲୋକମାନେ ମୋଦୀଙ୍କ ଝଲକ ପାଇବା ପାଇଁ ନିଜ ଘରର ଛାତରେ ରହି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ ପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ରଥରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ। ପାଟନା ସାହିବ ପ୍ରାର୍ଥୀ ରବି ଶଙ୍କର ପ୍ରସାଦ ମଧ୍ୟ ରଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଥିଲେ। ଏହି ସମୟରେ ରାସ୍ତାକଡରେ ଉପସ୍ଥିତ ଲୋକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ବାଗତ କରିବା ପାଇଁ ମୋବାଇଲର ଟର୍ଚ୍ଚ ଲାଇଟ ମଧ୍ୟ ଜାଳିଥିଲେ। ରାସ୍ତାରେ ଉପସ୍ଥିତ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଝଲକ ପାଇବାକୁ ବହୁତ ଉତ୍ସାହିତ ଥିବା ଦେଖାଯାଉଥିଲା। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପାଟନାରେ ଏକ ରୋଡ ଶୋ ଆୟୋଜନ କରି ଇତିହାସ ସୃଷ୍ଟି କରିଛନ୍ତି। ଏହାପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀ ପାଟନାରେ ରୋଡ ଶୋ କରିନାହାଁନ୍ତି।
The post ଇତିହାସ ରଚିଲେ ମୋଦି appeared first on Dharitri Odia News.