ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ହୋଇଛି। ୨୦୦୪ ପରଠାରୁ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଭାରତୀୟ ଓପନରମାନେ ଏକ ଶତକୀୟ ଭାଗିଦାରୀ କରିଛନ୍ତି। ଦୁହେଁ ଦୃଢ ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ଟିମ ଇଣ୍ଡିଆର ସ୍କୋରକୁ ପାଖାପାଖି ୧୫୦ ରନକୁ ନେଇଛନ୍ତି। ଏହାପର୍ବରୁ କଙ୍ଗାରୁ ଦଳ ପ୍ରଥମ […] The post ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି appeared first on Dharitri Odia News.

ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି

ପର୍ଥ,୨୩।୧୧: ପର୍ଥ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇତିହାସ ସୃଷ୍ଟି କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟରେ ରାହୁଲ ଏବଂ ଯଶସ୍ବିଙ୍କ ମଧ୍ୟରେ ଏକ ଶତକୀୟ ଭାଗିଦାରୀ ହୋଇଛି। ୨୦୦୪ ପରଠାରୁ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଭାରତୀୟ ଓପନରମାନେ ଏକ ଶତକୀୟ ଭାଗିଦାରୀ କରିଛନ୍ତି। ଦୁହେଁ ଦୃଢ ପ୍ରଦର୍ଶନ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟେ ଟିମ ଇଣ୍ଡିଆର ସ୍କୋରକୁ ପାଖାପାଖି ୧୫୦ ରନକୁ ନେଇଛନ୍ତି।

ଏହାପର୍ବରୁ କଙ୍ଗାରୁ ଦଳ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର୧୦୪ ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଦ୍ୱିତୀୟ ଦିନରେ କଙ୍ଗାରୁମାନେ ୬୭ ରନ୍‌ରେ ୭ ଉଇକେଟର ଖେଳ ଆରମ୍ଭ କରିଥିଲେ ଏବଂ ବାକି ତିନିଟି ଉଇକେଟ ୩୭ ରନରେ ଖସିପଡ଼ିଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୦୪ ରନରେ ଅଲଆଉଟ୍‌ ହୋଇଥିଲା। ଭାରତ ପକ୍ଷରୁ ଅଧିନାୟକ ଜଶପ୍ରୀତ ବୁମ୍‌ରା ସର୍ବାଧିକ ୫ଟି ଉଇକେଟ୍‌ ନେଇଥିଲା।

The post ଇତିହାସ ରଚିଲେ ରାହୁଲ-ଜୟସ୍ବାଲ: ୨୦୦୪ ପରେ ପ୍ରଥମଥର ଘଟିଲା ଏମିତି appeared first on Dharitri Odia News.