ଇତିହାସ ରଚିଲେ ଶ୍ରେୟସ ଆୟର, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ ୧୪।୦୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର । ପଞ୍ଜାବ କିଙ୍ଗସର ହେଲେ ନୂଆ ଅଧିନାୟକ । ଆଇପିଏଲର ୨୦୨୫ ସିଜିନ୍‌ରେ ଆୟର ସମ୍ଭାଳିବେ ପଞ୍ଜାବ ଦଳର ନେତୃତ୍ୱ । ପୂର୍ବରୁ ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ର ଟାଇଟଲ ହାତେଇଥିଲା । ତଥାପି ମେଗା ନିଲାମ ପୂର୍ବରୁ ତାଙ୍କୁ KKR ରିଲିଜ୍ କରିଥିଲା। ଏହାପରେ ପଞ୍ଜାବ ଆଇପିଏଲ ୨୦୨୫ ମେଗା ନିଲାମରେ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ କରିଥିଲା ସାଇନ୍ ।ଏବେ ପଞ୍ଜାବ କିଙ୍ଗସର କ୍ୟାପଟେନ୍‌ ହେବା ପରେ ନୂଆ ଇତିହାସ ରଖିଛନ୍ତି ଶ୍ରେୟସ ଆୟର । ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ୩ଟି ଆଇପିଏଲ ଦଳରେ ଅଧିନାୟକତ୍ବ ଭାର ସମ୍ଭାଳିଛନ୍ତି । ଏକମାତ୍ର ଖେଳାଳି ଭାବେ ଶ୍ରେୟାସ ଆୟର ଭିନ୍ନ ଦଳର ଅଧିନାୟକ ଭାବେ ଫାଇନାଲ ଖେଳିଛନ୍ତି । ଆୟରଙ୍କ ପୂର୍ବରୁ ମାତ୍ର ୨ ଜଣ ଖେଳାଳି ୩ଟି ଭିନ୍ନ ଦଳର ନେତୃତ୍ବ ନେଇଛନ୍ତି । ମାତ୍ର ଭାରତୀୟ ନୁହଁନ୍ତି । ସେମାନେ ହେଲେ ଶ୍ରୀଲଙ୍କାର ଜୟବର୍ଦ୍ଧନ ଓ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ । ୧୭ତମ ଖେଳାଳି ଭାବେ ପଞ୍ଚାବ କିଙ୍ଗସରେ ନେତୃତ୍ବ ନେଇଛନ୍ତି ଶ୍ରେୟାସ ଆୟର । ସେ ୧୨ତମ ଫୁଲ ଟାଇମ ଅଧିନାୟକ ହୋଇଛନ୍ତି ।ଶ୍ରେୟସ ଆୟର ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ । ୨୦୧୮ରେ ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ ସିଜ

ଇତିହାସ ରଚିଲେ ଶ୍ରେୟସ ଆୟର, ଏପରି କରିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ ୧୪।୦୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର । ପଞ୍ଜାବ କିଙ୍ଗସର ହେଲେ ନୂଆ ଅଧିନାୟକ । ଆଇପିଏଲର ୨୦୨୫ ସିଜିନ୍‌ରେ ଆୟର ସମ୍ଭାଳିବେ ପଞ୍ଜାବ ଦଳର ନେତୃତ୍ୱ । ପୂର୍ବରୁ ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ୨୦୨୪ର ଟାଇଟଲ ହାତେଇଥିଲା । ତଥାପି ମେଗା ନିଲାମ ପୂର୍ବରୁ ତାଙ୍କୁ KKR ରିଲିଜ୍ କରିଥିଲା। ଏହାପରେ ପଞ୍ଜାବ ଆଇପିଏଲ ୨୦୨୫ ମେଗା ନିଲାମରେ ଶ୍ରେୟସ ଆୟରଙ୍କୁ ୨୬.୭୫ କୋଟି ଟଙ୍କାରେ କରିଥିଲା ସାଇନ୍ ।

ଏବେ ପଞ୍ଜାବ କିଙ୍ଗସର କ୍ୟାପଟେନ୍‌ ହେବା ପରେ ନୂଆ ଇତିହାସ ରଖିଛନ୍ତି ଶ୍ରେୟସ ଆୟର । ପ୍ରଥମ ଭାରତୀୟ ଖେଳାଳି ଭାବେ ସେ ୩ଟି ଆଇପିଏଲ ଦଳରେ ଅଧିନାୟକତ୍ବ ଭାର ସମ୍ଭାଳିଛନ୍ତି । ଏକମାତ୍ର ଖେଳାଳି ଭାବେ ଶ୍ରେୟାସ ଆୟର ଭିନ୍ନ ଦଳର ଅଧିନାୟକ ଭାବେ ଫାଇନାଲ ଖେଳିଛନ୍ତି । ଆୟରଙ୍କ ପୂର୍ବରୁ ମାତ୍ର ୨ ଜଣ ଖେଳାଳି ୩ଟି ଭିନ୍ନ ଦଳର ନେତୃତ୍ବ ନେଇଛନ୍ତି । ମାତ୍ର ଭାରତୀୟ ନୁହଁନ୍ତି । ସେମାନେ ହେଲେ ଶ୍ରୀଲଙ୍କାର ଜୟବର୍ଦ୍ଧନ ଓ ଅଷ୍ଟ୍ରେଲିଆର ଷ୍ଟିଭେନ ସ୍ମିଥ । ୧୭ତମ ଖେଳାଳି ଭାବେ ପଞ୍ଚାବ କିଙ୍ଗସରେ ନେତୃତ୍ବ ନେଇଛନ୍ତି ଶ୍ରେୟାସ ଆୟର । ସେ ୧୨ତମ ଫୁଲ ଟାଇମ ଅଧିନାୟକ ହୋଇଛନ୍ତି ।

ଶ୍ରେୟସ ଆୟର ୨୦୧୫ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ । ୨୦୧୮ରେ ସେ କ୍ୟାପିଟାଲ୍ସ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲେ । ଆୟରଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ୨୦୨୦ ସିଜନରେ ଫାଇନାଲ୍‌ ଖେଳି ରନର୍ସ ଅପ୍‌ ହୋଇଥିଲା । ସେ ୩ଟି ସଂସ୍କରଣରେ ଦଳକୁ ପ୍ଲେ-ଅଫ୍‌ରେ ପହଞ୍ଚାଇବାରେ ସଫଳ ହୋଇଥିଲେ । 

ଆଇପିଏଲ ୨୦୨୪ରେ ତାଙ୍କ ନେତୃତ୍ବରେ କୋଲକାତା ନାଇଟ ରାଇଡର୍ସ ଚମ୍ପିଅନ ହୋଇଥିଲା । ତେବେ ଆଇପିଏଲ୍‌ ମେଗା ନିଲାମରେ ପଞ୍ଜାବ କିଙ୍ଗ୍‌ସ ୨୬.୭୫ କୋଟି ଟଙ୍କାରେ ଆୟରଙ୍କୁ  କିଣିଥିଲା । ସେ ଆଇପିଏଲ ଇତିହାସର ଦ୍ବିତୀୟ ଦାମୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ।