ଇଦରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ସିରିୟାରୁ ଶୀଘ୍ର ସ୍ବଦେଶ ଫେରିବାକୁ ନିଜ ନାଗରିକଙ୍କୁ ଅପିଲ୍

ନୂଆଦିଲ୍ଲୀ: ଇଦ୍‌-ଉଲ୍-ଫିତରରେ ବଡ଼ ହମଲା ଆଶଙ୍କା । ସିରିୟାରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କରାଇଲା ଆମେରିକା । ଛୁଟିରେ ନିଜ ନାଗରିକଙ୍କୁ ସ୍ବଦେଶ ଫେରିବାକୁ ଅପିଲ୍ କରିଛି ଆମେରିକା ବିଦେଶ ମନ୍ତ୍ରଣାଳୟ । ପ୍ରବାସୀଙ୍କୁ ଶୀଘ୍ର ଆମେରିକା ଫେରିଆସିବାକୁ କୁହାଯାଇଛି । ସିରିୟା ରାଜଧାନୀ ଦମିଶକ୍ସରେ ଥିବା ଦୂତାବସ, ଅନ୍ତରାଷ୍ଟ୍ରୀୟ ସଂଗଠନ ଏବଂ ସର୍ବାଜନିକ ସ୍ଥାନରେ ଏହି ହମଲା ହୋଇପାରେ ବୋଲି କୁହାଯାଉଛି ।  ଆମେରିକା ଗୁଇନ୍ଦା ବିଭାଗ ଇଦ୍‌ରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଛି । ଆତ୍ମଘାତୀ ହମଲା, ସଶସ୍ତ୍ର ବନ୍ଧୁକଧାରୀ ଏବଂ ବିସ୍ଫୋରକ ସାମଗ୍ରୀରେ ହମଲା ହୋଇପାରେ ବୋଲି କୁହାଯାଇଛି ।  ସିରିୟାରେ ରହୁଥିବା ଆମେରିକୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଟ୍ରମ୍ପ ସରକାର । ବିଦେଶ ବିଭାଗ ଆତଙ୍କବାଦ, ନାଗରିକ ଅଶାନ୍ତି, ଅପହରଣ, ବନ୍ଧକ ବନାଇବା, ସଶସ୍ତ୍ର ସଂଘର୍ଷ ଏବଂ ବେଆଇନ ଭାବେ ଆଟକ ରଖିବା ଭଳି ଘଟଣା ଘଟିପାରେ ସତର୍କ କରାଇଛି ବିଦେଶ ମନ୍ତ୍ରଣାଳୟ । ବିଭିନ୍ନ ମେଳା କିମ୍ବା ପ୍ରଦର୍ଶନ ସ୍ଥଳୀ, ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ କୁହାଯାଇଛି ।    ନିଜ ନାଗରିକଙ୍କ ପାଇଁ ଜରୁରୀକାଳୀନ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ଆମେରିକା ପ୍ରଶାସନ । ସିରିୟା ଭିତରେ ଥିଲେ 0969-333644 ହେଲ୍ପ ଲାଇନରେ କଲ୍ କରି ଅସୁବିଧା ଜଣାଇବାକୁ କୁହାଯାଇଛି । ସେହିପରି ସିରିୟା ବାହାରେ ଫସିଥିଲେ +963-969-333644ରେ କଲ

ଇଦରେ ବଡ଼ ଆତଙ୍କବାଦୀ ଆକ୍ରମଣ ଆଶଙ୍କା; ସିରିୟାରୁ ଶୀଘ୍ର ସ୍ବଦେଶ ଫେରିବାକୁ ନିଜ ନାଗରିକଙ୍କୁ ଅପିଲ୍

ନୂଆଦିଲ୍ଲୀ: ଇଦ୍‌-ଉଲ୍-ଫିତରରେ ବଡ଼ ହମଲା ଆଶଙ୍କା । ସିରିୟାରେ ଆତଙ୍କବାଦୀ ଆକ୍ରମଣ ନେଇ ସତର୍କ କରାଇଲା ଆମେରିକା । ଛୁଟିରେ ନିଜ ନାଗରିକଙ୍କୁ ସ୍ବଦେଶ ଫେରିବାକୁ ଅପିଲ୍ କରିଛି ଆମେରିକା ବିଦେଶ ମନ୍ତ୍ରଣାଳୟ । ପ୍ରବାସୀଙ୍କୁ ଶୀଘ୍ର ଆମେରିକା ଫେରିଆସିବାକୁ କୁହାଯାଇଛି । ସିରିୟା ରାଜଧାନୀ ଦମିଶକ୍ସରେ ଥିବା ଦୂତାବସ, ଅନ୍ତରାଷ୍ଟ୍ରୀୟ ସଂଗଠନ ଏବଂ ସର୍ବାଜନିକ ସ୍ଥାନରେ ଏହି ହମଲା ହୋଇପାରେ ବୋଲି କୁହାଯାଉଛି ।  

ଆମେରିକା ଗୁଇନ୍ଦା ବିଭାଗ ଇଦ୍‌ରେ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଛି । ଆତ୍ମଘାତୀ ହମଲା, ସଶସ୍ତ୍ର ବନ୍ଧୁକଧାରୀ ଏବଂ ବିସ୍ଫୋରକ ସାମଗ୍ରୀରେ ହମଲା ହୋଇପାରେ ବୋଲି କୁହାଯାଇଛି ।  ସିରିୟାରେ ରହୁଥିବା ଆମେରିକୀୟଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଟ୍ରମ୍ପ ସରକାର । ବିଦେଶ ବିଭାଗ ଆତଙ୍କବାଦ, ନାଗରିକ ଅଶାନ୍ତି, ଅପହରଣ, ବନ୍ଧକ ବନାଇବା, ସଶସ୍ତ୍ର ସଂଘର୍ଷ ଏବଂ ବେଆଇନ ଭାବେ ଆଟକ ରଖିବା ଭଳି ଘଟଣା ଘଟିପାରେ ସତର୍କ କରାଇଛି ବିଦେଶ ମନ୍ତ୍ରଣାଳୟ । ବିଭିନ୍ନ ମେଳା କିମ୍ବା ପ୍ରଦର୍ଶନ ସ୍ଥଳୀ, ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ କୁହାଯାଇଛି ।    

ନିଜ ନାଗରିକଙ୍କ ପାଇଁ ଜରୁରୀକାଳୀନ ହେଲ୍ପ ଲାଇନ୍ ନମ୍ବର ଜାରି କରିଛି ଆମେରିକା ପ୍ରଶାସନ । ସିରିୟା ଭିତରେ ଥିଲେ 0969-333644 ହେଲ୍ପ ଲାଇନରେ କଲ୍ କରି ଅସୁବିଧା ଜଣାଇବାକୁ କୁହାଯାଇଛି । ସେହିପରି ସିରିୟା ବାହାରେ ଫସିଥିଲେ +963-969-333644ରେ କଲ୍ କରିପାରିବେ ।  ସେହିପରି ଇ-ମେଲ୍ ଆଇଡି ଜାରି କରାଯାଇଛି । USIS_damascus@embassy.mzv.cz ଯୋଗେ ସହଯୋଗ ମାଗିପାରିବେ ।