ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ
ହାଟଡିହୀ,୫l୧୧(ଶୁଭକାନ୍ତ ନାୟକ):ସମ୍ପ୍ରତି ସମାଜରେ ଦୈନନ୍ଦିନ ଜୀବନରେ ଅନ ଲାଇନ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ ଅଟନ୍ତି l ବିଭିନ୍ନ କାର୍ଯ୍ୟ ପାଇଁ ଅନ ଲାଇନ ପଦ୍ଧତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି l କେନ୍ଦୁଝର ଜିଲାପାଳ ଭାବେ ବିଶାଲ ସିଂ ଏବେ ଦାୟିତ୍ୱ ନିର୍ବାହ କରୁଛନ୍ତି l ପୂର୍ବରୁ ଆଶିଷ ଠାକରେ ୧୯।୧।୨୦୧୮ରୁ ଜିଲାପାଳ ଭାବେ ଦାୟିତ୍ୱଭାର ଗ୍ରହଣ କରିଥିଲେ l ଗତ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ବଦଳି ହୋଇଥିଲା l ତାଙ୍କ ସ୍ଥାନରେ […] The post ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ appeared first on Dharitri Odia News.
ହାଟଡିହୀ,୫l୧୧(ଶୁଭକାନ୍ତ ନାୟକ):ସମ୍ପ୍ରତି ସମାଜରେ ଦୈନନ୍ଦିନ ଜୀବନରେ ଅନ ଲାଇନ ଉପରେ ପ୍ରାୟତଃ ସମସ୍ତେ ନିର୍ଭରଶୀଳ ଅଟନ୍ତି l ବିଭିନ୍ନ କାର୍ଯ୍ୟ ପାଇଁ ଅନ ଲାଇନ ପଦ୍ଧତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି l କେନ୍ଦୁଝର ଜିଲାପାଳ ଭାବେ ବିଶାଲ ସିଂ ଏବେ ଦାୟିତ୍ୱ ନିର୍ବାହ କରୁଛନ୍ତି l ପୂର୍ବରୁ ଆଶିଷ ଠାକରେ ୧୯।୧।୨୦୧୮ରୁ ଜିଲାପାଳ ଭାବେ ଦାୟିତ୍ୱଭାର ଗ୍ରହଣ କରିଥିଲେ l ଗତ ସାଧାରଣ ନିର୍ବାଚନ ପୂର୍ବରୁ ତାଙ୍କର ବଦଳି ହୋଇଥିଲା l ତାଙ୍କ ସ୍ଥାନରେ ବିଶାଲ ସିଂ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ଅନଲାଇନରେ ଜିଲାପାଳଙ୍କ ଇନକୁମ୍ବେନ୍ସି ଚାର୍ଟ ୱେବସାଇଟ କିନ୍ତୁ ବଦଳି ପାରିନି। ଉକ୍ତ ଚାର୍ଟରେ ବଦଳି ହୋଇଥିବା ଜିଲାପାଳ ଆଶିଷ ଠାକରେ ଅଦ୍ୟାବଧି ଜିଲାପାଳ ଭାବେ କାର୍ଯ୍ୟ କରୁଥିବା ସୂଚନା ଦେଖିବାକୁ ମିଳିଛି l ନୂତନ ଜିଲାପାଳ ବିଶାଲ ସିଂଙ୍କ ନାମ ଉଲ୍ଲେଖ ହୋଇନି l ତେବେ ଏହି ଚାର୍ଟକୁ ସଂଶୋଧନ କରିବା କାମ କାହାର ବୋଲି ପ୍ରଶ୍ନ ଉଠିଛି।
ଏପରି ବ୍ୟତିକ୍ରମ ସମ୍ପୃକ୍ତ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ୱହୀନତା ଏବଂ ଖମାଖିଆଲି ସଭାବକୁ ପଦାରେ ପକାଇଛି l ଚାର୍ଟରେ ଏପରି ବ୍ୟତିକ୍ରମ ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇବା ସ୍ବାଭାବିକ। ସାମାଜିକ କର୍ମୀ ସୁନୀଲ ନାୟକ, ଖବରଦାତା ବିଭୂତି ଭୂଷଣ ଜେନା, ଗୋପାଳ କୃଷ୍ଣ ରାଉତ, ଆଇନଜୀବୀ ସଞ୍ଜୟ ମିଶ୍ର ଏବଂ ଆର୍ଯ୍ୟଭଟ୍ଟ ମୈକାପ କହିଛନ୍ତି, ଜିଲାପାଳଙ୍କ ଇନକୁମ୍ବେନ୍ସି ଚାର୍ଟ ୱେବସାଇଟରେ ନୂତନ ଜିଲାପାଳ ନାମ ସ୍ଥାନିତ ନ ହେବା ଅତି ଦୁଃଖର ବିଷୟ ଅଟେ l ଏହାକୁ ପରିବର୍ତ୍ତନ କରିବା ନିହାତି ଜରୁରୀ ଅଟେ l
The post ଇନକୁମ୍ବେନ୍ସି ଚାର୍ଟରେ ପୂର୍ବତନ ଜିଲାପାଳଙ୍କ ନାମ: ଉଠିଲା ପ୍ରଶ୍ନ appeared first on Dharitri Odia News.