ଇନଭେଷ୍ଟମେଣ୍ଟ ଜଗତର ବାଦଶାହ ଜିମ୍ ସାଇମନସଙ୍କ ପରଲୋକ
ନ୍ୟୁୟର୍କ ୧୧।୫: ଇନଭେଷ୍ଟମେଣ୍ଟ ଦୁନିଆର ମୁକୁଟ ବିହୀନ ସମ୍ରାଟ ତଥା ବିଶିଷ୍ଟ ଗଣିତଜ୍ଞ ଜିମ୍ ସାଇମନସଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ସାଇମନସ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜିମ୍ ସାଇମନସ୍ ତାଙ୍କ ଗଣିତ ଜ୍ଞାନରେ ବିଶ୍ୱକୁ ଉନ୍ନତ ନିବେଶର ‘କ୍ୱାଣ୍ଟ ଇନଭେଷ୍ଟିଂ ଟେକ୍ନୋଲଜି’ ଦେଇଛନ୍ତି। ଏହାକ ଟଙ୍କା ଛପେଇବାର ମେସିନ ମଧ୍ୟ କୁହାଯାଏ। ସେ ୨୦୧୦ ମସିହାରେ ରେନେସାଁ ଟେକ୍ନୋଲଜିସ୍ର ସିଇଓ ପଦବୀରୁ ଅବସର ନେଇଥିଲେ। ଅବସର ସମୟରେ ଫୋର୍ବସ୍ ତାଙ୍କର ମୋଟ ନେଟୱର୍ଥ ୩୧ ବିଲିୟନ ଡଲାର ଆକଳନ କରିଥିଲା। ତାଙ୍କୁ ୱାଲଷ୍ଟ୍ରିଟ୍ରେ ସଫଳ ନିବେଶକଙ୍କ ମଧ୍ୟରେ ଜଣେ ବୋଲି କୁହାଯାଉଥିଲା। ସେ ନିବେଶରେ ୱାରେନ ବଫେଟ ଓ ଜର୍ଜ ସୋରସଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ। ରେନେସାଁ ଟେକ୍ନୋଲଜିସ୍ର ବାର୍ଷିକ ହାରାହାରି ରିଟର୍ଣ୍ଣ ୩ ଦଶନ୍ଧୀ ପର୍ଯ୍ୟନ୍ତ ୬୬ ପ୍ରତିଶତ ରହୁଥିଲା। ଏହାକୁ ନେଇ ଜିମ୍ ସାଇମନସ୍ ଫାଇନାନ୍ସ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ସାଇମନସ୍ଙ୍କ ଜ୍ଞାନ ବଳରେ ହେଜ ଫଣ୍ଡ ରେନେସାଁ ଟେକ୍ନୋଲଜିସ୍ ଏପରି କରିଦେଖାଇଥିଲା। ଏପରି ପ୍ରଦର୍ଶନ ଏପର୍ଯ୍ୟନ୍ତ କୌଣସି କମ୍ପାନୀ କରି ପାରି ନାହାନ୍ତି। ଜିମ୍ ସାଇମନସ୍ଙ୍କ ଜନ୍ମ ୧୯୩୮ ମସିହାରେ ହୋଇଥିଲା। ସେ ୨୩ ବର୍ଷ ବୟସରେ ତାଙ୍କର ପିଏଚଡି ଶେଷ କରିଥିଲେ। ପାଠପଢା ଶେଷରେ ଶୀତଳ ଯୁଦ୍ଧକାଳରେ ସାଇମନସ୍ ଆମେରିକା ସରକାରଙ୍କ ନିମନ୍ତେ କୋଡ ବ୍ରେକର ଭାବେ କାର୍ଯ୍ୟ ଆର
ନ୍ୟୁୟର୍କ ୧୧।୫: ଇନଭେଷ୍ଟମେଣ୍ଟ ଦୁନିଆର ମୁକୁଟ ବିହୀନ ସମ୍ରାଟ ତଥା ବିଶିଷ୍ଟ ଗଣିତଜ୍ଞ ଜିମ୍ ସାଇମନସଙ୍କ ପରଲୋକ ହୋଇଛି। ୮୬ ବର୍ଷ ବୟସରେ ସାଇମନସ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜିମ୍ ସାଇମନସ୍ ତାଙ୍କ ଗଣିତ ଜ୍ଞାନରେ ବିଶ୍ୱକୁ ଉନ୍ନତ ନିବେଶର ‘କ୍ୱାଣ୍ଟ ଇନଭେଷ୍ଟିଂ ଟେକ୍ନୋଲଜି’ ଦେଇଛନ୍ତି। ଏହାକ ଟଙ୍କା ଛପେଇବାର ମେସିନ ମଧ୍ୟ କୁହାଯାଏ। ସେ ୨୦୧୦ ମସିହାରେ ରେନେସାଁ ଟେକ୍ନୋଲଜିସ୍ର ସିଇଓ ପଦବୀରୁ ଅବସର ନେଇଥିଲେ।
ଅବସର ସମୟରେ ଫୋର୍ବସ୍ ତାଙ୍କର ମୋଟ ନେଟୱର୍ଥ ୩୧ ବିଲିୟନ ଡଲାର ଆକଳନ କରିଥିଲା। ତାଙ୍କୁ ୱାଲଷ୍ଟ୍ରିଟ୍ରେ ସଫଳ ନିବେଶକଙ୍କ ମଧ୍ୟରେ ଜଣେ ବୋଲି କୁହାଯାଉଥିଲା। ସେ ନିବେଶରେ ୱାରେନ ବଫେଟ ଓ ଜର୍ଜ ସୋରସଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ। ରେନେସାଁ ଟେକ୍ନୋଲଜିସ୍ର ବାର୍ଷିକ ହାରାହାରି ରିଟର୍ଣ୍ଣ ୩ ଦଶନ୍ଧୀ ପର୍ଯ୍ୟନ୍ତ ୬୬ ପ୍ରତିଶତ ରହୁଥିଲା। ଏହାକୁ ନେଇ ଜିମ୍ ସାଇମନସ୍ ଫାଇନାନ୍ସ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ।
ସାଇମନସ୍ଙ୍କ ଜ୍ଞାନ ବଳରେ ହେଜ ଫଣ୍ଡ ରେନେସାଁ ଟେକ୍ନୋଲଜିସ୍ ଏପରି କରିଦେଖାଇଥିଲା। ଏପରି ପ୍ରଦର୍ଶନ ଏପର୍ଯ୍ୟନ୍ତ କୌଣସି କମ୍ପାନୀ କରି ପାରି ନାହାନ୍ତି। ଜିମ୍ ସାଇମନସ୍ଙ୍କ ଜନ୍ମ ୧୯୩୮ ମସିହାରେ ହୋଇଥିଲା। ସେ ୨୩ ବର୍ଷ ବୟସରେ ତାଙ୍କର ପିଏଚଡି ଶେଷ କରିଥିଲେ। ପାଠପଢା ଶେଷରେ ଶୀତଳ ଯୁଦ୍ଧକାଳରେ ସାଇମନସ୍ ଆମେରିକା ସରକାରଙ୍କ ନିମନ୍ତେ କୋଡ ବ୍ରେକର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଜିମ ସାଇମନସ ଜୀବିତାବସ୍ଥାରେ ତାଙ୍କର ପ୍ରସିଦ୍ଧ ମେଡିଲିୟନ ଫଣ୍ଡକୁ ଏସ ଏଣ୍ଡ ପି ୫୦୦ ଇଣ୍ଡେକ୍ସ ତୁଳନାରେ ୪ ଗୁଣାରୁ ଅଧିକ ରିଟର୍ଣ୍ଣ ଦେଉଥିବା ଫଣ୍ଡରେ କିପରି ପରିବର୍ତ୍ତିତ କରିଥିଲା ତାର ରହସ୍ୟ ଉନ୍ମୋଚନ କରି ନଥିଲେ। ସେ ୪୦ ବର୍ଷ ବୟସରେ ରେନେସାଁ ଟେକ୍ନୋଲଜିସ୍ର ସ୍ଥାପନା କରିଥିଲେ।