ଇନ୍ଦୋର ବାହାରିଲେ କୋହଲି, ଦୀର୍ଘ ଦିନର ବ୍ୟବଧାନ ପରେ ଖେଳିବେ ଟି -୨୦
ନୂଆଦିଲ୍ଲୀ, ୧୩।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ ଖେଳି ନ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଖେଳିବା ପାଇଁ ଇନ୍ଦୋର ଯାଇଛନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ମୋହାଲିରେ ଖେଳାଯାଇଥିବା ମ୍ୟାଚର ସାମିଲ ହୋଇନଥିଲେ। ଦୀର୍ଘ ସମୟ ପରେ କୋହଲି ଭାରତର ଟି -୨୦କୁ ଫେରିଛନ୍ତି। କୋହଲିଙ୍କ […] The post ଇନ୍ଦୋର ବାହାରିଲେ କୋହଲି, ଦୀର୍ଘ ଦିନର ବ୍ୟବଧାନ ପରେ ଖେଳିବେ ଟି -୨୦ appeared first on Dharitri Odia News.
ନୂଆଦିଲ୍ଲୀ, ୧୩।୧: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରରେ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ଏକ ଚମତ୍କାର ବିଜୟ ପଞ୍ଜିକରଣ କରିଥିଲା। ବିରାଟ କୋହଲି ସିରିଜର ପ୍ରଥମ ମ୍ୟାଚ ଖେଳି ନ ଥିବା ବେଳେ ଦ୍ୱିତୀୟ ମ୍ୟାଚ ଖେଳିବା ପାଇଁ ଇନ୍ଦୋର ଯାଇଛନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ମୋହାଲିରେ ଖେଳାଯାଇଥିବା ମ୍ୟାଚର ସାମିଲ ହୋଇନଥିଲେ। ଦୀର୍ଘ ସମୟ ପରେ କୋହଲି ଭାରତର ଟି -୨୦କୁ ଫେରିଛନ୍ତି।
କୋହଲିଙ୍କ ଏକ ଭିଡିଓ ଏକ୍ସରେ ଶେୟାର କରାଯାଇଛି। ଏଥିରେ କୋହଲି ବିମାନବନ୍ଦରରେ ନଜର ଆସିଛନ୍ତି। ଦାବି ହେଉଛି ଯେ, କୋହଲି ମୁମ୍ବାଇରୁ ଇନ୍ଦୋର ଯାଇଛନ୍ତି। ପ୍ରଥମ ମ୍ୟାଚ ସମୟରେ ଟିମ ଇଣ୍ଡିଆ ଖେଳାଳିଙ୍କୁ ପ୍ରବଳ ଥଣ୍ଡା ସହ ସାମ୍ନା କରିବାକୁ ପଡିଥିଲା। ସେହି ମ୍ୟାଚ ମୋହାଲିରେ ଖେଳାଯାଇଥିଲା ଏବଂ ସା ୭ଟାରୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ଇନ୍ଦୋରରେ ମଧ୍ୟ ମ୍ୟାଚ ସା ୭ ଟାରୁ ଆରମ୍ଭ ହେବ । ସୂଚନାଯୋଗ୍ୟ ଯେ, କୋହଲି ନଭେମ୍ବର ୨୦୨୨ ରେ ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ପାଇଁ ଶେଷ ଟି -୨୦ ମ୍ୟାଚ ଖେଳିଥିଲେ। ଏହା ପରେ ସେ ଟି -୨୦ ଦଳରୁ ବାହାରେ ଥିଲେ।
The post ଇନ୍ଦୋର ବାହାରିଲେ କୋହଲି, ଦୀର୍ଘ ଦିନର ବ୍ୟବଧାନ ପରେ ଖେଳିବେ ଟି -୨୦ appeared first on Dharitri Odia News.