ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି। ଟ୍ରେନ୍‌ଟି ଡ. ଆମ୍ବେଡ୍‌କର ନଗରରୁ ରତଲାମ ଯାଉଥିବା ବେଳେ ରୁନିଜା ଏବଂ ନାଉଗାଁଓ ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ। The post ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ appeared first on Dharitri Odia News.

ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ

ଇନ୍ଦୋର,୨୭ା୧୦: ମଧ୍ୟପ୍ରଦେଶର ରତଲାମ ଜିଲାରେ ରବିବାର ସନ୍ଧ୍ୟାରେ ଏକ ଡିଜେଲ ଇଲେକ୍ଟ୍ରିକାଲ୍‌ ମଲ୍ଟିପ୍ଲ ୟୁନିଟ୍‌ (ଡେମୁ) ଟ୍ରେନ୍‌ର ଇଞ୍ଜିନ୍‌ରେ ନିଆଁ ଲାଗିଯାଇଛି। ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିବା ବେଳେ କେହି ମୃତାହତ ହୋଇନାହାନ୍ତି। ଟ୍ରେନ୍‌ଟି ଡ. ଆମ୍ବେଡ୍‌କର ନଗରରୁ ରତଲାମ ଯାଉଥିବା ବେଳେ ରୁନିଜା ଏବଂ ନାଉଗାଁଓ ଷ୍ଟେଶନ ମଧ୍ୟବର୍ତ୍ତୀ ସ୍ଥାନରେ ନିଆଁ ଲାଗିଥିଲା। ଘଟଣାସ୍ଥଳରେ ରେଲଓ୍ବେ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ।

The post ଇନ୍ଦୋର-ରତଲାମ ଟ୍ରେନ୍‌ରେ ଲାଗିଲା ନିଆଁ appeared first on Dharitri Odia News.