ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର: ଖୁବ୍ ଶୀଘ୍ର ଏଟିଏମରୁ ପିଏଫ୍‌ ଟଙ୍କା ଉଠାଇ ହେବ

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର । ଖୁବ୍ ଶୀଘ୍ର ଏଟିଏମ କାର୍ଡରୁ ମିଳିବ ପିଏଫ୍ ଟଙ୍କା । ଆସୁଛି ଇପିଏଫ୍‌ଓ ୩.୦ । ଏଟିଏମରୁ ପିଏଫ ଟଙ୍କା ଉଠାଇ ହେବ । ସରକାରୀ ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ । ଯଥା ଶୀଘ୍ର ନୂଆ ସଫ୍ଟୱାର ସିଷ୍ଟମ, ଇପିଏଫ୍‌ଓ-୩.୦ ଆରମ୍ଭ ହେବ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ଜୁନ୍ ୨୦୨୫ରେ ଏହାର ଉନ୍ନତ ଇପିଏଫଓ ୩.୦ ସିଷ୍ଟମ ଆରମ୍ଭ […] The post ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର: ଖୁବ୍ ଶୀଘ୍ର ଏଟିଏମରୁ ପିଏଫ୍‌ ଟଙ୍କା ଉଠାଇ ହେବ appeared first on KNews Odisha.

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର:  ଖୁବ୍ ଶୀଘ୍ର ଏଟିଏମରୁ ପିଏଫ୍‌ ଟଙ୍କା ଉଠାଇ ହେବ
epfo

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର । ଖୁବ୍ ଶୀଘ୍ର ଏଟିଏମ କାର୍ଡରୁ ମିଳିବ ପିଏଫ୍ ଟଙ୍କା । ଆସୁଛି ଇପିଏଫ୍‌ଓ ୩.୦ । ଏଟିଏମରୁ ପିଏଫ ଟଙ୍କା ଉଠାଇ ହେବ । ସରକାରୀ ଦପ୍ତରରେ ଚକ୍କର କାଟିବାକୁ ପଡ଼ିବ ନାହିଁ । ଯଥା ଶୀଘ୍ର ନୂଆ ସଫ୍ଟୱାର ସିଷ୍ଟମ, ଇପିଏଫ୍‌ଓ-୩.୦ ଆରମ୍ଭ ହେବ ।

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ବା ଇପିଏଫଓ ଜୁନ୍ ୨୦୨୫ରେ ଏହାର ଉନ୍ନତ ଇପିଏଫଓ ୩.୦ ସିଷ୍ଟମ ଆରମ୍ଭ କରିବ । ଏହାର ଲକ୍ଷ୍ୟ ହେଉଛି ପ୍ରୋଭିଡେଣ୍ଟ ଫଣ୍ଡ (ପିଏଫ୍‌) ଉଠାଇବାକୁ ସରଳ କରିବା, କେୟାସି ଅପଡେଟକୁ ତ୍ଵରାନ୍ଵିତ କରିବା ଏବଂ ଦାବି ପ୍ରକ୍ରିୟାକରଣ ସମୟ ହ୍ରାସ କରିବା ।

ଇପିଏଫ୍‌ ପାଣ୍ଠିକୁ ଅଧିକ ଦ୍ରୁତ ଏବଂ ସୁବିଧାଜନକ ଭାବେ ପ୍ରବେଶ କରିବା ପାଇଁ ଏଟିଏମ-ପରି କାର୍ଡ ପ୍ରବର୍ତ୍ତନ କରିବା ସମ୍ଭାବନା ରହିଛି । ଶୀଘ୍ର ନୂଆ ଇଫିଏଫ୍‌ କାର୍ଡରୁ ଟଙ୍କା ଉଠାଣ ସମ୍ବନ୍ଧିତ ମାର୍ଗଦର୍ଶିକା ସହିତ କର୍ମଚାରୀଙ୍କୁ ଏଟିଏମ କାର୍ଡ ଜାରି କରାଯିବ । ଏହା ମାଧ୍ୟମରେ କର୍ମଚାରୀ ଆର୍ଥିକ ଜରୁରୀ ସ୍ଥିତିରେ କିମ୍ବା ଅପ୍ରତ୍ୟାଶିତ ଖର୍ଚ୍ଚକୁ ପରିଚାଳନା କରିପାରିବେ ।

ବର୍ତ୍ତମାନ, ସଦସ୍ୟମାନଙ୍କୁ ପିଏଫ୍ ପାଣ୍ଠି ଉଠାଇବା ପାଇଁ ପ୍ରାୟ ୧୦ ରୁ ୧୫ ଦିନ ସମୟ ଲାଗୁଛି । କିନ୍ତୁ, ଥରେ ଏଟିଏମ୍ ଏବଂ UPI ସୁବିଧା ପ୍ରଚଳନ ହୋଇଗଲେ, ଏହା କିଛି ମିନିଟ୍‌ର କଥା ହୋଇଯିବ । ତଥାପି, ATM ଏବଂ UPI ମାଧ୍ୟମରେ କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉଠାଯାଇପାରିବ । ଏହା ସହିତ, କର୍ମଚାରୀମାନଙ୍କୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ପଡିବ ନାହିଁ ଏବଂ ଅଯଥାରେ ସମୟ ମଧ୍ୟ ପଷ୍ଟ ହେବ ନାହିଁ ।

ଆହୁରି ପଢନ୍ତୁ:ସରକାର ଆରମ୍ଭ କରିଛନ୍ତି ନୂଆ ସ୍କିମ୍, ଟପ୍-ଅପ୍ ଏବଂ PPF ଭଳି ପାଇବେ ଲାଭ

The post ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଆସିଛି ବଡ଼ ଖବର: ଖୁବ୍ ଶୀଘ୍ର ଏଟିଏମରୁ ପିଏଫ୍‌ ଟଙ୍କା ଉଠାଇ ହେବ appeared first on KNews Odisha.