ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱର,୨୮।୫: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଇଭିଏମ ମେସିନ ଭଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଏହାରି ଭିତରେ ଭୁବନେଶ୍ୱର ଏମପି ପ୍ରାର୍ଥୀନୀ ଅପରାଜିତା ଷଡଙ୍ଗୀ ଘଟଣାର ସିସିଟିଭି ଫୁଟେଜ ଭାଇରାଲ କରିଛନ୍ତି। ଯେଉଁଥିରେ ପ୍ରଶାନ୍ତ ଇଭିଏମ ଭାଙ୍ଗିଛନ୍ତି କି ନାହିଁ ଜଣାପଡିଛି। ଭିଡିଓ ଭାଇରାଲ ହେବା ପରେ ଏହାର […] The post ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ appeared first on Dharitri Odia News.
ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ଭୁବନେଶ୍ୱର,୨୮।୫: ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଭାଜପା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦେବଙ୍କ ଇଭିଏମ ମେସିନ ଭଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଏହାରି ଭିତରେ ଭୁବନେଶ୍ୱର ଏମପି ପ୍ରାର୍ଥୀନୀ ଅପରାଜିତା ଷଡଙ୍ଗୀ ଘଟଣାର ସିସିଟିଭି ଫୁଟେଜ ଭାଇରାଲ କରିଛନ୍ତି। ଯେଉଁଥିରେ ପ୍ରଶାନ୍ତ ଇଭିଏମ ଭାଙ୍ଗିଛନ୍ତି କି ନାହିଁ ଜଣାପଡିଛି।
ଭିଡିଓ ଭାଇରାଲ ହେବା ପରେ ଏହାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏକ ପ୍ରେସ ରିଲିଜ ମାଧ୍ୟମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) କହିଛନ୍ତି ଯେ, ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀର ଏକ ମତଦାନ କେନ୍ଦ୍ରର ଭିଡିଓ କେତେକ ଇଲେକ୍ଟ୍ରୋନିକ ଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଆମ ଦୃଷ୍ଟିକୁ ଆସିଛି । ଉକ୍ତ ମତଦାନ ସଂଗ୍ରହ ଦିନ ୬୦ ପ୍ରତିଶତ ମତଦାନ କେନ୍ଦ୍ରରେ ୱେବକାଷ୍ଟିଂ ବ୍ୟବସ୍ଥା ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କ କଂଟ୍ରୋଲ ରୁମରେ ଏହି ଲାଇଭ ୱେବକାଷ୍ଟିଂକୁ ଦେଖି ହେଉଥିଲା । ଜିଲ୍ଲା ନିର୍ବାଚନ ଅଧିକାରୀ ହେଉଛନ୍ତି ୱେବକାଷ୍ଟିଂ ରେକର୍ଡର ରକ୍ଷକ । ତେଣୁ ଏହାର ତୁରନ୍ତ ତଦନ୍ତ କରି ଓ ଘଟଣା ଉପରେ ସ୍ପଷ୍ଟୀକରଣ ରଖିବା ପାଇଁ ଖୋର୍ଦ୍ଧା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସିଇଓ କହିଛନ୍ତି ।
The post ଇଭିଏମ ଭଙ୍ଗା ଘଟଣା: ଭାଇରାଲ ଭିଡିଓର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ appeared first on Dharitri Odia News.