‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି । ମୁମ୍ବାଇ ପୋଲିସ ଶିବସେନା (ସିନ୍ଦେ ଦଳ) ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଣି ଥରେ ଇଭିଏମ୍‌ ବିବାଦ ଦେଖାଦେଇଛି । ଏହି ପ୍ରସଙ୍ଗରେ ଶାସକ ଏବଂ ବିରୋଧୀ ଦଳର ନେତାମାନେ ସାମ୍ନାସାମ୍ନି ହୋଇଛନ୍ତି । ବର୍ତ୍ତମାନ ବିରୋଧୀ ନେତାଙ୍କ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ […] The post ‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC appeared first on KNews Odisha.

‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC
elect

ଇଭିଏମ୍ ଅନ୍‌ଲକ କରିବା ପାଇଁ କୌଣସି ଓଟିପିର ଆବଶ୍ୟକ ହୁଏନାହିଁ । ନିର୍ବାଚନ ଆୟୋଗ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସ୍ପଷ୍ଟୀକରଣ ଦେଇଛନ୍ତି । ମୁମ୍ବାଇ ପୋଲିସ ଶିବସେନା (ସିନ୍ଦେ ଦଳ) ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିବା ପରେ ପୁଣି ଥରେ ଇଭିଏମ୍‌ ବିବାଦ ଦେଖାଦେଇଛି । ଏହି ପ୍ରସଙ୍ଗରେ ଶାସକ ଏବଂ ବିରୋଧୀ ଦଳର ନେତାମାନେ ସାମ୍ନାସାମ୍ନି ହୋଇଛନ୍ତି ।

ବର୍ତ୍ତମାନ ବିରୋଧୀ ନେତାଙ୍କ ଅଭିଯୋଗ ଉପରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରିଟର୍ଣ୍ଣିଂ ଅଫିସର ବନ୍ଦନା ସୂର୍ଯ୍ୟବଂଶୀ କହିଛନ୍ତି ଯେ ଇଭିଏମ୍‌କୁ ଖୋଲିବା ପାଇଁ କୌଣସି OTP ଲାଗେ ନାହିଁ । ଇଭିଏମ୍ ଡିଭାଇସ୍ କାହା ସହିତ ସଂଯୁକ୍ତ ନୁହେଁ । ଇଭିଏମ୍ ହେଉଛି ଷ୍ଟାଣ୍ଡାଲୋନ୍‌ ସିଷ୍ଟମ୍‌ । ଖବରକାଗଜରେ ସଂପୂର୍ଣ୍ଣ ଭୁଲ ଖବର ପ୍ରକାଶିତ ହୋଇଛି । ଆମେ ସମ୍ପୃକ୍ତ ଖବରକାଗଜକୁ ଏକ ନୋଟିସ୍ ଜାରି କରିଛୁ । ଆଇପିସି ଧାରା ୪୯୯ ଅଧୀନରେ ମାନହାନି ମକଦ୍ଦମା ମଧ୍ୟ ଦାୟର କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଖବରକାଗଜର ସାମ୍ବାଦିକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲି । ଆଇପିସି ଧାରା ୫୦୫ ଏବଂ ୪୯୯ ଅନୁଯାୟୀ ସେମାନଙ୍କୁ ନୋଟିସ୍ ପଠାଇବୁ । ଗୌରବଙ୍କୁ ଯେଉଁ ମୋବାଇଲ୍ ରଖିବାକୁ ଅନୁମତି ଦିଆଯାଇଥିଲା, ତାହା ତାଙ୍କ ନିଜର ମୋବାଇଲ୍ ଫୋନ୍‌ ଥିଲା । ପୋଲିସର ଯାଞ୍ଚ ପରେ ଆମେ ଇଣ୍ଟରନାଲ୍‌ ତଦନ୍ତ କରିବୁ କି ନାହିଁ, ତାହା ଆଗକୁ ସ୍ଥିର କରାଯିବ ।

କହି ରଖୁଛୁ କି, ଇଭିଏମ୍‌ ସମ୍ପର୍କିତ ମାମଲାରେ ମୁମ୍ବାଇ ପୋଲିସ ସାଂସଦ ରବିନ୍ଦ୍ର ଭାୟକରଙ୍କ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରିଛି । ମୁମ୍ବାଇର ଗୋରେଗାଓଁ ନିର୍ବାଚନ କେନ୍ଦ୍ର ଭିତରେ ନିଷେଧାଦେଶ ସତ୍ତ୍ୱେ ସେ ତାଙ୍କ ମୋବାଇଲ୍ ଫୋନ୍ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏହା ବ୍ୟତୀତ ତାଙ୍କୁ ମୋବାଇଲ ଫୋନ୍ ଦେଇଥିବା ଅଭିଯୋଗରେ ପୋଲିସ ନିର୍ବାଚନ ଆୟୋଗର ଜଣେ କର୍ମଚାରୀଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଛି ।

The post ‘ଇଭିଏମ୍‌ କୌଣସି OTPରୁ ଖୋଲେ ନାହିଁ, ଏହା ଡିଭାଇସ୍‌ ସହ ସଂଯୁକ୍ତ ନୁହେଁ’, ହ୍ୟାକିଂ ଅଭିଯୋଗକୁ ଖଣ୍ଡନ କଲେ EC appeared first on KNews Odisha.