ଇମରାନ୍‌ ଖାନ୍‌ ଏବଂ ବୁଶାରାଙ୍କୁ ବଡ଼ ଆଶ୍ବସ୍ତି, ତୋଶାଖାନା ମାମଲାରେ ୧୪ ବର୍ଷର ଦଣ୍ଡ ଉପରେ ରୋକ୍

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଆଶ୍ବସ୍ତି।ତୋଶାଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ସୋମବାର ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଇମରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଶୁଣାଇଥିବା ୧୪ ବର୍ଷର ଦଣ୍ଡକୁ ରଦ୍ଦ କରିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଇଦ୍‌ ଛୁଟି ପରେ କରାଯିବ।ସୂଚନାଥାଉକି, ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ ଇମ୍‌ରାନ ଏବଂ ତାଙ୍କ ପତ୍ନୀଙ୍କୁ ତୋଶାଖାନା ଦୁର୍ନୀତି ଅଭିଯୋଗରେ ଜାନୁଆରୀ ୩୧ରେ ଦୁହିଁଙ୍କୁ ୧୪-୧୪ ବର୍ଷ ଦଣ୍ଡ ଶୁଣାଇଥିଲେ।ହେଲେ ଉଭୟ ଦଣ୍ଡକୁ ଇସଲାମାବାଦରେ ଚାଲେଞ୍ଜ କରିଥିଲେ। ଆଉ ମୁଖ୍ୟ ବିଚାରପତି ଅମିର ଫାରୁକଙ୍କ ନେତୃତ୍ବରେ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ସୋମବାର ରଦ୍ଦ କରି ସେମାନଙ୍କୁ ଜାମିନ୍‌ ଦେଇ ଅସ୍ଥାୟୀ ଆଶ୍ବସ୍ତି ଦେଇଛନ୍ତି। ପାକିସ୍ତାନର NAB ଅଦାଲତ ଦୁହିଁଙ୍କୁ ଏହି ଦଣ୍ଡ ଶୁଣାଇଥିଲେ । You Can Also Read:ଅରୁଣାଚଳ ପ୍ରଦେଶ ଉପରେ ପୁଣି ଚୀନ୍‌ର ଦାବି, ୩୦ଟି ସ୍ଥାନର ଜାରି କଲା ଚାଇନିଜ୍‌ ନାଁସୂଚନାଥାଉକି, ତୋଶାଖାନା ଦୁର୍ନୀତି ମାମଲାରେ ୭୧ ବର୍ଷୀୟ ଖାନଙ୍କ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାବରେ ନିଜର କାର୍ଯ୍ୟକାଳ ସମୟରେ ମିଳିଥିବା ସରକାରୀ ଉପହାରକୁ ନିଜ ପାଖରେ ରଖିବା ଅଭିଯୋଗ ରହିଛି। ତୋଶାଖାନାର ନିୟମ ଅନୁଯାୟୀ, ସରକାରୀ ଅଧିକାରୀ ଏହି ଉପହାର ପାଇଁ କିଣିବାକୁ ପଡ଼ିଥାଏ। କ

ଇମରାନ୍‌ ଖାନ୍‌ ଏବଂ ବୁଶାରାଙ୍କୁ ବଡ଼ ଆଶ୍ବସ୍ତି, ତୋଶାଖାନା ମାମଲାରେ ୧୪ ବର୍ଷର ଦଣ୍ଡ ଉପରେ ରୋକ୍

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଆଶ୍ବସ୍ତି।ତୋଶାଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ସୋମବାର ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଇମରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଶୁଣାଇଥିବା ୧୪ ବର୍ଷର ଦଣ୍ଡକୁ ରଦ୍ଦ କରିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଇଦ୍‌ ଛୁଟି ପରେ କରାଯିବ।

ସୂଚନାଥାଉକି, ଦେଶରେ ସାଧାରଣ ନିର୍ବାଚନ ପୂର୍ବରୁ ଇମ୍‌ରାନ ଏବଂ ତାଙ୍କ ପତ୍ନୀଙ୍କୁ ତୋଶାଖାନା ଦୁର୍ନୀତି ଅଭିଯୋଗରେ ଜାନୁଆରୀ ୩୧ରେ ଦୁହିଁଙ୍କୁ ୧୪-୧୪ ବର୍ଷ ଦଣ୍ଡ ଶୁଣାଇଥିଲେ।ହେଲେ ଉଭୟ ଦଣ୍ଡକୁ ଇସଲାମାବାଦରେ ଚାଲେଞ୍ଜ କରିଥିଲେ। ଆଉ ମୁଖ୍ୟ ବିଚାରପତି ଅମିର ଫାରୁକଙ୍କ ନେତୃତ୍ବରେ ୨ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରି ସୋମବାର ରଦ୍ଦ କରି ସେମାନଙ୍କୁ ଜାମିନ୍‌ ଦେଇ ଅସ୍ଥାୟୀ ଆଶ୍ବସ୍ତି ଦେଇଛନ୍ତି। ପାକିସ୍ତାନର NAB ଅଦାଲତ ଦୁହିଁଙ୍କୁ ଏହି ଦଣ୍ଡ ଶୁଣାଇଥିଲେ । 

You Can Also Read:

ଅରୁଣାଚଳ ପ୍ରଦେଶ ଉପରେ ପୁଣି ଚୀନ୍‌ର ଦାବି, ୩୦ଟି ସ୍ଥାନର ଜାରି କଲା ଚାଇନିଜ୍‌ ନାଁ

ସୂଚନାଥାଉକି, ତୋଶାଖାନା ଦୁର୍ନୀତି ମାମଲାରେ ୭୧ ବର୍ଷୀୟ ଖାନଙ୍କ ଉପରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଭାବରେ ନିଜର କାର୍ଯ୍ୟକାଳ ସମୟରେ ମିଳିଥିବା ସରକାରୀ ଉପହାରକୁ ନିଜ ପାଖରେ ରଖିବା ଅଭିଯୋଗ ରହିଛି। ତୋଶାଖାନାର ନିୟମ ଅନୁଯାୟୀ, ସରକାରୀ ଅଧିକାରୀ ଏହି ଉପହାର ପାଇଁ କିଣିବାକୁ ପଡ଼ିଥାଏ। କିନ୍ତୁ ପ୍ରଥମେ ଏହାକୁ ତୋଶାଖାନାରେ ଜମା କରିବା ଆବଶ୍ୟକ।

ହେଲେ ଇମରାନ ଏବଂ ତାଙ୍କ ପତ୍ନୀ ନିଜ ଅଧିକାରର ଉପଯୋଗ କରି ଏହାକୁ କମ୍ ଦାମ୍‌ରେ ହାସଲ କରିଛନ୍ତି। ଜାନୁଆରୀ ୩୦ରେ କେବଳ ମାମଲାରେ ୧୦ ବର୍ଷର ଦଣ୍ଡ ଶୁଣାଯିବାର ଗୋଟିଏ ଦିନ ପରେ ତୋଶାଖାନା ମାମଲାରେ ଖାନ୍‌ଙ୍କୁ ଦୋଷୀ ସାବ୍ୟସ୍ତ ହୋଇଥିଲେ। 

You Can Also Read:

ବାଂଲାଦେଶରେ ବଢୁଛି ବାଲ୍ୟ ବିବାହ ! ୪୦ ପ୍ରତିଶତରୁ ଅଧିକ ଯୁବତୀ ୧୮ ବର୍ଷ ପୂର୍ବରୁ ଗଢିଛନ୍ତି ସଂସାର

ଉଲ୍ଲେଖଯୋଗ୍ୟ, ୨୦୨୩ ଅଗଷ୍ଟରେ ତୋଶାଖାନାର ଏକ ଭିନ୍ନ ମାମଲାରେ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ ଇମରାନ। ଯାହା ପରେ ତାଙ୍କୁ ଗିରଫ କରାଯାଇଥିଲା।ପ୍ରଧାନମନ୍ତ୍ରୀ ଭାବରେ ନିଜ କାର୍ଯ୍ୟକାଳ ସମୟରେ ତାଙ୍କୁ କିମ୍ବା ତାଙ୍କ ପତ୍ନୀଙ୍କୁ ମିଳିଥିବା ଉପହାର ରଖିବା ପାଇଁ ନିଜ ଅଧିକାରର ଦୁରୂପଯୋଗ କରିବା ଅଭିଯୋଗ ଉପରେ ଆଧାରିତ ଥିଲା। ଏହି ମାମଲା NAB ଦ୍ବାରା ରୁଜୁ କରାଯାଇଥିଲା। ଏପ୍ରିଲ ୨୦୨୨ରେ ସତ୍ତା ହରାଇବା ପରଠାରୁ ଏପର୍ଯ୍ୟନ୍ତ ୧ ଭିନ୍ନ ଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।ତାଙ୍କୁ ତୋଶାଖାନାର ଦୁଇ ମାମଲାରେ ଜାମିନ୍‌ ମିଳିଛି।