ଇମ୍ରାନ ଖାନଙ୍କୁ କୋର୍ଟରୁ ଆଶ୍ୱସ୍ତି, ଏହି ଦୁଇ ମାମଲାରେ ନିର୍ଦ୍ଦୋଷରେ ଖଲାସ ହେଲେ PTI ମୁଖ୍ୟ
ଇସ୍ଲାମାବାଦ ୨୦।୫: ପାକିସ୍ତାନ ଇସ୍ଲାମାବାଦ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସୋମବାର ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ପାର୍ଟିର ଅନ୍ୟ ନେତାଙ୍କୁ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। କୋର୍ଟ ମାର୍ଚ୍ଚ ୨୦୨୨ରେ ପାର୍ଟି ପକ୍ଷରୁ ଅନୁଷ୍ଠିତ ମାର୍ଚ୍ଚ କାଳରେ ହିଂସା କାଣ୍ଡ ସମ୍ପର୍କିତ ଦୁଇଟି ମାମଲାରେ ଶୁଣାଣି କରୁଥିଲେ। ଏହି ଅଭିଯୋଗରୁ ମୁକ୍ତ ହୋଇଥିବା ପାର୍ଟିର ଅନ୍ୟ ନେତାଙ୍କ ମଧ୍ୟରେ ଜରତାଜ ଗୁଲ, ଅଲ୍ଲୀ ନୱାଜ ଅୱାନ, ଫୈଶଲ ଜାଭେଦ ଓ ଶାହ ମହମ୍ମଦ କୁରେଶୀ ଆଦି ଅଛନ୍ତି। ଧାରା ୧୪୪ ଉଲ୍ଲଂଘନ ନିମନ୍ତେ ଇମ୍ରାନ ଖାନ ଓ ଅନ୍ୟ ରାଜନେତାଙ୍କ ବିରୋଧରେ କୋହସର ଓ କରାଚୀରେ ମାମଲା ରୁଜୁ ହୋଇଥିଲା। ଇମ୍ରାନଙ୍କ ଓକିଲ ନଇମ ପଞ୍ଜୋଥା କହିଛନ୍ତି ଯେ ପିଟିଆଇ ସଂସ୍ଥାପକଙ୍କ ବିରୋଧରେ ମୋକଦ୍ଦମା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଥିଲା। ସେ କହିଛନ୍ତି ଯେ ମାର୍ଚ୍ଚ କାଳରେ ଇମ୍ରାନଙ୍କ ବିରୋଧରେ ଭଙ୍ଗାରୁଜାର କୌଣସି ପ୍ରମାଣ ମିଳିନାହିଁ। ସେ କହିଛନ୍ତି ଯେ ଇସ୍ଲାମାବାଦ ପ୍ରଶାସନ ସହରରେ ଧାରା ୧୪୪ ଲାଗୁ କରାଯିବା ନେଇ କୌଣସି ଅଧିସୂଚନା ଜାରି କରିନଥିଲେ।
ଇସ୍ଲାମାବାଦ ୨୦।୫: ପାକିସ୍ତାନ ଇସ୍ଲାମାବାଦ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସୋମବାର ଜେଲରେ ବନ୍ଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓ ତାଙ୍କ ପାକିସ୍ତାନ ତେହେରିକ-ଏ-ଇନସାଫ (ପିଟିଆଇ) ପାର୍ଟିର ଅନ୍ୟ ନେତାଙ୍କୁ ୨ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। କୋର୍ଟ ମାର୍ଚ୍ଚ ୨୦୨୨ରେ ପାର୍ଟି ପକ୍ଷରୁ ଅନୁଷ୍ଠିତ ମାର୍ଚ୍ଚ କାଳରେ ହିଂସା କାଣ୍ଡ ସମ୍ପର୍କିତ ଦୁଇଟି ମାମଲାରେ ଶୁଣାଣି କରୁଥିଲେ। ଏହି ଅଭିଯୋଗରୁ ମୁକ୍ତ ହୋଇଥିବା ପାର୍ଟିର ଅନ୍ୟ ନେତାଙ୍କ ମଧ୍ୟରେ ଜରତାଜ ଗୁଲ, ଅଲ୍ଲୀ ନୱାଜ ଅୱାନ, ଫୈଶଲ ଜାଭେଦ ଓ ଶାହ ମହମ୍ମଦ କୁରେଶୀ ଆଦି ଅଛନ୍ତି।
ଧାରା ୧୪୪ ଉଲ୍ଲଂଘନ ନିମନ୍ତେ ଇମ୍ରାନ ଖାନ ଓ ଅନ୍ୟ ରାଜନେତାଙ୍କ ବିରୋଧରେ କୋହସର ଓ କରାଚୀରେ ମାମଲା ରୁଜୁ ହୋଇଥିଲା। ଇମ୍ରାନଙ୍କ ଓକିଲ ନଇମ ପଞ୍ଜୋଥା କହିଛନ୍ତି ଯେ ପିଟିଆଇ ସଂସ୍ଥାପକଙ୍କ ବିରୋଧରେ ମୋକଦ୍ଦମା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଥିଲା। ସେ କହିଛନ୍ତି ଯେ ମାର୍ଚ୍ଚ କାଳରେ ଇମ୍ରାନଙ୍କ ବିରୋଧରେ ଭଙ୍ଗାରୁଜାର କୌଣସି ପ୍ରମାଣ ମିଳିନାହିଁ। ସେ କହିଛନ୍ତି ଯେ ଇସ୍ଲାମାବାଦ ପ୍ରଶାସନ ସହରରେ ଧାରା ୧୪୪ ଲାଗୁ କରାଯିବା ନେଇ କୌଣସି ଅଧିସୂଚନା ଜାରି କରିନଥିଲେ।