ଇମ୍ରାନ ଖାନଙ୍କୁ ହେବ କି ଫାଶୀ; ଜାଣନ୍ତୁ, କ’ଣ ରହିଛି ସେନାର ନିୟମ..

କରାଚୀ: ଫେବୃଆରୀ ୮ରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି... The post ଇମ୍ରାନ ଖାନଙ୍କୁ ହେବ କି ଫାଶୀ; ଜାଣନ୍ତୁ, କ’ଣ ରହିଛି ସେନାର ନିୟମ.. appeared first on .

ଇମ୍ରାନ ଖାନଙ୍କୁ ହେବ କି ଫାଶୀ; ଜାଣନ୍ତୁ, କ’ଣ ରହିଛି ସେନାର ନିୟମ..

କରାଚୀ: ଫେବୃଆରୀ ୮ରୁ ପାକିସ୍ତାନରେ ସାଧାରଣ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିପାରିବେ ନାହିଁ। କାରଣ ସେ ଏବେ ଜେଲରେ ଅଛନ୍ତି।

ଇମ୍ରାନ ଖାନଙ୍କ ଦଳ ତେହେରିକ-ଇ-ଇନସାଫ (ପିଟିଆଇ) ନିର୍ବାଚନ ପ୍ରତୀକ ‘ବଲା’କୁ ମଧ୍ୟ ଛଡ଼ାଇ ନିଆଯାଇଛି। ତେବେ ସମ୍ପ୍ରତି ରାୱଲପିଣ୍ଡିର ଆଡିଆଲା ଜେଲରେ ଥିବା ଇମ୍ରାନ ଖାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧକାରମୟ ଦେଖାଯାଉଛି। ଏମିତିକି ତାଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଇମ୍ରାନଙ୍କ ବିରୋଧରେ ୧୫୦ ରୁ ଅଧିକ ମାମଲା
ଇମ୍ରାନ ଖାନଙ୍କ ବିରୋଧରେ ଅତି କମରେ ୧୫୦ ମାମଲା ଚାଲିଛି। ୨୦୨୩ରେ ଅଲ କାଦ୍ରି ଟ୍ରଷ୍ଟ ଦୁର୍ନୀତି ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଥିଲା, ସେତେବେଳେ ତାଙ୍କ ସମର୍ଥକମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ସରକାରୀ ଅଟ୍ଟାଳିକା ଏବଂ କାର୍ଯ୍ୟାଳୟଗୁଡ଼ିକରେ ନିଆଁ ଲଗାଇ ଦେଇଥିଲେ। ଇମ୍ରାନଙ୍କ ସମର୍ଥକମାନେ ପାକିସ୍ତାନୀ ସେନା ବେସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଏଥିସହିତ ରାୱଲପିଣ୍ଡି ସ୍ଥିତ ହେଡ କ୍ୱାର୍ଟର ଉପରେ ମଧ୍ୟ ଆକ୍ରମଣ କରିଥିଲେ।

 କ’ଣ କହୁଛି ପାକ୍ ଆର୍ମି ଆକ୍ଟ?
୨୦୨୩ ମେ ୯ରେ ହୋଇଥିବା ଏହି ହିଂସାରେ ଇମ୍ରାନ ଖାନଙ୍କ ସମେତ ୧୦୦ ଜଣ ଅଭିଯୁକ୍ତ ରହିଛନ୍ତି, ଯେଉଁମାନଙ୍କ ବିରୋଧରେ ଆତଙ୍କବାଦ ଠାରୁ ଆରମ୍ଭ କରି ବିଭିନ୍ନ ଧାରାରେ ମାମଲା ଚାଲିଛି। ପାକିସ୍ତାନୀ ସେନା ଆଇନର ଧାରା ୫୯ ଅନୁଯାୟୀ, ଯଦି କେହି ବ୍ୟକ୍ତି ପାକିସ୍ତାନ ବିରୁଦ୍ଧରେ ଅସ୍ତ୍ର ଉଠାନ୍ତି କିମ୍ବା ପାକିସ୍ତାନୀ ସେନା ତଥା ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରନ୍ତି ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

ମିଲିଟାରୀ କୋର୍ଟରେ ମାମଲା
ମେ ୯ରେ ହୋଇଥିବା ହିଂସା ମାମଲା ଏବେ ପାକିସ୍ତାନୀ ମିଲିଟାରୀ କୋର୍ଟରେ ଚାଲିଛି। କିନ୍ତୁ ପାକିସ୍ତାନର ସୁପ୍ରିମକୋର୍ଟ ମିଲିଟାରୀ କୋର୍ଟକୁ ଏହାର ରାୟ ଦେବା ଉପରେ ରୋକ ଲଗାଇଛନ୍ତି ।

ପାକିସ୍ତାନର ରାଜନୀତିକୁ ଅତି ନିକଟରୁ ବୁଝୁଥିବା ଲୋକମାନେ କୁହନ୍ତି ଯେ ଇମ୍ରାନ ଖାନ ଯେପରି ପାକିସ୍ତାନୀ ସେନା ବିରୁଦ୍ଧରେ ମୋର୍ଚ୍ଚା ଉଠାଇଛନ୍ତି, ତାଙ୍କୁ ସେନାର ବରିଷ୍ଠ ଅଧିକାରୀମାନେ ହିଂସାର ମାଷ୍ଟରମାଇଣ୍ଡ ବୋଲି ବିବେଚନା କରିଛନ୍ତି । ଯାହା ଏକ ଗମ୍ଭୀର ମାମଲା। ଯଦି ମିଲିଟାରୀ କୋର୍ଟ ଇମ୍ରାନ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି, ତେବେ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।

The post ଇମ୍ରାନ ଖାନଙ୍କୁ ହେବ କି ଫାଶୀ; ଜାଣନ୍ତୁ, କ’ଣ ରହିଛି ସେନାର ନିୟମ.. appeared first on .