ଇରାନ-ଇସ୍ରାଏଲ ଫାଇଟ୍: ରେକର୍ଡ ଭାଙ୍ଗିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଆଜି (୧୩ ଜୁନ୍, ଶୁକ୍ରବାର) ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ସୁନାର ମୂଲ୍ୟ ୧,୭୧୫ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୯,୧୭୦ ଟଙ୍କା ହୋଇଛି। ଗତକାଲି ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ମୂଲ୍ୟ ୯୭,୪୫୫ ଟଙ୍କା ଥିଲା। ଏହା ପୂର୍ବରୁ, ଏପ୍ରିଲ୍ ୨୧ରେ ସୁନା ୯୯,୧୦୦ରେ ପହଞ୍ଚିଥିଲା।ଆଜି ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ରୂପା ଦରରେ ୭୪୨ ଟଙ୍କା ବଢ଼ି କେଜି ୧,୦୬,୨୪୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ, ରୁପା କେଜି ୧,୦୫,୪୯୮ ଥିଲା। ଜୁନ୍ ୧୦ ତାରିଖରେ, ରୂପା ₹ ୧,୦୭,୦୦୦ର ସର୍ବକାଳୀନ ସର୍ବାଧିକ ମୂଲ୍ୟ ବୃଦ୍ଧି ହୋଇଥିଲା। ଭୁବନେଶ୍ୱର ସମେତ ୪ ମହାନଗରରେ ୧୦ ଗ୍ରାମ ସୁନା ଦାମ୍• ଦିଲ୍ଲୀ: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୫୫୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୩,୧୦୦• ମୁମ୍ବାଇ: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦• କୋଲକାତା: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦• ଚେନ୍ନାଇ: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦• ଭୁବନେଶ୍ୱର: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦ଆଜିକୁ ମିଶାଇ ଗତ ଦୁଇ ଦିନ ହେଲା ସୁନା ଦର ଲମ୍ବ ଡିଆଁ ଦେଉଛି। ଇର

ଇରାନ-ଇସ୍ରାଏଲ ଫାଇଟ୍: ରେକର୍ଡ ଭାଙ୍ଗିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଆଜି (୧୩ ଜୁନ୍, ଶୁକ୍ରବାର) ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ସୁନାର ମୂଲ୍ୟ ୧,୭୧୫ ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୯୯,୧୭୦ ଟଙ୍କା ହୋଇଛି। ଗତକାଲି ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ମୂଲ୍ୟ ୯୭,୪୫୫ ଟଙ୍କା ଥିଲା। ଏହା ପୂର୍ବରୁ, ଏପ୍ରିଲ୍ ୨୧ରେ ସୁନା ୯୯,୧୦୦ରେ ପହଞ୍ଚିଥିଲା।

ଆଜି ରୂପା ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ରୂପା ଦରରେ ୭୪୨ ଟଙ୍କା ବଢ଼ି କେଜି ୧,୦୬,୨୪୦ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ, ରୁପା କେଜି ୧,୦୫,୪୯୮ ଥିଲା। ଜୁନ୍ ୧୦ ତାରିଖରେ, ରୂପା ₹ ୧,୦୭,୦୦୦ର ସର୍ବକାଳୀନ ସର୍ବାଧିକ ମୂଲ୍ୟ ବୃଦ୍ଧି ହୋଇଥିଲା। 

ଭୁବନେଶ୍ୱର ସମେତ ୪ ମହାନଗରରେ ୧୦ ଗ୍ରାମ ସୁନା ଦାମ୍

• ଦିଲ୍ଲୀ: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୫୫୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୩,୧୦୦
• ମୁମ୍ବାଇ: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦
• କୋଲକାତା: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦
• ଚେନ୍ନାଇ: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦
ଭୁବନେଶ୍ୱର: ୨୪ କ୍ୟାରେଟ୍ ସୁନା ମୂଲ୍ୟ ₹୧,୦୧,୪୦୦ ଏବଂ ୨୨ କ୍ୟାରେଟ୍ ସୁନା ମୂଲ୍ୟ ₹୯୨,୯୫୦

ଆଜିକୁ ମିଶାଇ ଗତ ଦୁଇ ଦିନ ହେଲା ସୁନା ଦର ଲମ୍ବ ଡିଆଁ ଦେଉଛି। ଇରାନ ଉପରେ ଇସ୍ରାଏଲ୍ ଆକ୍ରମଣ ପରେ ବିଶ୍ୱରେ ଉତ୍ତେଜନା ଦେଖା ଦେଇଥିବାରୁ ଏହାର ପ୍ରଭାବ ସୁନା ଦର ଉପରେ ପଡ଼ିଛି। ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ଏହାକୁ ମୂଲ୍ୟ ବୃଦ୍ଧି ସହ ଯୋଡ଼ା ଯାଇ ଦେଖାଯାଉଛି। ଫଳରେ ନିବେଶକମାନେ ଟଙ୍କା ରଖିବା ପାଇଁ ଏକ ସୁରକ୍ଷିତ ସ୍ଥାନ ଭାବରେ ସୁନା ଆଡ଼କୁ ମୁହାଁଇଛନ୍ତି। ତେଣୁ ଡିମାଣ୍ଡ ବଢ଼ିବା ସହିତ ଚାହିଦାର ପୁରଣ ନହେଲେ ସୁନାର ମୂଲ୍ୟ ବଢ଼ିବାରେ ଲାଗିଛି। ଭୂରାଜନୈତିକ ଅସ୍ଥିରତା ସମୟରେ ଏହି ଧାରା ସାଧାରଣ କଥା।