ଇରାନ ଉପରେ ଆକ୍ରମଣ କରିବ ଆମେରିକା: ଟ୍ରମ୍ପ କହିଲେ, ଆଉ ଧୈର୍ଯ୍ୟ ନାହିଁ ଆସନ୍ତା ସପ୍ତାହରେ କିଛି ବଡ଼ ଘଟିବ

ନୂଆଦିଲ୍ଲୀ: ଇସ୍ରାଏଲ୍ ସହିତ ମିଶି ଆମେରିକା ଇରାନ କିମ୍ବା ଏହାର ପରମାଣୁ ଭିତ୍ତିଭୂମି ଉପରେ ଆକ୍ରମଣ କରିବ କି ନାହିଁ ସେ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୁଁ କରିପାରେ ନ କରିବି ପାରେ, କେହି ଜାଣି ନାହାନ୍ତି ମୁଁ କ’ଣ କରିବି ବୋଲି ଟ୍ରମ୍ପ କହିଛନ୍ତି।  ସେ ଆହୁରି କହିଛନ୍ତି ଯେ ତେହେରାନ ହାତ ମିଳାଇଥିଲେ ମଧ୍ୟ ଆଲୋଚନା କରିବାକୁ ବହୁତ ଡେରି ହୋଇଗଲାଣି। ତେବେ ଇରାନ ଉପରେ ଆକ୍ରମଣ କରିବା ନେଇ ସେ ଇଙ୍ଗିତ କରିଛନ୍ତି। ଆସନ୍ତା ସପ୍ତାହରେ କିମ୍ବା ତା ଠାରୁ ବି କମ୍‌ ସମୟରେ କିଛି ଗୋଟେ ବଡ଼ ଘଟିବ ବୋଲି ଟ୍ରମ୍ପ କହିଛନ୍ତି। ଟ୍ରମ୍ପ କହିଛନ୍ତି ସପ୍ତାହ ପୂର୍ବର ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତିରେ ବହୁତ ପାର୍ଥକ୍ୟ ରହିଛି। ମୁଁ କଣ କରିବାକୁ ଯାଉଛି କେହି ଜାଣି ନାହାନ୍ତି। ହ୍ୱାଇଟ୍‌ହାଉସ୍‌ ବାହାରେ ମିଡିଆରେ ପ୍ରତିକ୍ରିୟା ଦେଲା ବେଳେ ଏଭଳି କହିଛନ୍ତି ଟ୍ରମ୍ପ। ତେବେ ଇରାନ ହ୍ୱାଇଟ୍ ହାଉସରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି। ତେବେ ଆଲୋଚନାର ବିଷୟ ଓ ସମୟ ବିଷୟରେ କିନ୍ତୁ କୌଣସି ସୂଚନା ଦେଇ ନଥିଲେ।  ତେବେ ଇରାନ ସମ୍ପୂର୍ଣ୍ଣ ପ୍ରତିରକ୍ଷାହୀନ ହୋଇଯାଇଛି। ତା ପାଖରେ କୌଣସି ପ୍ରକାରର ବାୟୁ ପ୍ରତିରକ୍ଷା ସିଷ୍ଟମ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। କେବଳ ସେତିକି ନୁହେଁ ଇସ୍ରାଏଲ୍‌କୁ ଆକ୍ରମଣ ଜାରି ରଖିବାକୁ ଆମେରିକା କହିଥିବା ଟ୍ରମ୍ପ କହିଛନ୍ତି। ତେବେ ଇରାନ ସୁପ

ଇରାନ ଉପରେ ଆକ୍ରମଣ କରିବ ଆମେରିକା: ଟ୍ରମ୍ପ କହିଲେ, ଆଉ ଧୈର୍ଯ୍ୟ ନାହିଁ ଆସନ୍ତା ସପ୍ତାହରେ କିଛି ବଡ଼ ଘଟିବ

ନୂଆଦିଲ୍ଲୀ: ଇସ୍ରାଏଲ୍ ସହିତ ମିଶି ଆମେରିକା ଇରାନ କିମ୍ବା ଏହାର ପରମାଣୁ ଭିତ୍ତିଭୂମି ଉପରେ ଆକ୍ରମଣ କରିବ କି ନାହିଁ ସେ ନେଇ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ମୁଁ କରିପାରେ ନ କରିବି ପାରେ, କେହି ଜାଣି ନାହାନ୍ତି ମୁଁ କ’ଣ କରିବି ବୋଲି ଟ୍ରମ୍ପ କହିଛନ୍ତି।  

ସେ ଆହୁରି କହିଛନ୍ତି ଯେ ତେହେରାନ ହାତ ମିଳାଇଥିଲେ ମଧ୍ୟ ଆଲୋଚନା କରିବାକୁ ବହୁତ ଡେରି ହୋଇଗଲାଣି। ତେବେ ଇରାନ ଉପରେ ଆକ୍ରମଣ କରିବା ନେଇ ସେ ଇଙ୍ଗିତ କରିଛନ୍ତି। ଆସନ୍ତା ସପ୍ତାହରେ କିମ୍ବା ତା ଠାରୁ ବି କମ୍‌ ସମୟରେ କିଛି ଗୋଟେ ବଡ଼ ଘଟିବ ବୋଲି ଟ୍ରମ୍ପ କହିଛନ୍ତି। 

ଟ୍ରମ୍ପ କହିଛନ୍ତି ସପ୍ତାହ ପୂର୍ବର ସ୍ଥିତି ଏବଂ ବର୍ତ୍ତମାନର ସ୍ଥିତିରେ ବହୁତ ପାର୍ଥକ୍ୟ ରହିଛି। ମୁଁ କଣ କରିବାକୁ ଯାଉଛି କେହି ଜାଣି ନାହାନ୍ତି। ହ୍ୱାଇଟ୍‌ହାଉସ୍‌ ବାହାରେ ମିଡିଆରେ ପ୍ରତିକ୍ରିୟା ଦେଲା ବେଳେ ଏଭଳି କହିଛନ୍ତି ଟ୍ରମ୍ପ। 

ତେବେ ଇରାନ ହ୍ୱାଇଟ୍ ହାଉସରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି। ତେବେ ଆଲୋଚନାର ବିଷୟ ଓ ସମୟ ବିଷୟରେ କିନ୍ତୁ କୌଣସି ସୂଚନା ଦେଇ ନଥିଲେ।  ତେବେ ଇରାନ ସମ୍ପୂର୍ଣ୍ଣ ପ୍ରତିରକ୍ଷାହୀନ ହୋଇଯାଇଛି। ତା ପାଖରେ କୌଣସି ପ୍ରକାରର ବାୟୁ ପ୍ରତିରକ୍ଷା ସିଷ୍ଟମ ନାହିଁ ବୋଲି ଟ୍ରମ୍ପ କହିଛନ୍ତି। କେବଳ ସେତିକି ନୁହେଁ ଇସ୍ରାଏଲ୍‌କୁ ଆକ୍ରମଣ ଜାରି ରଖିବାକୁ ଆମେରିକା କହିଥିବା ଟ୍ରମ୍ପ କହିଛନ୍ତି। 

ତେବେ ଇରାନ ସୁପ୍ରିମ ଲିଡର ଅୟତୋଲ୍ଲାହ ଅଲ୍ଲୀ ଖାମିନେଇଙ୍କ କଥା ପଚାରିବାରୁ ଟ୍ରମ୍ପ କହିଛନ୍ତି ଗୁଡ୍‌ ଲକ୍‌। ତେବେ ଇରାନ ସହିତ ତାଙ୍କ ସରକାର ଧୈର୍ଯ୍ୟ ଶେଷ ହୋଇଗଲାଣି। ଇସ୍ରାଏଲ ସହିତ ସଂଘର୍ଷ ବଢ଼ାଇବା ପରେ ଆମେରିକାର ଧୈର୍ଯ୍ୟ ପୂର୍ବରୁି ହିଁ ଶେଷ ହୋଇଯାଇଛି ବୋଲି ଟ୍ରମ୍ପ କହିଛନ୍ତି।