ଇରାନ ଉପରେ ଆକ୍ରମଣର ଭିଡିଓ ଜାରି, ଟ୍ରମ୍ପଙ୍କ ଦାବିକୁ ଅସ୍ୱୀକାର କଲା ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ ୨୫/୦୬: ଅଶାନ୍ତ ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି । ଯେଉଁ ପରମାଣୁ କେନ୍ଦ୍ରକୁ ନଷ୍ଟ କରିବାକୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିଥିଲେ ତାହା ନଷ୍ଟ ହୋଇନଥିବା ସୂଚନା ମିଳିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଏନେଇ ରିପୋର୍ଟ ପ୍ରକାଶ କରିଛି । ଆଉ ରିପୋର୍ଟ ଆସିବା ପରେ ଜଣାପଡିଛି କି, ବୋଧହୁେ ମିଛ କହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିଛି ସମୟ ପୂର୍ବରୁ ଇରାନର ପରମାଣୁ କେନ୍ଦ୍ରକୁ ପୂରା ନଷ୍ଟ କରିଦେଇଥିବା ନେଇ ନିଟକରେ ଟ୍ରମ୍ପ କହିଥିଲେ ।କିନ୍ତୁ ଏହି ପରମାଣୁ କେନ୍ଦ୍ର କ୍ଷତିଗସ୍ତ ହୋଇଛି ହେଲେ ପୂରା ନଷ୍ଟ ହୋଇନାହିଁ । ଏହାକୁ କିଛି ମାସ ମଧ୍ୟରେ ପୁଣି କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସିଂ(ଡିଆଇଏ) କହିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ ରିପୋର୍ଟ ପ୍ରକାଶ କରିଛି। ଯାହାକୁ ନେଇ ଟ୍ରମ୍ପ ସିଏନଏନ ଏବଂ ନ୍ୟୁୟର୍କ ଟାଇମ୍ସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ।  ଏଥିସହ ଇରାନର ପରମାଣୁ ତିନି ପରମାଣୁ କେନ୍ଦ୍ର ନଷ୍ଟ ହୋଇଥିବା ନେଇ ଦାବି କରିବା ସହ ସୋସିଆଲ ମିଡିଆରେ ବି-୨ ବମ୍ବର ଯୁଦ୍ଧବିମାନର ଭିଡିଓ ପୋଷ୍ଟ କରିଛନ୍ତି । ସେପେଟ ଟ୍ରମ୍ପଙ୍କ ସମାଲୋଚନା ପରେ  ଯୁଦ୍ଧବିରତି ନେଇ ଉଭୟ ଇରାନ ଓ ଇସ୍ରାଏଲ ରାଜି ହୋଇଥିବା ସୂଚନା ମଳିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧରେ ବିଜୟୀ ହୋଇଥି

ଇରାନ ଉପରେ ଆକ୍ରମଣର ଭିଡିଓ ଜାରି, ଟ୍ରମ୍ପଙ୍କ ଦାବିକୁ ଅସ୍ୱୀକାର କଲା ଗୁଇନ୍ଦା ରିପୋର୍ଟ

ନୂଆଦିଲ୍ଲୀ ୨୫/୦୬: ଅଶାନ୍ତ ମଧ୍ୟପ୍ରାଚ୍ୟରେ ଫେରୁଛି ଶାନ୍ତି । ଯେଉଁ ପରମାଣୁ କେନ୍ଦ୍ରକୁ ନଷ୍ଟ କରିବାକୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିଥିଲେ ତାହା ନଷ୍ଟ ହୋଇନଥିବା ସୂଚନା ମିଳିଛି । ଆମେରିକାର ଗୁଇନ୍ଦା ସଂସ୍ଥା ଏନେଇ ରିପୋର୍ଟ ପ୍ରକାଶ କରିଛି । ଆଉ ରିପୋର୍ଟ ଆସିବା ପରେ ଜଣାପଡିଛି କି, ବୋଧହୁେ ମିଛ କହୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । କିଛି ସମୟ ପୂର୍ବରୁ ଇରାନର ପରମାଣୁ କେନ୍ଦ୍ରକୁ ପୂରା ନଷ୍ଟ କରିଦେଇଥିବା ନେଇ ନିଟକରେ ଟ୍ରମ୍ପ କହିଥିଲେ ।

କିନ୍ତୁ ଏହି ପରମାଣୁ କେନ୍ଦ୍ର କ୍ଷତିଗସ୍ତ ହୋଇଛି ହେଲେ ପୂରା ନଷ୍ଟ ହୋଇନାହିଁ । ଏହାକୁ କିଛି ମାସ ମଧ୍ୟରେ ପୁଣି କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସିଂ(ଡିଆଇଏ) କହିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ ରିପୋର୍ଟ ପ୍ରକାଶ କରିଛି। ଯାହାକୁ ନେଇ ଟ୍ରମ୍ପ ସିଏନଏନ ଏବଂ ନ୍ୟୁୟର୍କ ଟାଇମ୍ସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ।  

ଏଥିସହ ଇରାନର ପରମାଣୁ ତିନି ପରମାଣୁ କେନ୍ଦ୍ର ନଷ୍ଟ ହୋଇଥିବା ନେଇ ଦାବି କରିବା ସହ ସୋସିଆଲ ମିଡିଆରେ ବି-୨ ବମ୍ବର ଯୁଦ୍ଧବିମାନର ଭିଡିଓ ପୋଷ୍ଟ କରିଛନ୍ତି । ସେପେଟ ଟ୍ରମ୍ପଙ୍କ ସମାଲୋଚନା ପରେ  ଯୁଦ୍ଧବିରତି ନେଇ ଉଭୟ ଇରାନ ଓ ଇସ୍ରାଏଲ ରାଜି ହୋଇଥିବା ସୂଚନା ମଳିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧରେ ବିଜୟୀ ହୋଇଥିବା ନେଇ ଦାବି କରିଛନ୍ତି ।