ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୯।୧ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି। କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ। ଉକ୍ତ ଜାହାଜ ବିପଦରେ ଥିବାନେଇ ଖବର ପାଇବା ପରେ ସୋମାଲିଆର ପୂର୍ବ ଉପକୂଳରେ ମୁତୟନ ଥିବା ଭାରତୀୟ ନୌସେନା ଯୁଦ୍ଧଜାହାଜ ତୁରନ୍ତ ସେଠାରେ ପହଞ୍ଚି ଥିଲା। ନୌସେନା ଯବାନ ଉକ୍ତ ଜାହାଜ ସହ ୧୭ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଜଳଦସ୍ୟୁ ନିରୋଧୀ ଅଭିଯାନରେ ସାମିଲ ଥିବା ଆଇଏନ୍‌ଏସ୍‌ […] The post ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା appeared first on Dharitri Odia News.

ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ,୨୯।୧ଭାରତୀୟ ନୌସେନାର ଯୁଦ୍ଧଜାହାଜ ସୁମିତ୍ରା ଇରାନର ଏକ ଜାହାଜକୁ ଜଳଦସ୍ୟୁମାନଙ୍କ କବଳରୁ ଊଦ୍ଧାର କରିଛି। କେତେଜଣ ଜଳଦସ୍ୟୁ ଇରାନ ଜାହାଜରେ ପ୍ରବେଶ କରି ଏହାକୁ ଅପହରଣ କରିନେଉଥିଲେ।

ଉକ୍ତ ଜାହାଜ ବିପଦରେ ଥିବାନେଇ ଖବର ପାଇବା ପରେ ସୋମାଲିଆର ପୂର୍ବ ଉପକୂଳରେ ମୁତୟନ ଥିବା ଭାରତୀୟ ନୌସେନା ଯୁଦ୍ଧଜାହାଜ ତୁରନ୍ତ ସେଠାରେ ପହଞ୍ଚି ଥିଲା। ନୌସେନା ଯବାନ ଉକ୍ତ ଜାହାଜ ସହ ୧୭ଜଣ କର୍ମଚାରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି। ଜଳଦସ୍ୟୁ ନିରୋଧୀ ଅଭିଯାନରେ ସାମିଲ ଥିବା ଆଇଏନ୍‌ଏସ୍‌ ସୁମିତ୍ରା ଆଡେନ୍‌ ଉପସାଗର ଏବଂ ସୋମାଲିଆ ପୂର୍ବ ଉପକୂଳରେ ନିୟୋଜିତ ରହିଛି।

The post ଇରାନ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା appeared first on Dharitri Odia News.