‘ଇରାନବାସୀ ଶୀଘ୍ର ସ୍ୱାଧୀନତା ପାଇବେ, ଇସ୍ରାଏଲ୍ ତାଙ୍କ ସହ ଅଛି’, ବେଞ୍ଜାମିନ ନେତାନ୍ୟାହୁଙ୍କ କଡ଼ା ସନ୍ଦେଶ
ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଇରାନବାସୀଙ୍କ ଉଦ୍ଦେଶ୍ୟରେ ଏକ ସନ୍ଦେଶ ଜାରି କରିଛନ୍ତି । ଇସ୍ରାଏଲୀ ପିଏମ୍ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆମ ଦେଶ ଇସ୍ରାଏଲ ସମସ୍ତ ଇରାନ ନାଗରିକଙ୍କ ସହ ଛିଡ଼ା ହୋଇଛି । ଆଜି ଯେଉଁ ସରକାରର ଅଧିନରେ ସେମାନେ ଅଛନ୍ତି, ଇସ୍ରାଏଲ ଖୁବଶୀଘ୍ର ସେମାନଙ୍କୁ ଏଥିରୁ ମୁକ୍ତି ଦେବ । ସୋସିଆଲ୍ ମିଡିଆ ଜାରି ଏକ ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି ଯେ ଇରାନ ଲୋକ ଜାଣିବା ଦରକାର ଯେ ଇସ୍ରାଏଲ୍ ତାଙ୍କ ସହ ଛିଡ଼ା ହୋଇଛି ।ସେ କହିଛନ୍ତି ଯେ ପ୍ରତି ଦିନ ଆପଣ ଏପରି ଏକ ଶାସନକୁ ଦେଖୁଛନ୍ତି ଯାହା ନିଜର କଟ୍ଟରତା ଅଧିନରେ ରଖେ, ଲେବାନନର ସୁରକ୍ଷା ଏବଂ ଗାଜାର ସୁରକ୍ଷା ଉପରେ ଉଗ୍ର ଭାଷଣ ଦିଏ । ଏବଂ ପ୍ରତିଦିନ ସେ ଶାସନ ଆମ କ୍ଷେତ୍ର (ମିଡିଲ ଇଷ୍ଟ) ଭିତରେ ଯୁଦ୍ଧକୁ ଅଧିକ ତୀବ୍ର କରୁଛି ।ଇରାନକୁ ଚେତାବନୀ ଦେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଆମ ପାଇଁ କୌଣସି ସ୍ଥାନ ଅପହଞ୍ଚ ନାହିଁ । ଆମେ ସେନା ଇରାନ ସରକାର ସମର୍ଥିତ ହେଜବୁଲ୍ଲା ଉପରେ ଆକ୍ରମଣ ଆରମ୍ଭ କରିଛି । କିନ୍ତୁ ଇରାନର ନୀରିହ ନାଗରିକଙ୍କ ସହ ଆମର କୌଣସି ଶତ୍ରୁତା ନାହିଁ । ସେ କହିଛନ୍ତି, 'ଖୁବଶୀଘ୍ର ଇରାନ ସ୍ୱାଧୀନ ହେବ, ମୁଁ ଭରସା ଦେଉଛି ଯେ ସେ ଦିନ ଶୀଘ୍ର ଆସିବ ।' The people of Iran should know - Israel stands with you pic.twitt
ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଇରାନବାସୀଙ୍କ ଉଦ୍ଦେଶ୍ୟରେ ଏକ ସନ୍ଦେଶ ଜାରି କରିଛନ୍ତି । ଇସ୍ରାଏଲୀ ପିଏମ୍ ନିଜ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆମ ଦେଶ ଇସ୍ରାଏଲ ସମସ୍ତ ଇରାନ ନାଗରିକଙ୍କ ସହ ଛିଡ଼ା ହୋଇଛି । ଆଜି ଯେଉଁ ସରକାରର ଅଧିନରେ ସେମାନେ ଅଛନ୍ତି, ଇସ୍ରାଏଲ ଖୁବଶୀଘ୍ର ସେମାନଙ୍କୁ ଏଥିରୁ ମୁକ୍ତି ଦେବ । ସୋସିଆଲ୍ ମିଡିଆ ଜାରି ଏକ ଭିଡିଓ ବାର୍ତ୍ତାରେ ନେତାନ୍ୟାହୁ କହିଛନ୍ତି ଯେ ଇରାନ ଲୋକ ଜାଣିବା ଦରକାର ଯେ ଇସ୍ରାଏଲ୍ ତାଙ୍କ ସହ ଛିଡ଼ା ହୋଇଛି ।
ସେ କହିଛନ୍ତି ଯେ ପ୍ରତି ଦିନ ଆପଣ ଏପରି ଏକ ଶାସନକୁ ଦେଖୁଛନ୍ତି ଯାହା ନିଜର କଟ୍ଟରତା ଅଧିନରେ ରଖେ, ଲେବାନନର ସୁରକ୍ଷା ଏବଂ ଗାଜାର ସୁରକ୍ଷା ଉପରେ ଉଗ୍ର ଭାଷଣ ଦିଏ । ଏବଂ ପ୍ରତିଦିନ ସେ ଶାସନ ଆମ କ୍ଷେତ୍ର (ମିଡିଲ ଇଷ୍ଟ) ଭିତରେ ଯୁଦ୍ଧକୁ ଅଧିକ ତୀବ୍ର କରୁଛି ।
ଇରାନକୁ ଚେତାବନୀ ଦେଇ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମଧ୍ୟପ୍ରାଚ୍ୟରେ ଆମ ପାଇଁ କୌଣସି ସ୍ଥାନ ଅପହଞ୍ଚ ନାହିଁ । ଆମେ ସେନା ଇରାନ ସରକାର ସମର୍ଥିତ ହେଜବୁଲ୍ଲା ଉପରେ ଆକ୍ରମଣ ଆରମ୍ଭ କରିଛି । କିନ୍ତୁ ଇରାନର ନୀରିହ ନାଗରିକଙ୍କ ସହ ଆମର କୌଣସି ଶତ୍ରୁତା ନାହିଁ । ସେ କହିଛନ୍ତି, 'ଖୁବଶୀଘ୍ର ଇରାନ ସ୍ୱାଧୀନ ହେବ, ମୁଁ ଭରସା ଦେଉଛି ଯେ ସେ ଦିନ ଶୀଘ୍ର ଆସିବ ।'
The people of Iran should know - Israel stands with you pic.twitter.com/MfwfNqnTgE— Benjamin Netanyahu - בנימין נתניהו (@netanyahu) September 30, 2024
ଏହା ପୂର୍ବରୁ ଜାତିସଂଘ ମହାସଭାରେ ନେତାନ୍ୟାହୁ ଇରାନକୁ ଧମକ ଦେଇ କହିଥିଲେ ଯେ ତେହରାନର ଏକଛତ୍ରବାଦୀ ନେତା ଜାଣି ରଖିବା ଦରକାର ଯେ ଇରାନର ଏପରି କୌଣସି ସ୍ଥାନ ନାହିଁ, ଯାହା ଆମ ପାଇଁ ଆପହଞ୍ଚ । ଯଦି ଇରାନ ପକ୍ଷରୁ କୌଣସି ଆକ୍ରମଣ କରାଯାଏ ତେବେ ପଲଟା ଆକ୍ରମଣକୁ ସାରା ଦୁନିଆ ଦେଖିବ ।