ଇରାନର ଅନ୍ତରୀଣ ରାଷ୍ଟ୍ରପତି ହେଲେ ମୋହମ୍ମଦ ମୋଖବର, ଜାଣନ୍ତୁ କିଏ ?
ତେହେରାନ ୨୦।୫: ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହୀମ ରଇସୀ ଓ ବିଦେଶ ମନ୍ତ୍ରୀ ହୁସୈନ ଅମୀରାବ୍ଦୁଲ୍ଲାହିୟନଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶର ଶାସନ ଭାର ୬୮ ବର୍ଷ ବୟଷ୍କ ମୋହମ୍ମଦ ମୋଖବରଙ୍କୁ ନ୍ୟସ୍ତ କରାଯାଇଛି। ରଇସୀଙ୍କ ଅବର୍ତ୍ତମାନରେ ମୋଖବର ଅନ୍ତରୀଣ ରାଷ୍ଟ୍ରପତି ହୋଇଛନ୍ତି। ୧ ସେପ୍ଟେମ୍ବର ୧୯୫୫ରେ ଜନ୍ମିତ ମୋଖବର ଇବ୍ରାହୀମ ରଇସୀଙ୍କ ଭଳି ସୁପ୍ରିମ ଲିଡର ଅଲୀ ଖାମେନେଇଙ୍କ ନିକଟତମ ମନେ କରାଯାଏ। ଅନ୍ତରୀଣ ରାଷ୍ଟ୍ରପତି ରୂପେ ମୋହମ୍ମଦ ମୋଖବର ସଂସଦର ବାଚସ୍ପତି ଓ ନ୍ୟାୟପାଳିକା ମୁଖ୍ୟ ହେବେ। ଏହା ଛଡା ସେ ସେ ୩ ସଦସୀୟ ପରିଷଦର ଅଂଶବିଶେଷ ହୋଇଛନ୍ତି ଯାହା ରାଷ୍ଟ୍ରପତିଙ୍କ ମୃତ୍ୟୁର ୫୦ ଦିନ ମଧ୍ୟରେ ଦେଶରେ ଏକ ନୂଆ ରାଷ୍ଟ୍ରପତି ନିର୍ବାଚନର ଆୟୋଜନ କରିବ। ୟୁରୋପୀୟ ସଂଘ ୨୦୧୦ ମସିହାରେ ମୋଖବରଙ୍କୁ ପରମାଣୁ ଗତିବିଦ୍ଧିରେ ସାମିଲ ଥିବା ଯୋଗୁ କଟକଣା ଲଗାଇଥିଲା। ତେବେ ୨ ବର୍ଷ ପରେ ତାଙ୍କୁ ଏହି ସୂଚୀରୁ ହଟାଇ ଦିଆଯାଇଥିଲା। ୨୦୨୧ରେ ଇବ୍ରାହୀମ ରଇସୀ ରାଷ୍ଟ୍ରପତି ନିର୍ବାଚିତ ହେବାରୁ ମୋହମ୍ମଦ ମୋଖବର ପ୍ରଥମ ଥର ଉପରାଷ୍ଟ୍ରପତି ହୋଇଥିଲେ। ଏହା ଛଡା ମୋଖବର ଇରାନୀ ଅଧିକାରୀଙ୍କ ସେହି ଟିମର ଅଂଶ ଥିଲେ ଯେଉଁ ଟିମ୍ ଗତବର୍ଷ ଅକ୍ଟୋବରରେ ଋଷିଆ ଗସ୍ତ କରିଥିଲା। ମୋଖବର ସୁପ୍ରିମ ଲିଡର ସମ୍ପର୍କିତ ଇନଭେଷ୍ଟମେଣ୍ଟ ଫଣ୍ଡ ଏସଇଟିଏଡିର ପ୍ରମୁଖ ଥିଲେ। ଏହି ପାଣ୍ଠିକୁ ତତ୍କାଳ
ତେହେରାନ ୨୦।୫: ଏକ ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହୀମ ରଇସୀ ଓ ବିଦେଶ ମନ୍ତ୍ରୀ ହୁସୈନ ଅମୀରାବ୍ଦୁଲ୍ଲାହିୟନଙ୍କ ମୃତ୍ୟୁ ହୋଇଛି। ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶର ଶାସନ ଭାର ୬୮ ବର୍ଷ ବୟଷ୍କ ମୋହମ୍ମଦ ମୋଖବରଙ୍କୁ ନ୍ୟସ୍ତ କରାଯାଇଛି। ରଇସୀଙ୍କ ଅବର୍ତ୍ତମାନରେ ମୋଖବର ଅନ୍ତରୀଣ ରାଷ୍ଟ୍ରପତି ହୋଇଛନ୍ତି। ୧ ସେପ୍ଟେମ୍ବର ୧୯୫୫ରେ ଜନ୍ମିତ ମୋଖବର ଇବ୍ରାହୀମ ରଇସୀଙ୍କ ଭଳି ସୁପ୍ରିମ ଲିଡର ଅଲୀ ଖାମେନେଇଙ୍କ ନିକଟତମ ମନେ କରାଯାଏ।
ଅନ୍ତରୀଣ ରାଷ୍ଟ୍ରପତି ରୂପେ ମୋହମ୍ମଦ ମୋଖବର ସଂସଦର ବାଚସ୍ପତି ଓ ନ୍ୟାୟପାଳିକା ମୁଖ୍ୟ ହେବେ। ଏହା ଛଡା ସେ ସେ ୩ ସଦସୀୟ ପରିଷଦର ଅଂଶବିଶେଷ ହୋଇଛନ୍ତି ଯାହା ରାଷ୍ଟ୍ରପତିଙ୍କ ମୃତ୍ୟୁର ୫୦ ଦିନ ମଧ୍ୟରେ ଦେଶରେ ଏକ ନୂଆ ରାଷ୍ଟ୍ରପତି ନିର୍ବାଚନର ଆୟୋଜନ କରିବ। ୟୁରୋପୀୟ ସଂଘ ୨୦୧୦ ମସିହାରେ ମୋଖବରଙ୍କୁ ପରମାଣୁ ଗତିବିଦ୍ଧିରେ ସାମିଲ ଥିବା ଯୋଗୁ କଟକଣା ଲଗାଇଥିଲା। ତେବେ ୨ ବର୍ଷ ପରେ ତାଙ୍କୁ ଏହି ସୂଚୀରୁ ହଟାଇ ଦିଆଯାଇଥିଲା।
୨୦୨୧ରେ ଇବ୍ରାହୀମ ରଇସୀ ରାଷ୍ଟ୍ରପତି ନିର୍ବାଚିତ ହେବାରୁ ମୋହମ୍ମଦ ମୋଖବର ପ୍ରଥମ ଥର ଉପରାଷ୍ଟ୍ରପତି ହୋଇଥିଲେ। ଏହା ଛଡା ମୋଖବର ଇରାନୀ ଅଧିକାରୀଙ୍କ ସେହି ଟିମର ଅଂଶ ଥିଲେ ଯେଉଁ ଟିମ୍ ଗତବର୍ଷ ଅକ୍ଟୋବରରେ ଋଷିଆ ଗସ୍ତ କରିଥିଲା। ମୋଖବର ସୁପ୍ରିମ ଲିଡର ସମ୍ପର୍କିତ ଇନଭେଷ୍ଟମେଣ୍ଟ ଫଣ୍ଡ ଏସଇଟିଏଡିର ପ୍ରମୁଖ ଥିଲେ। ଏହି ପାଣ୍ଠିକୁ ତତ୍କାଳୀନ ଇରାନ ରାଷ୍ଟ୍ରପତି ଅୟାତୁଲ୍ଲା ରୁହୋଲ୍ଲାହ ଖୁମେନୀ ସ୍ଥାପନା କରିଥିଲେ।
ଏସଇଟିଏଡି ଇମାମଙ୍କ ଆଦେଶ ପାଳନ କରୁଥିବା ସଂସ୍ଥାମାନଙ୍କ ମୁଖ୍ୟାଳୟ। ଏହି ସଂସ୍ଥା ୧୯୭୯ ଇସ୍ଲାମୀ କ୍ରାନ୍ତି ପରେ ଛଡାଯାଇଥିବା ସମ୍ପତ୍ତି ବିକିବା, ପରିଚାଳନା କରିବା ଓ ଆୟର ବଡ ଅଂଶକୁ ଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲା। ୨୦୧୩ ମସିହାରେ ଆମେରିକା ଟ୍ରେଜରୀ ବିଭାଗ ଏସଇଟିଏଡି ଓ ଏହାର ଦେଖରେଖରେ ଥିବା ୩୭ କମ୍ପାନୀଙ୍କ ସ୍ୱୀକୃତ ସଂସ୍ଥାଙ୍କୁ ସୂଚୀରେ ଯୋଡିଥିଲା।