ଇରାନର ମେରୁଦଣ୍ଡ ଭାଙ୍ଗି ଦେଲା ଇସ୍ରାଏଲ, ପ୍ରଚଣ୍ଡ ହମଲାରେ ଖାମିନେଇ ସରକାରଙ୍କ ୨ ଜେନେରାଲ ନିହତ
ନୂଆଦିଲ୍ଲୀ: ଅପରେସନ ରାଇଜିଂ ଲାୟନ୍ ଆରମ୍ଭ । ଇରାନ ଉପରେ ଇସ୍ରାଏଲର ପ୍ରଚଣ୍ଡ ହମଲା। ଥରିଲା ପରମାଣୁ ଘାଟି। ଇରାନ ସାମରିକ ଶକ୍ତିର ମେରୁଦଣ୍ଡ ଭାଙ୍ଗି ଦେଲେ ନେତାନ୍ୟାହୁ। ଖୋଜି ଖୋଜି ସାମରିକ ଘାଟିକୁ ଟାର୍ଗେଟ୍। ଆକ୍ରମଣରେ ଦୁଇ ଇରାନୀ ଜେନେରାଲ ନିହତ। ପରମାଣୁ ଶକ୍ତିର ଅଧିକାରୀ ହେବା ଯେଉଁ ସ୍ୱପ୍ନ ଦେଖୁଥିଲେ ଖାମିନେଇ, ସେସବୁ ଧୂଳିସାତ୍ କରିଦେଇଛନ୍ତି ନେତାନ୍ୟାହୁ। ମଧ୍ୟପ୍ରାଚ୍ୟ ଅଶାନ୍ତ ହେବା ପରେ ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ।ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଜୁନ୍ ୧୩ ତାରିଖରେ ହୋଇଥିବା ଆକ୍ରମଣରେ ଇରାନର ସେନା ମୁଖ୍ୟ, ପରମାଣୁ ବୈଜ୍ଞାନିକଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଏହି ଆକ୍ରମଣରେ ଦୁଇ ଜଣ ଇରାନୀ ଜେନେରାଲ ମଧ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ସେ ଇରାନର ପରମାଣୁ ଘାଟିକୁ ଧ୍ୱଂସ କରିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ "ପ୍ରି-ଥ୍ରେଟ୍" ଭାବରେ ବର୍ଣ୍ଣନା କରିଛନ୍ତି।ଆକ୍ରମଣ ଯୋଗୁଁ ଇରାନର ସାମରିକ ଅଧିକାରୀମାନେ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି IRGC ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ୍ ହୋସେନ୍ ସଲାମି, IRGC ଜେନେରାଲ୍ ଘୋଲାମ୍-ଅଲି ରସିଦ୍ ଓ ଦୁଇ ଜଣ ନ୍ୟୁକ୍ଲିଅର ବୈଜ୍ଞାନିକ। ସୂଚନା ଅନୁଯାୟୀ, IRG
ନୂଆଦିଲ୍ଲୀ: ଅପରେସନ ରାଇଜିଂ ଲାୟନ୍ ଆରମ୍ଭ । ଇରାନ ଉପରେ ଇସ୍ରାଏଲର ପ୍ରଚଣ୍ଡ ହମଲା। ଥରିଲା ପରମାଣୁ ଘାଟି। ଇରାନ ସାମରିକ ଶକ୍ତିର ମେରୁଦଣ୍ଡ ଭାଙ୍ଗି ଦେଲେ ନେତାନ୍ୟାହୁ। ଖୋଜି ଖୋଜି ସାମରିକ ଘାଟିକୁ ଟାର୍ଗେଟ୍। ଆକ୍ରମଣରେ ଦୁଇ ଇରାନୀ ଜେନେରାଲ ନିହତ। ପରମାଣୁ ଶକ୍ତିର ଅଧିକାରୀ ହେବା ଯେଉଁ ସ୍ୱପ୍ନ ଦେଖୁଥିଲେ ଖାମିନେଇ, ସେସବୁ ଧୂଳିସାତ୍ କରିଦେଇଛନ୍ତି ନେତାନ୍ୟାହୁ। ମଧ୍ୟପ୍ରାଚ୍ୟ ଅଶାନ୍ତ ହେବା ପରେ ଇରାନରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ।
ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଜୁନ୍ ୧୩ ତାରିଖରେ ହୋଇଥିବା ଆକ୍ରମଣରେ ଇରାନର ସେନା ମୁଖ୍ୟ, ପରମାଣୁ ବୈଜ୍ଞାନିକଙ୍କ ସମେତ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଉଛି। ଏହି ଆକ୍ରମଣରେ ଦୁଇ ଜଣ ଇରାନୀ ଜେନେରାଲ ମଧ୍ୟ ନିହତ ହୋଇଛନ୍ତି। ଇସ୍ରାଏଲ ଦାବି କରିଛି ଯେ ଏହି ଆକ୍ରମଣରେ ସେ ଇରାନର ପରମାଣୁ ଘାଟିକୁ ଧ୍ୱଂସ କରିଛି। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ ଏହାକୁ "ପ୍ରି-ଥ୍ରେଟ୍" ଭାବରେ ବର୍ଣ୍ଣନା କରିଛନ୍ତି।
ଆକ୍ରମଣ ଯୋଗୁଁ ଇରାନର ସାମରିକ ଅଧିକାରୀମାନେ ଅନେକ ପ୍ରମୁଖ ଅଧିକାରୀଙ୍କ ମୃତ୍ୟୁ ସ୍ପଷ୍ଟ କରିଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି IRGC ଚିଫ୍ ଅଫ୍ ଷ୍ଟାଫ୍ ଜେନେରାଲ୍ ହୋସେନ୍ ସଲାମି, IRGC ଜେନେରାଲ୍ ଘୋଲାମ୍-ଅଲି ରସିଦ୍ ଓ ଦୁଇ ଜଣ ନ୍ୟୁକ୍ଲିଅର ବୈଜ୍ଞାନିକ। ସୂଚନା ଅନୁଯାୟୀ, IRGC ଏରୋସ୍ପେସ୍ କମାଣ୍ଡର ବ୍ରିଗେଡିୟର ଜେନେରାଲ୍ ଆମିରଆଲି ହାଜିଜାଦେ ଓ ସମସ୍ତ ଇରାନୀ ସଶସ୍ତ୍ର ବାହିନୀର ମୁଖ୍ୟ ମେଜର ଜେନେରାଲ୍ ମହମ୍ମଦ ବାଘେରି ସୁରକ୍ଷିତ ଅଛନ୍ତି।
ଇସ୍ରାଏଲ ଆରମ୍ଭରୁ କହିଆସୁଛି ଯେ ସେ ଇରାନକୁ ପରମାଣୁ ଅସ୍ତ୍ର ତିଆରି କରିବାକୁ ଦେବ ନାହିଁ। ଏବେ ଏହା ସତ୍ୟ ବୋଲି ପ୍ରମାଣିତ ହୋଇଛି ଏବଂ ଇରାନ ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ଇସ୍ରାଏଲ। ଇରାନର ସ୍ଥାନୀୟ ଗଣମାଧ୍ୟମ କହିଛି ଯେ, ଶୁକ୍ରବାର ଇରାନ ଉପରେ ଇସ୍ରାଏଲର ଆକ୍ରମଣରେ ଦେଶର ଶକ୍ତିଶାଳୀ ରିଭୋଲ୍ୟୁସନାରୀ ଗାର୍ଡର ମୁଖ୍ୟ ହୋସେନ୍ ସଲାମିଙ୍କ ମୃତ୍ୟୁ ହୋଇଛି।
ପରମାଣୁ ଶକ୍ତିର ଅଧିକାରୀ ହେବା ପାଇଁ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରୁଥିଲା ଇରାନ। ଚର୍ଚ୍ଚା ହେଉଥିଲା ଯେ ଇରାନ ପରମାଣୁ ଶକ୍ତି ହେବା ଦିଗରେ କାମ କରୁଛି। । କିନ୍ତୁ ଏହା ଇସ୍ରାଏଲର ଅସ୍ତିତ୍ୱ ପାଇଁ ବିପଦ ଥିଲା। ଶେଷରେ ଇରାନର ପରମାଣୁ ଘାଟିଗୁଡ଼ିକୁ ଟାର୍ଗେଟ କରି ବଡ଼ କ୍ଷତି ପହଞ୍ଚାଇବାରେ ସଫଳ ହୋଇଛନ୍ତି ବେଞ୍ଜାମିନ ନେତାନ୍ୟାହୁ।
ସେ କହିଛନ୍ତି ଯେ, କିଛି ସମୟ ପୂର୍ବରୁ ଇସ୍ରାଏଲ "ରାଇଜିଂ ଲାୟନ୍" ଅପରେସନ୍ ଆରମ୍ଭ କରିଥିଲା। ଇରାନର ବିପଦକୁ ହ୍ରାସ କରିବା ପାଇଁ ଏହା ଏକ ସାମରିକ ଅଭିଯାନ। ଏହା ଏକମାତ୍ର ଆକ୍ରମଣ ନୁହେଁ ଏବଂ ଭବିଷ୍ୟତରେ ଆହୁରି ଆକ୍ରମଣ ହୋଇପାରେ ବୋଲି ଚେତାଇ ଦେଇଛନ୍ତି ନେତାନ୍ୟାହୁ।