ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ନୂଆ ଡାଟା ଜାରି କଲେ EC, ସିଲବନ୍ଦ ଲଫାପାରେ ସୂଚନା ଦେଇଥିଲେ ରାଜନୈତିକ ଦଳ

ନୂଆଦିଲ୍ଲୀ ୧୭।୩: ନିର୍ବାଚନ ଆୟୋଗ (ଇସି) ୧୭ ମାର୍ଚ୍ଚ ରବିବାର ସୁପ୍ରିମକୋର୍ଟଙ୍କ ଆଦେଶରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ନୂଆ ସୂଚନା ନିଜ ୱେବସାଇଟ୍‌ରେ ଅପଲୋଡ କରିଛନ୍ତି। ଏହା ପୂର୍ବରୁ ଇସି ମାର୍ଚ୍ଚ ୧୪ ତାରିଖ ଦିନ ପ୍ରଥମ କରି ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ସାର୍ବଜନିକ କରିଥିଲେ। ଏଥିରେ ବିଭିନ୍ନ କମ୍ପାନୀଙ୍କ ଦ୍ୱାରା କିଣାଯାଇଥିବା ଇଲୋକ୍ଟୋରାଲ ବଣ୍ଡ ଓ ପାର୍ଟିଙ୍କୁ ଏହା ମାଧ୍ୟମରେ ମିଳିଥିବା ଚାନ୍ଦାର ଉଲ୍ଲେଖ ଥିଲା। ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ଇଲୋକ୍ଟୋରାଲ ବଣ୍ଡ  ନେଇ ଜମା ରିପୋର୍ଟ ମିଳିବା ପରେ ଏହାକୁ ସାର୍ବଜନିକ କରିଛନ୍ତି। ଏହା ସେହି ସୂଚନା ଯାହା ରାଜନୈତିକ ଦଳମାନେ ସୁପ୍ରିମକୋର୍ଟଙ୍କ ଏପ୍ରିଲ ୨୦୧୯ର ଏକ ଅନ୍ତରୀଣ ଆଦେଶ ପରେ ସେମାନଙ୍କୁ ଇଲେକ୍ଟୋରାଲ ବଣ୍ଡ ରୂପେ ମିଳିଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ କରିଥିଲେ। ନିର୍ବାଚନ ଆୟୋଗ ଏହାକୁ ତତ୍କାଳୀନ ଆଇନ ହିସାବରେ ସିଲ ବନ୍ଦ ଲଫାପାରେ ଗୋପନୀୟ ରଖିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ ଆୟୋଗ ଏହି ସୂଚନା କୋର୍ଟଙ୍କୁ ପ୍ରଦାନ କରିଥିଲେ। ଏବେ ୧୫ ମାର୍ଚ୍ଚ ଆଦେଶ ପରେ ସୁପ୍ରିମକୋର୍ଟ ଏହି ସିଲବନ୍ଦ ଲଫାପା ନିର୍ବାଚନ ଆୟୋଗଙ୍କୁ ଫେରାଇ ଦେଇଛନ୍ତି। ଏହା ପରେ ନିର୍ବାଚନ ଆୟୋଗ ଏହାକୁ ସାର୍ବଜନିକ କରିଛନ୍ତି। ଏ ନେଇ ନିର୍ବାଚନ ଆୟୋଗ ରବିବାର ଏକ ବୟାନରେ କହିଛନ୍ତି ଯେ ‘ସୁପ

ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ନୂଆ ଡାଟା ଜାରି କଲେ EC, ସିଲବନ୍ଦ ଲଫାପାରେ ସୂଚନା ଦେଇଥିଲେ ରାଜନୈତିକ ଦଳ

ନୂଆଦିଲ୍ଲୀ ୧୭।୩: ନିର୍ବାଚନ ଆୟୋଗ (ଇସି) ୧୭ ମାର୍ଚ୍ଚ ରବିବାର ସୁପ୍ରିମକୋର୍ଟଙ୍କ ଆଦେଶରେ ଇଲେକ୍ଟୋରାଲ ବଣ୍ଡକୁ ନେଇ ନୂଆ ସୂଚନା ନିଜ ୱେବସାଇଟ୍‌ରେ ଅପଲୋଡ କରିଛନ୍ତି। ଏହା ପୂର୍ବରୁ ଇସି ମାର୍ଚ୍ଚ ୧୪ ତାରିଖ ଦିନ ପ୍ରଥମ କରି ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ ସୂଚନା ସାର୍ବଜନିକ କରିଥିଲେ। ଏଥିରେ ବିଭିନ୍ନ କମ୍ପାନୀଙ୍କ ଦ୍ୱାରା କିଣାଯାଇଥିବା ଇଲୋକ୍ଟୋରାଲ ବଣ୍ଡ ଓ ପାର୍ଟିଙ୍କୁ ଏହା ମାଧ୍ୟମରେ ମିଳିଥିବା ଚାନ୍ଦାର ଉଲ୍ଲେଖ ଥିଲା। 

ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟରେ ଇଲୋକ୍ଟୋରାଲ ବଣ୍ଡ  ନେଇ ଜମା ରିପୋର୍ଟ ମିଳିବା ପରେ ଏହାକୁ ସାର୍ବଜନିକ କରିଛନ୍ତି। ଏହା ସେହି ସୂଚନା ଯାହା ରାଜନୈତିକ ଦଳମାନେ ସୁପ୍ରିମକୋର୍ଟଙ୍କ ଏପ୍ରିଲ ୨୦୧୯ର ଏକ ଅନ୍ତରୀଣ ଆଦେଶ ପରେ ସେମାନଙ୍କୁ ଇଲେକ୍ଟୋରାଲ ବଣ୍ଡ ରୂପେ ମିଳିଥିବା ଚାନ୍ଦା ସମ୍ପର୍କରେ ନିର୍ବାଚନ ଆୟୋଗଙ୍କୁ ରିପୋର୍ଟ କରିଥିଲେ। ନିର୍ବାଚନ ଆୟୋଗ ଏହାକୁ ତତ୍କାଳୀନ ଆଇନ ହିସାବରେ ସିଲ ବନ୍ଦ ଲଫାପାରେ ଗୋପନୀୟ ରଖିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ନିର୍ବାଚନ ଆୟୋଗ ଏହି ସୂଚନା କୋର୍ଟଙ୍କୁ ପ୍ରଦାନ କରିଥିଲେ। 

ଏବେ ୧୫ ମାର୍ଚ୍ଚ ଆଦେଶ ପରେ ସୁପ୍ରିମକୋର୍ଟ ଏହି ସିଲବନ୍ଦ ଲଫାପା ନିର୍ବାଚନ ଆୟୋଗଙ୍କୁ ଫେରାଇ ଦେଇଛନ୍ତି। ଏହା ପରେ ନିର୍ବାଚନ ଆୟୋଗ ଏହାକୁ ସାର୍ବଜନିକ କରିଛନ୍ତି। ଏ ନେଇ ନିର୍ବାଚନ ଆୟୋଗ ରବିବାର ଏକ ବୟାନରେ କହିଛନ୍ତି ଯେ ‘ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରି ସିଲବନ୍ଦ ଲଫାପାରେ ଏକ ପେନ୍ ଡ୍ରାଇଭରେ ଡିଜିଟାଲ ରେକର୍ଡ ସହିତ ଫିଜିକାଲ କପି ଫେରସ୍ତ କରିଦେଇଛନ୍ତି’। ଏଣୁ ଭାରତୀୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରୁ ଡିଜିଟାଲ ରୂପେ ପାଇଥିବା ଡାଟା ଅପଲୋଡ କରିଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନୀ ବଣ୍ଡକୁ ନେଇ ବିରୋଧୀ ଦଳ ଲଗାତାର ବିଜେପିକୁ ଟାର୍ଗେଟ କରୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଇଲେକ୍ଟୋରାଲ ବଣ୍ଡକୁ ଦେଶର ସବୁଠୁ ବଡ଼ ଲୁଟ ଷଡ଼ଯନ୍ତ୍ର ବୋଲି କହିଛନ୍ତି।  ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି କୋର୍ଟଙ୍କ ଦେଖରେଖରେ ଏହାର ତଦନ୍ତ ଦାବି କରିଛି। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ତାଗିଦ ପରେ ଷ୍ଟେଟ ବ୍ୟାଙ୍କ ମାର୍ଚ୍ଚ ୧୨ ତାରିଖ ଦିନ ନିର୍ବାଚନ ବଣ୍ଡ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିଲେ। କୋର୍ଟ ଏହାକୁ ୱେବସାଇଟରେ ଅପଲୋଡ କରିବା ପାଇଁ ନିର୍ବାଚନ କମିଶନଙ୍କୁ ଆଦେଶ ଦେଇଥିଲେ।