ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦେବାକୁ ସମୟ ମାଗିଲା ଏସ୍‌ବିଆଇ

ନୂଆଦିଲ୍ଲୀ,୪।୩ : ଇଲେକ୍ଟ୍ରୋରାଲ ବଣ୍ଡ୍‌ଗୁଡ଼ିକର ସବିଶେଷ ତଥ୍ୟ ଦେବା ସମୟସମୀମା ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛି। ଗତ ମାସରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଇଲେକ୍ଟୋରାଲ ବଣ୍ଡ୍‌କୁ ବେଆଇନ କହିବା ସହ ମାର୍ଚ୍ଚ ୬ ସୁଦ୍ଧା ଏହାର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ନିମନ୍ତେ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ବିଆଇ ଏହାର ଆବେଦନରେ ଦର୍ଶାଇଛି, ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର ତଥ୍ୟ ପୁନଃ ସଂଗ୍ରହ କରିବା […] The post ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦେବାକୁ ସମୟ ମାଗିଲା ଏସ୍‌ବିଆଇ appeared first on Dharitri Odia News.

ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦେବାକୁ ସମୟ ମାଗିଲା ଏସ୍‌ବିଆଇ

ନୂଆଦିଲ୍ଲୀ,୪।୩ : ଇଲେକ୍ଟ୍ରୋରାଲ ବଣ୍ଡ୍‌ଗୁଡ଼ିକର ସବିଶେଷ ତଥ୍ୟ ଦେବା ସମୟସମୀମା ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ସୋମବାର ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛି। ଗତ ମାସରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ଇଲେକ୍ଟୋରାଲ ବଣ୍ଡ୍‌କୁ ବେଆଇନ କହିବା ସହ ମାର୍ଚ୍ଚ ୬ ସୁଦ୍ଧା ଏହାର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ନିମନ୍ତେ ଏସ୍‌ବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ବିଆଇ ଏହାର ଆବେଦନରେ ଦର୍ଶାଇଛି, ଇଲେକ୍ଟୋରାଲ ବଣ୍ଡ୍‌ଗୁଡ଼ିକର ତଥ୍ୟ ପୁନଃ ସଂଗ୍ରହ କରିବା ଏବଂ ଅନ୍ୟ ସିଲୋ ସହ ସେଗୁଡ଼ିକୁ ମେଳ କରାଇବା ସମୟସାପେକ୍ଷ କାର୍ଯ୍ୟ। ଇଲେକ୍ଟୋରାଲ ବଣ୍ଡ୍‌ରେ ଦାତାଙ୍କ ପରିଚୟ ଗୋପନ ରଖିବାରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ସେଗୁଡ଼ିକୁ ଡିକୋଡିଂ କରିବା ଏବଂ ଦାତାଙ୍କ ନାମକୁ ଚାନ୍ଦା ସହ ମେଳ କରାଇବା ମଧ୍ୟ ଏକ ଜଟିଳ ପ୍ରକ୍ରିୟା।

ତଥ୍ୟ ଗୋପନ ରଖିବା ପାଇଁ ବଣ୍ଡ୍‌ ଇସ୍ୟୁ ତଥ୍ୟ ଏବଂ ରାଜନୈତିକ ଦଳକୁ ଚାନ୍ଦା ଅର୍ଥ ପ୍ରଦାନ ତଥ୍ୟକୁ ଅଲଗା ଅଲଗା ସିଲୋରେ ରଖାଯାଇଛି। ଏଥିପାଇଁ କୌଣସି ସେଣ୍ଟ୍ରାଲ ଡେଟା ବେସ୍‌ କରାଯାଇ ନାହିଁ। ଦାତାଙ୍କ ସମ୍ପର୍କିତ ତଥ୍ୟ ନିର୍ଦ୍ଦିଷ୍ଟ ଶାଖାଗୁଡ଼ିକରେ ଜଉମୁଦା ଲଫାପାରେ ରଖାଯାଇଛି ଏବଂ ସେଗୁଡ଼ିକୁ ମୁମ୍ବାଇରେ ଥିବା ଆବେଦନକାରୀ ବ୍ୟାଙ୍କର ମୁଖ୍ୟ ଶାଖାରେ ଜମା କରାଯାଇଥିବାରୁ କମ୍‌ ସମୟ ମଧ୍ୟରେ ସମସ୍ତ ତଥ୍ୟ ଯୋଗାଡ଼ କରିବା ସମ୍ଭବ ନୁହେଁ ବୋଲି ଏସ୍‌ବିଆଇ କହିଛି।

The post ଇଲେକ୍ଟୋରାଲ ବଣ୍ଡ୍‌ ତଥ୍ୟ ଦେବାକୁ ସମୟ ମାଗିଲା ଏସ୍‌ବିଆଇ appeared first on Dharitri Odia News.