ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଧୂଷୁରୀ,୨୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଧୂଷୁରୀ ବଜାରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି। ମିଳିଥିବା ସୂଚନାନୁସାରେ, ବ୍ୟବସାୟୀ ମିଲୁ ମଲ୍ଲିକ ସବୁଦିନ ପରି ଦୋକାନ ବନ୍ଦକରି ନିଜ ଘରକୁ ଚାଲି ଯାଇଥିଲେ। କିଛି ସମୟ ପରେ ଦୋକାନରେ ନିଆଁ ଜଳୁଥିବା ବଜାରରେ ଥିବା ଅନ୍ୟ ବ୍ୟବସାୟୀ ଦେଖିବାକୁ ପାଇଥିଲେ। ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ହୋଇଥିଲେ ବି ଅଗ୍ନିକାଣ୍ଡକୁ ରୋକା […] The post ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ appeared first on Dharitri Odia News.

ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଧୂଷୁରୀ,୨୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଧୂଷୁରୀ ବଜାରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିଯାଇଛି।
ମିଳିଥିବା ସୂଚନାନୁସାରେ, ବ୍ୟବସାୟୀ ମିଲୁ ମଲ୍ଲିକ ସବୁଦିନ ପରି ଦୋକାନ ବନ୍ଦକରି ନିଜ ଘରକୁ ଚାଲି ଯାଇଥିଲେ। କିଛି ସମୟ ପରେ ଦୋକାନରେ ନିଆଁ ଜଳୁଥିବା ବଜାରରେ ଥିବା ଅନ୍ୟ ବ୍ୟବସାୟୀ ଦେଖିବାକୁ ପାଇଥିଲେ। ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ହୋଇଥିଲେ ବି ଅଗ୍ନିକାଣ୍ଡକୁ ରୋକା ଯାଇ ପାର ନ ଥିଲା। ଧାମନଗରରୁ ଦମକଳ ବାହିନୀ ଆସି ପହଞ୍ଚିଲା ବେଳକୁ ସବୁକିଛି ପୋଡ଼ି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିଲେ ବି ବିଦ୍ୟୁତ ଶଟ୍‌ସର୍କିଟ୍‌ ଯୋଗୁ ଏହା ଘଟିଥିବା ଜଣାପଡ଼ିଛି। ଧୂଷୁରୀ ନିକଟବର୍ତ୍ତୀ ସାଆଁଳପୁର ପଡ଼ିଆରେ ଦମକଳ କେନ୍ଦ୍ର ଖୋଲିବାକୁ ଅଞ୍ଚଳବାସୀ ଦୀର୍ଘଦିନ ଦାବି କରି ଆସୁଥିଲେ ବି ଏପର୍ଯ୍ୟନ୍ତ ତାହା ପୂରଣ ନ ହେବାରୁ ଅଞ୍ଚଳବାସୀ ଏଭଳି ଦୁର୍ଦ୍ଦଶା ଭୋଗ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି।

The post ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ appeared first on Dharitri Odia News.