ଇଶ୍ୱରପୁର ବୁଥ୍‌ରେ ଅଘଟଣ, ଭୋଟ ଦେବା ବେଳେ ଟଳିପଡିଲେ ବୃଦ୍ଧ

ନୀଳଗିରି ୦୧।୦୬ : ବାଲେଶ୍ୱର ଜିଲ୍ଲା ନୀଳଗିରି ଇଶ୍ୱରପୁର ୧୫୯ ନମ୍ବର ବୁଥ୍‌ରେ ଅଘଟଣ । ଭୋଟ ଦେବା ଟଳିପଡିଲେ ବୃଦ୍ଧ । ମୃତକଙ୍କ ନାମ ସୁରେନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । ଖବର ଅନୁଯାୟୀ, ରାଜ୍ୟରେ ଶନିବାର ଦିନ ଶେଷ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏହି ସମୟରେ ନୀଳଗିରି ଇଶ୍ୱରପୁର ୧୫୯ ନମ୍ବର ବୁଥ୍‌ରେ ଭୋଟ ଦେବା ବେଳେ ଜଣେ ବୃଦ୍ଧ ଟଳିପଡିଥିଲେ । ଯାହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ୬୮ ବର୍ଷୀୟ ସୁରେନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକଛାୟା ଖେଳିଯାଇଛି। 

ଇଶ୍ୱରପୁର ବୁଥ୍‌ରେ ଅଘଟଣ, ଭୋଟ ଦେବା ବେଳେ ଟଳିପଡିଲେ ବୃଦ୍ଧ

ନୀଳଗିରି ୦୧।୦୬ : ବାଲେଶ୍ୱର ଜିଲ୍ଲା ନୀଳଗିରି ଇଶ୍ୱରପୁର ୧୫୯ ନମ୍ବର ବୁଥ୍‌ରେ ଅଘଟଣ । ଭୋଟ ଦେବା ଟଳିପଡିଲେ ବୃଦ୍ଧ । ମୃତକଙ୍କ ନାମ ସୁରେନ୍ଦ୍ର ମହାନ୍ତି ବୋଲି ଜଣାପଡିଛି । 

ଖବର ଅନୁଯାୟୀ, ରାଜ୍ୟରେ ଶନିବାର ଦିନ ଶେଷ ପର୍ଯ୍ୟାୟ ଭୋଟିଂ ଚାଲିଛି । ଏହି ସମୟରେ ନୀଳଗିରି ଇଶ୍ୱରପୁର ୧୫୯ ନମ୍ବର ବୁଥ୍‌ରେ ଭୋଟ ଦେବା ବେଳେ ଜଣେ ବୃଦ୍ଧ ଟଳିପଡିଥିଲେ । ଯାହାପରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ୬୮ ବର୍ଷୀୟ ସୁରେନ୍ଦ୍ର ମହାନ୍ତିଙ୍କ ମୃତ୍ୟୁ ପରେ ପୁରା ଅଞ୍ଚଳରେ ଶୋକଛାୟା ଖେଳିଯାଇଛି।