ଇସ୍କନ ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର : ରାତି ପହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ତେବେ ଆସନ୍ତାକାଲି ଭୁବନେଶ୍ୱରର ଇସ୍କନ୍ ମନ୍ଦିରର ମଧ୍ୟ ରଥଯାତ୍ରା ଓ ବାହୁଡା ଯାତ୍ରା ଏବଂ ସୁନାବେଶ ଆୟୋଜନ ହେବ। ତେଣୁ ଭୁବନେଶ୍ବରରେ ‘ଇସ୍କନ’ର ରଥଯାତ୍ରା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ସମୟରେ ଇସ୍କନ ମନ୍ଦିରର ରାସ୍ତାରେ ଏବଂ ଆଖପାଖରେ ଭକ୍ତଙ୍କ ବିଶାଳ ସମାଗମ ହେବ ବୋଲି ଆଶା କରାଯାଉଛି। […]

ଇସ୍କନ ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି
ଇସ୍କନ ରଥଯାତ୍ରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି

ଭୁବନେଶ୍ୱର : ରାତି ପହିଲେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ସଜେଇ ହୋଇଛି ଶ୍ରୀକ୍ଷେତ୍ର। ତେବେ ଆସନ୍ତାକାଲି ଭୁବନେଶ୍ୱରର ଇସ୍କନ୍ ମନ୍ଦିରର ମଧ୍ୟ ରଥଯାତ୍ରା ଓ ବାହୁଡା ଯାତ୍ରା ଏବଂ ସୁନାବେଶ ଆୟୋଜନ ହେବ। ତେଣୁ ଭୁବନେଶ୍ବରରେ ‘ଇସ୍କନ’ର ରଥଯାତ୍ରା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। ରଥଯାତ୍ରା, ବାହୁଡା ଯାତ୍ରା ଏବଂ ସୁନାବେଶ ସମୟରେ ଇସ୍କନ ମନ୍ଦିରର ରାସ୍ତାରେ ଏବଂ ଆଖପାଖରେ ଭକ୍ତଙ୍କ ବିଶାଳ ସମାଗମ ହେବ ବୋଲି ଆଶା କରାଯାଉଛି।

ରଥଯାତ୍ରା (ଜୁନ୍ ୨୭), ବାହୁଡା ଯାତ୍ରା (ଜୁଲାଇ ୫) ଏବଂ ସୁନାବେଶ (ଜୁଲାଇ ୬) ସମୟରେ ଇସ୍କନ ମନ୍ଦିରର ରାସ୍ତାରେ ଏବଂ ଆଖପାଖରେ ଭକ୍ତଙ୍କ ବିଶାଳ ସମାଗମ ହେବ ବୋଲି ଆଶା କରାଯାଉଛି । ଭୁବନେଶ୍ୱର-କଟକ ପୋଲିସ କମିଶନରେଟ୍ ଯାନବାହାନ ଏବଂ ଭକ୍ତଙ୍କ ଅସୁବିଧାମୁକ୍ତ ଗତିବିଧି ପାଇଁ ଟ୍ରାଫିକ ନିୟନ୍ତ୍ରଣ ଏବଂ ପରିଚାଳନା ସହିତ ପାର୍କିଂ ବ୍ୟବସ୍ଥା ପାଇଁ ନିମ୍ନଲିଖିତ ପରାମର୍ଶ ଜାରି କରିଛି।

ଅପରାହ୍ନ ୩ ଟାରୁ ସିଆରପି ଛକ ଅତିକ୍ରମ ନ କରିବା ଯାଏଁ କଟକଣା, ଖୋର୍ଦ୍ଧା ପାର୍ଶ୍ୱରୁ ଆସୁଥିବା ଭାରୀ ଯାନଗୁଡ଼ିକୁ ଅଗ୍ନିଶମ ଷ୍ଟେସନ ଛକ ଆଡକୁ ସର୍ଭିସ୍ ରୋଡ୍ ଦେଇ ଚଳାଚଳ କରିବାକୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ୱରେ କୌଣସି ଯାନବାହନ ଚଳାଚଳ କରିପାରିବ ନାହିଁ। ସେହିଭଳି ଡିଏଭି ସ୍କୁଲ ଠାରୁ ମାଉସୀ ମା ମନ୍ଦିର ଓ ସିଆରପି ଛକ ଯାଏଁ ଗାଡ଼ି ଚଳାଚଳ ବନ୍ଦ ରହିବ। ଉଭୟ ପିସିଆର୍ ଭ୍ୟାନ୍ ଏବଂ ମୋଟରସାଇକେଲ୍ ପାଟ୍ରୋଲିଂ ଦଳ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ଜଗିବେ। ଏହି କଟକଣା ଜରୁରୀକାଳୀନ ଯାନ (ପୁଲିସ/ଅଗ୍ନିଶମ/ଆମ୍ବୁଲାନ୍ସ) ପାଇଁ ପ୍ରଯୁଜ୍ୟ ହେବ ନାହିଁ।