ଇସ୍କନକୁ ଗଜପତିଙ୍କ ପ୍ରଶ୍ନ ‘ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ’?
ପୁରୀ : ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖିଛନ୍ତି । ଚିଠିରେ ଅଦିନିଆ ରଥ ଯାତ୍ରା ନକରିବାକୁ ବାରଣ କରିଛନ୍ତି । କେବଳ ବିଧି ମୁତାବକ ରଥଯାତ୍ରା କରିବାକୁ କହିଛନ୍ତି ଗଜପତି ମହାରାଜ । ପୂର୍ବରୁ ମଧ୍ୟ ପରମ୍ପରା ମୁତାବକ ରଥଯାତ୍ରା କରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ମଧ୍ୟ ହୋଇଥିଲା। ବିଧି […]

ପୁରୀ : ଆମେରିକା ହ୍ୟୁଷ୍ଟନରେ ଇସ୍କନ ପକ୍ଷରୁ ଅଦିନ ସ୍ନାନ ଓ ରଥଯାତ୍ରା ପ୍ରସଙ୍ଗରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖିଛନ୍ତି । ଚିଠିରେ ଅଦିନିଆ ରଥ ଯାତ୍ରା ନକରିବାକୁ ବାରଣ କରିଛନ୍ତି । କେବଳ ବିଧି ମୁତାବକ ରଥଯାତ୍ରା କରିବାକୁ କହିଛନ୍ତି ଗଜପତି ମହାରାଜ । ପୂର୍ବରୁ ମଧ୍ୟ ପରମ୍ପରା ମୁତାବକ ରଥଯାତ୍ରା କରିବାକୁ କୁହାଯାଇଥିଲା । ପୂର୍ବରୁ ଏନେଇ ଇସ୍କନ ସହ ଅନେକ ଥର ଆଲୋଚନା ମଧ୍ୟ ହୋଇଥିଲା। ବିଧି ଓ ପରମ୍ପରା ମୁତାବକ ରଥଯାତ୍ରା ପାଇଁ ରିଜୋଲ୍ୟୁସନ ମଧ୍ୟ ହୋଇଥିଲା। ତେଣୁ ନଭେମ୍ବର ୯ରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରନ୍ତୁ।କେବଳ ବିଧି ମୁତାବକ ସ୍ନାନ ଯାତ୍ରା ଓ ରଥଯାତ୍ରା କରନ୍ତୁ ବୋଲି ଚିଠିରେ ଲେଖିଛନ୍ତି ଗଜପତି।
ଏଥି ସହିତ ହ୍ୟୁଷ୍ଟନ ଇସ୍କନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ତାଙ୍କ ଚିଠିରେ ବଡ଼ ତାର୍କିକ ପ୍ରଶ୍ନ ପଚାରିଛନ୍ତି। ଗଜପତି ମହାରାଜା ଲେଖିଛନ୍ତି ଅଦିନରେ ଜନ୍ମାଷ୍ଟମୀ ପାଳନ କରାଯାଏ କି? ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ ହେବ। କାହିଁକି ଭିନ୍ନ ଭିନ୍ନ ଦିନରେ ରଥଯାତ୍ରା ପାଳନ କରାଯିବ। ଅଦିନିଆ ରଥଯାତ୍ରା ପ୍ରଚଳିତ ପରମ୍ପରାର ବିରୁଦ୍ଧାଚରଣ କରୁଛି। ମୂଳପୀଠ ଶ୍ରୀମନ୍ଦିର ପରମ୍ପରା ମୁତାବକ ରଥଯାତ୍ରା କରିବାକୁ ପୂର୍ବରୁ କୁହାଯାଇଛି। ତେଣୁ ନଭେମ୍ବର ୯ ତାରିଖରେ ଯୋଜନା ଥିବା ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ଗଜପତି ମହାରାଜା କହିଥିବା ବେଳେ ବିଧି ମୁତାବକ ସ୍ନାନଯାତ୍ରା ଓ ରଥଯାତ୍ରା ଆୟୋଜନ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।
ସୂଚନାଥାଉ କି, ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ବଡ଼ଦାଣ୍ଡରେ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ଓହ୍ଲାଇ ଆସନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ଭାଇ, ଭଉଣୀଙ୍କୁ ସାଥିରେ ଧରି ନବଦାନାତ୍ମକ ଯାତ୍ରାରେ ଯାଆନ୍ତି ଶ୍ରୀଗୁଣ୍ଡିଚା ମନ୍ଦିର। ତେବେ ଏହାର ତିଥି ଧାର୍ଯ୍ୟ, ଯାହା ସ୍କନ୍ଦ ପୁରାଣରେ ମହାପ୍ରଭୁଙ୍କ ଦ୍ୱାରା ମଧ୍ୟ ନିର୍ଦ୍ଦେଶିତ। କିନ୍ତୁ ଆମେରିକାର ହଷ୍ଟନ ସହରରେ ଆସନ୍ତା ନଭେମ୍ୱର ୩ରେ ସ୍ନାନଯାତ୍ରା ଏବଂ ୯ରେ ଲିଜନ ପାର୍କରେ ଅଦିନିଆ ରଥଯାତ୍ରା କରିବାକୁ ଯାଉଛି। ଇସ୍କନର ହଷ୍ଟନ ଶାଖା ପକ୍ଷରୁ ନିଜ ୱେବ୍ସାଇଟ୍ ଓ ସାମାଜିକ ଗଣମାଧ୍ୟମରେ ଏହି ଅଦିନିଆ ରଥଯାତ୍ରା ସମ୍ପର୍କିତ ପୋଷ୍ଟ ହୋଇଛି। ଏହାକୁ ନେଇ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ, ଭକ୍ତ, ସେବାୟତ ବିରୋଧ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଭଳି ସ୍ଥିତି ଲାଗି ରହିଥିବାବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଇସ୍କନକୁ ଚିଠି ଲେଖି ଏଭଳି ଅଦିନିଆ ରଥଯାତ୍ରା ଆୟୋଜନରୁ ବାରଣ ରହିବାକୁ କହିଛନ୍ତି।