ଇସ୍ତଫା ଦେବେ କେଜରିଓ୍ବାଲ, କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର ଅଛି। ସେ ଆହୁରି କହିଛନ୍ତି ଯେ, ଆମେ ଭାଜପା ଆଗରେ ନଇଁବୁ ନାହିଁ। आज मैं जनता से पूछने आया हूँ कि आप केजरीवाल को ईमानदार मानते […] The post ଇସ୍ତଫା ଦେବେ କେଜରିଓ୍ବାଲ, କଲେ ବଡ଼ ଘୋଷଣା appeared first on Dharitri Odia News.
ନୂଆଦିଲ୍ଲୀ,୧୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିଛନ୍ତି। AAP କର୍ମୀଙ୍କୁ ସମ୍ବୋଧିତ କରିବାବେଳେ ସେ ଏହି ଘୋଷଣା କରିଛନ୍ତି। ତାଙ୍କ ସମ୍ବୋଧନରେ ସେ କହିଛନ୍ତି ଯେ, ଜନସାଧାରଣଙ୍କ ଆଶୀର୍ବାଦରେ ଭାଜପାର ସମସ୍ତ ଷଡଯନ୍ତ୍ରକୁ ପ୍ରତିହତ କରିବାର ଶକ୍ତି ଆମର ଅଛି। ସେ ଆହୁରି କହିଛନ୍ତି ଯେ, ଆମେ ଭାଜପା ଆଗରେ ନଇଁବୁ ନାହିଁ।
आज मैं जनता से पूछने आया हूँ कि आप केजरीवाल को ईमानदार मानते हो या गुनाहगार
अब जब तक दिल्ली की जनता अपना फ़ैसला नहीं सुना देती है तब तक मैं CM की कुर्सी पर नहीं बैठूँगा।
मैं आज से 2 दिन बाद मुख्यमंत्री के पद से इस्तीफ़ा दे दूंगा। @ArvindKejriwal #केजरीवाल_ईमानदार_है pic.twitter.com/i59f5U9gVV
— AAP (@AamAadmiParty) September 15, 2024
ସେ କହିଛନ୍ତି, ଆସନ୍ତା ଦୁଇ ଦିନ ମଧ୍ୟରେ ସେ ସିଏମ ପଦରୁ ଇସ୍ତଫା ଘୋଷଣା କରିବେ। ଆସନ୍ତା ଦୁଇ ଦିନ ମଧ୍ୟରେ ବିଧାନସଭା ଦଳର ବୈଠକ ହେବ ଏବଂ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସେ କହିଛନ୍ତି। ପରବର୍ତ୍ତୀ ସିଏମ ମଧ୍ୟ ଆମ ଆଦମୀ ପାର୍ଟିର କେହି ଜଣେ ହେବେ।
କେଜରିଓ୍ବାଲ ଆଦମୀ ପାର୍ଟି କର୍ମୀ ତଥା ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ, ମୁଁ ସରକାରୀ କୋର୍ଟରେ ଜିତିବା ପର୍ଯ୍ୟନ୍ତ ମୁଁ ସିଏମ ହେବି ନାହିଁ। ମୁଁ ଚାହୁଁଛି ଯେ ନଭେମ୍ବରରେ ଦିଲ୍ଲୀ ନିର୍ବାଚନ ହେଉ। ଜନସାଧାରଣ ମୋତେ ଭୋଟ ଦେବେ। ଯଦି ମୁଁ ଜିତେ ତେବେ ମୁଁ ସିଏମଙ୍କ ଚେୟାରରେ ବସିବି ବୋଲି ସେ କହିଛନ୍ତି।
The post ଇସ୍ତଫା ଦେବେ କେଜରିଓ୍ବାଲ, କଲେ ବଡ଼ ଘୋଷଣା appeared first on Dharitri Odia News.