ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନନ୍ଦିଘୋଷ ବ୍ୟୁରୋ: ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଗତକାଲି ହୋଇଥିବା କାଉଣ୍ଟିଂରେ ଆପର ପରାଜୟ ପରେ ଆଜି ଆତିଶୀ... The post ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ appeared first on .

ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ

ନନ୍ଦିଘୋଷ ବ୍ୟୁରୋ: ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ। ଗତକାଲି ହୋଇଥିବା କାଉଣ୍ଟିଂରେ ଆପର ପରାଜୟ ପରେ ଆଜି ଆତିଶୀ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଏଲଜିଙ୍କ ନିକଟକୁ ପଠାଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୧ରେ ସେ ମୁଖ୍ଯମନ୍ତ୍ରୀ ସମ୍ଭାଳିଥିଲେ। ସମୁଦାୟ ୧୩୮ ଦିନ ସେ କ୍ଷମତାର ରହିଥିଲେ। ୭୦ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୪୮ ଆସନ ହାସଲ କରିଥିବାବେଳେ ଆପ ପାଇଥିଲା ୨୨ ଆସନ। କଂଗ୍ରେସ ଖାତା ଖୋଲିବାରେ ସକ୍ଷମ ହୋଇ ନଥିଲା। ସେପଟେ ଦିଲ୍ଲୀ ସଚିବାଳୟ ଭିତରୁ କୌଣସି ଫାଇଲ, ନଥିପତ୍ର ଓ ଇଲେକ୍ଟ୍ରୋନିକ ରେକର୍ଡ ନେବା ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି। ଭିତରକୁ ପ୍ରବେଶ ନିଷିଦ୍ଧ କରାଯାଇଛି। ଗତକାଲିଠାରୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସଚିବାଳୟକୁ ସିଲ୍ କରାଯାଇଥିଲା। ରେକର୍ଡ, ଫାଇଲ ଓ ଇଲେକ୍ଟ୍ରୋନିକ ସାମଗ୍ରୀର ସୁରକ୍ଷା ଉପରେ କଡ଼ା ଦୃଷ୍ଟି ଦିଆଯାଇଛି। କାଲକାଜୀ ଆସନରୁ ବିଜେପି ପ୍ରାର୍ଥୀ ରମେଶ ବିଧୂରୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ ଆତିଶୀ। ସେ ୩ ହଜାର ୫୨୧ ଭୋଟରେ ବିଜୟୀ ହୋଇଥିଲେ।

The post ଇସ୍ତଫା ଦେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ appeared first on .