ଇସ୍ରାଏଲ ଆକ୍ରମଣରୁ ବର୍ତ୍ତିବା ପାଇଁ ତେହେରାନ ଛାଡି ପଳାଉଛନ୍ତି ଲୋକେ, ବର୍ଡରରେ ଭୀଷଣ ଜାମ, ଦେଖନ୍ତୁ Video

ତେହେରାନ ୧୬।୬: ଇରାନ ରାଜଧାନୀ ତେହେରାନର ସବୁ ସଡ଼କ ଏବେ ଯାନବାହନରେ ଭରା। ରାସ୍ତାରେ ଖୁବ୍ ଟ୍ରାଫିକ ଭିଡ, ଯାହାକୁ ଦେଖିବ ସହର ଛାଡିବା ପାଇଁ ବ୍ୟସ୍ତ। ଗ୍ରାମୀଣ ଇରାନକୁ ସଂଯୁକ୍ତ କରୁଥିବା ସଡ଼କ ସବୁ ଏବେ ଗାଡ଼ିଘୋଡ଼ାରେ ପୂର୍ଣ୍ଣ। ଲୋକେ ସହର ଛାଡି ଯିଏ ଯୁଆଡେ ପଳାଇବାକୁ ଚାହୁଁଛନ୍ତି। ତେହେରାନ ଉପରେ ଏବେ ଇସ୍ରାଏଲ ବିମାନ ଓ କ୍ଷେପଣାସ୍ତ୍ରରେ ଆକ୍ରମଣ କରୁଛି। ଲୋକେ ମୃତାହତ ହେଉଛନ୍ତି, ଏଣୁ ସହରରେ ଭୟର ପରିବେଶ ସୃଷ୍ଟି ହୋଇଛି। ଲୋକେ ଉତ୍ତର ଇରାନର ଗ୍ରାମାଞ୍ଚଳକୁ ପଳାଇଯିବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତା ଭିଡ ଯୋଗୁ ଲୋକେ ଜାମରେ ଫସି ରହିଛନ୍ତି। ଶୁକ୍ରବାର ସକାଳେ ଅଚାନକ ଇସ୍ରାଏଲ ବାୟୁସେନା ତେହେରାନ ଉପରେ ଆକ୍ରମଣ କରିଦେଇଥିଲା। ଆଇଡିଏଫ ଶୀର୍ଷ ଇରାନୀ ସୈନ୍ୟ ଅଧିକାରୀ ଓ ବୈଜ୍ଞାନିକଙ୍କ ଘରମାନଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା। କେତେକ ଛବିରେ ଆବାସୀୟ ଭବନ ଉପରେ ସଠିକ ଆକ୍ରମଣ ଦେଖାଯାଇଛି। #IranThe exodus of residents from Tehran continues — it did not stop all night, and heavy traffic jams are still being observed in the morning. pic.twitter.com/11v7CZ9PH3— Boris Alexander Beissner (@boris_beissner) June 16, 2025ଇରାନ ସରକାର ଲୋକଙ୍କ ଆଶଙ୍କା ଦୂର କରିବାକୁ ଉଦ୍ୟମ କରୁଛନ୍ତି। ଇରାନ ସରକାରଙ୍କ ମୁଖପାତ୍ର ଫତେମେହ ମୋହଜେରାନୀ ସରକାରୀ ଟିଭି

ଇସ୍ରାଏଲ ଆକ୍ରମଣରୁ ବର୍ତ୍ତିବା ପାଇଁ ତେହେରାନ ଛାଡି ପଳାଉଛନ୍ତି ଲୋକେ, ବର୍ଡରରେ ଭୀଷଣ ଜାମ, ଦେଖନ୍ତୁ Video

ତେହେରାନ ୧୬।୬: ଇରାନ ରାଜଧାନୀ ତେହେରାନର ସବୁ ସଡ଼କ ଏବେ ଯାନବାହନରେ ଭରା। ରାସ୍ତାରେ ଖୁବ୍ ଟ୍ରାଫିକ ଭିଡ, ଯାହାକୁ ଦେଖିବ ସହର ଛାଡିବା ପାଇଁ ବ୍ୟସ୍ତ। ଗ୍ରାମୀଣ ଇରାନକୁ ସଂଯୁକ୍ତ କରୁଥିବା ସଡ଼କ ସବୁ ଏବେ ଗାଡ଼ିଘୋଡ଼ାରେ ପୂର୍ଣ୍ଣ। ଲୋକେ ସହର ଛାଡି ଯିଏ ଯୁଆଡେ ପଳାଇବାକୁ ଚାହୁଁଛନ୍ତି। ତେହେରାନ ଉପରେ ଏବେ ଇସ୍ରାଏଲ ବିମାନ ଓ କ୍ଷେପଣାସ୍ତ୍ରରେ ଆକ୍ରମଣ କରୁଛି। ଲୋକେ ମୃତାହତ ହେଉଛନ୍ତି, ଏଣୁ ସହରରେ ଭୟର ପରିବେଶ ସୃଷ୍ଟି ହୋଇଛି। 

ଲୋକେ ଉତ୍ତର ଇରାନର ଗ୍ରାମାଞ୍ଚଳକୁ ପଳାଇଯିବାକୁ ଉଦ୍ୟମ କରୁଥିଲେ। ତେବେ ରାସ୍ତା ଭିଡ ଯୋଗୁ ଲୋକେ ଜାମରେ ଫସି ରହିଛନ୍ତି। ଶୁକ୍ରବାର ସକାଳେ ଅଚାନକ ଇସ୍ରାଏଲ ବାୟୁସେନା ତେହେରାନ ଉପରେ ଆକ୍ରମଣ କରିଦେଇଥିଲା। ଆଇଡିଏଫ ଶୀର୍ଷ ଇରାନୀ ସୈନ୍ୟ ଅଧିକାରୀ ଓ ବୈଜ୍ଞାନିକଙ୍କ ଘରମାନଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରିଥିଲା। କେତେକ ଛବିରେ ଆବାସୀୟ ଭବନ ଉପରେ ସଠିକ ଆକ୍ରମଣ ଦେଖାଯାଇଛି। 


ଇରାନ ସରକାର ଲୋକଙ୍କ ଆଶଙ୍କା ଦୂର କରିବାକୁ ଉଦ୍ୟମ କରୁଛନ୍ତି। ଇରାନ ସରକାରଙ୍କ ମୁଖପାତ୍ର ଫତେମେହ ମୋହଜେରାନୀ ସରକାରୀ ଟିଭି ମାଧ୍ୟମରେ ଇସ୍ରାଏଲ ଆକ୍ରମଣ କାଳରେ ମସଜିଦ୍ ଓ ସ୍କୁଲରେ ଶରଣ ନିଆଯାଇପାରିବ ବୋଲି କହିଛନ୍ତି। ଏହା ଛଡା ଇରାନର ମେଟ୍ରୋ ସିଷ୍ଟମରେ ମଧ୍ୟ ଶରଣ ନିଆଯାଇପାରିବ ବୋଲି ସେ କହିଛନ୍ତି। ସେହି ଅନୁସାରେ ରବିବାର ରାତିରୁ ତେହେରାନର ସମସ୍ତ ମେଟ୍ରୋ  ରେଳ ଷ୍ଟେସନର ଦ୍ୱାର ଖୋଲି ଦିଆଯାଇଛି। 


ମୁଖପାତ୍ର କହିଛନ୍ତି ଯେ ତେହେରାନରେ ଖାଦ୍ୟ, ଔଷଧ ଏବଂ ଇନ୍ଧନର କୌଣସି ସମସ୍ୟା ନାହିଁ। ତେହେରାନ ନଗର ପରିଷଦ ଅଧ୍ୟକ୍ଷ ମେହଦୀ ଚରମନ କହିଛନ୍ତି ଯେ ଶହରରେ ବୋମା ଆଶ୍ରୟସ୍ଥଳ ନଥିବାରୁ  ବିକଳ୍ପ ସନ୍ଧାନ କରାଯାଉଛି। ଏ ନେଇ ସେ ଏକ ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ତେହେରାନ ଓ ଆମର ଅନ୍ୟ ସହରାଞ୍ଚଳରେ ବୋମା ଆଶ୍ରୟ ସ୍ଥଳ ନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଇସ୍ରାଏଲରେ ଏପରି ସୁବିଧା ସବୁ ଥିବାରୁ ଦେଶରେ ମୃତ୍ୟୁ ସଂଖ୍ୟା କମ ହେଉଥିବା କହିଛନ୍ତି। ଚରମନ କହିଛନ୍ତି ଯେ ବେସମେଣ୍ଟ ଏକ ବିକଳ୍ପ ହୋଇପାରେ ତେବେ ଚରମ ପରିସ୍ଥିତିରେ ଭୂମିଗତ ରେଳ ଷ୍ଟେସନକୁ ଉପଯୋଗ କରାଯାଇ ପାରିବ। 


ତେବେ କିଛି ଲୋକେ ଏବେ ଇରାନରୁ ତୁର୍କି ପଳାଇଯିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି। ଏଣୁ ଇରାନ-ତୁର୍କିର ବଜାରଗାନ ବର୍ଡରରେ ଏବେ ଭୀଷଣ ଭୀଡ ଦେଖାଯାଉଛି।  କେବଳ ତୁର୍କି ନୁହେଁ ଇରାନ-ଅଜରବୈଜାନ ସୀମାରେ ମଧ୍ୟ ଲୋକଙ୍କ ଭୀଡ ବଢିବାରେ ଲାଗିଛି। ଏଣୁ ପରିସ୍ଥିତିର ମୁକାବିଲା ପାଇଁ ଅଜରବୈଜାନ ମଧ୍ୟ ଏବେ ପ୍ରସ୍ତୁତି ଆରମ୍ଭ କରିଛି।