ଇସ୍ରାଏଲ ଆକ୍ରମଣରେ ହମାସ୍ ମୁଖ୍ୟ ସିନଓ୍ବାର ନିହତ !
ତେଲ୍ ଅଭିବ୍: ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହିୟା ସିନୱାର ନିହତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏ ସଂପର୍କରେ ଆଇଡିଏଫ ( ଇସ୍ରାଏଲ ସେନା) କହିଛି ଯେ ଗାଜାରେ ଏହି ଅପରେସନ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ୟାହିୟା ସିନୱାର ମଧ୍ୟ ଥିଲେ କି ନାହିଁ ତାହାର ତଦନ୍ତ କରୁଛି ଆଇଡିଏଫ ଏବଂ ଆଇଏସଏ । ତେବେ ଏନେଇ ଏପର୍ଯ୍ୟନ୍ତ […]

ତେଲ୍ ଅଭିବ୍: ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହିୟା ସିନୱାର ନିହତ ହୋଇଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ଏ ସଂପର୍କରେ ଆଇଡିଏଫ ( ଇସ୍ରାଏଲ ସେନା) କହିଛି ଯେ ଗାଜାରେ ଏହି ଅପରେସନ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଆକ୍ରମଣରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ୟାହିୟା ସିନୱାର ମଧ୍ୟ ଥିଲେ କି ନାହିଁ ତାହାର ତଦନ୍ତ କରୁଛି ଆଇଡିଏଫ ଏବଂ ଆଇଏସଏ । ତେବେ ଏନେଇ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ। ଆଇଡିଏଫ କହିଛି ଯେ ଏଭଳି ପରିସ୍ଥିତିରେ ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ପରିଚୟ ସ୍ପଷ୍ଟ ହୋଇ ପାରିନାହିଁ।
ଇସ୍ରାଏଲ ସେନା ୟାହିୟା ସିନୱାର ଏବଂ ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି। କିନ୍ତୁ ଯେଉଁ କୋଠାରେ ଏହି ଆତଙ୍କବାଦୀମାନେ ନିହତ ହୋଇଥିଲେ ସେଠାରେ ଇସ୍ରାଏଲ କଏଦୀଙ୍କ କୌଣସି ଚିହ୍ନ ନଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ଇସ୍ରାଏଲ ସେନା ଇରାନରେ ହାମାସର ପୂର୍ବତନ ମୁଖ୍ୟ ଇସମାଇଲ ହାନିଆକୁ ମଧ୍ୟ ହତ୍ୟା କରିଥିଲା।