ଇସ୍ରାଏଲ ଉପରେ ଇରାନର ଆକ୍ରମଣ ମଧ୍ୟରେ ଭାରତୀୟ ଦୂତାବାସ ଜାରି କଲେ ଜରୁରିକାଳୀନ ହେଲ୍ପଲାଇନ ନମ୍ବର
ନୂଆଦିଲ୍ଲୀ ୧୪।୪: ଇସ୍ରାଏଲରେ ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ନିମନ୍ତେ ରବିବାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଇସ୍ରାଏଲରେ ସବୁ ଭାରତୀୟ ନାଗରିକଙ୍କୁ ଘାବରେଇ ନ ଯାଇ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ସମୟସମୟରେ ଜାରି କରାଯାଉଥିବା ସୁରକ୍ଷା ପ୍ରୋଟକଲକୁ ପାଳନ କରିବାକୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ଆମର ସବୁ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲୀ ଅଧିକାରୀ ଓ ଭାରତୀୟ ସମୂଦାୟ ସଦସ୍ୟଙ୍କ ସମ୍ପର୍କରେ ଅଛନ୍ତି। ଦୂତାବାସ ଜରୁରିକାଳୀନ ହେଲପ୍ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। ଏଥି ମଧ୍ୟରେ ଭାରତରେ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ଭାରତ ପରିସ୍ଥିତି ଉପରେ ପାଖରୁ ନଜର ରଖିଥିବା କହିଛନ୍ତି। ମନ୍ତ୍ରାଳୟ କହିଛନ୍ତି ଯେ କ୍ଷେତ୍ରରେ ଆମର ଦୂତାବାସ ଭାରତୀୟ ସମୂଦାୟଙ୍କ ସହ ସମ୍ପର୍କରେ ଅଛନ୍ତି। ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ଭାରତ ଚିନ୍ତିତ ବୋଲି କୁହାଯାଇଛି। ????*IMPORTANT ADVISORY FOR INDIAN NATIONALS IN ISRAEL*Link : https://t.co/OEsz3oUtBJ pic.twitter.com/ZJJeu7hOug— India in Israel (@indemtel) April 14, 2024ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ‘ଆମେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଢ
ନୂଆଦିଲ୍ଲୀ ୧୪।୪: ଇସ୍ରାଏଲରେ ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ନିମନ୍ତେ ରବିବାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଏଥିରେ ଇସ୍ରାଏଲରେ ସବୁ ଭାରତୀୟ ନାଗରିକଙ୍କୁ ଘାବରେଇ ନ ଯାଇ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଇଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ସମୟସମୟରେ ଜାରି କରାଯାଉଥିବା ସୁରକ୍ଷା ପ୍ରୋଟକଲକୁ ପାଳନ କରିବାକୁ କୁହାଯାଇଛି। ଏଥିରେ କୁହାଯାଇଛି ଯେ ଦୂତାବାସ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ଓ ଆମର ସବୁ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲୀ ଅଧିକାରୀ ଓ ଭାରତୀୟ ସମୂଦାୟ ସଦସ୍ୟଙ୍କ ସମ୍ପର୍କରେ ଅଛନ୍ତି।
ଦୂତାବାସ ଜରୁରିକାଳୀନ ହେଲପ୍ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି। ଏଥି ମଧ୍ୟରେ ଭାରତରେ ବୈଦେଶିକ ମନ୍ତ୍ରାଳୟ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ ଭାରତ ପରିସ୍ଥିତି ଉପରେ ପାଖରୁ ନଜର ରଖିଥିବା କହିଛନ୍ତି। ମନ୍ତ୍ରାଳୟ କହିଛନ୍ତି ଯେ କ୍ଷେତ୍ରରେ ଆମର ଦୂତାବାସ ଭାରତୀୟ ସମୂଦାୟଙ୍କ ସହ ସମ୍ପର୍କରେ ଅଛନ୍ତି। ତେବେ ଇସ୍ରାଏଲ ଓ ଇରାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧକୁ ନେଇ ଭାରତ ଚିନ୍ତିତ ବୋଲି କୁହାଯାଇଛି।
????*IMPORTANT ADVISORY FOR INDIAN NATIONALS IN ISRAEL*
Link : https://t.co/OEsz3oUtBJ pic.twitter.com/ZJJeu7hOug— India in Israel (@indemtel) April 14, 2024
ବିଦେଶ ମନ୍ତ୍ରାଳୟ କହିଛନ୍ତି ଯେ ‘ଆମେ ଇସ୍ରାଏଲ ଓ ଇରାନ ମଧ୍ୟରେ ବଢୁଥିବା ଶତ୍ରୁତା ନେଇ ଗଭୀର ରୂପେ ଚିନ୍ତିତ’। ଏହା ଦ୍ୱାରା କ୍ଷେତ୍ରର ଶାନ୍ତି ଓ ସୁରକ୍ଷା ବିପଦରେ ପଡିଯାଇଛି। ଏଣୁ ଆମେ ଉତ୍ତେଜନାକୁ ତତ୍କାଳ ହ୍ରାସ କରିବାକୁ, ସଞ୍ଜମତା ଅବଲମ୍ବନ କରିବାକୁ, ହିଂସାରୁ ଦୂରେଇବା ପାଇଁ କୁଟନୈତିକ ରାସ୍ତାକୁ ଫେରିବା ନିମନ୍ତେ ଆମେ ଆଗ୍ରହ କରୁଛୁ। କ୍ଷେତ୍ରରେ ଆମର ଦୂତାବାସ ଭାରତୀୟ ସମୂଦାୟଙ୍କ ସହ ସମ୍ପର୍କରେ ଅଛନ୍ତି। କ୍ଷେତ୍ରରେ ସୁରକ୍ଷା ଓ ସ୍ଥିରତା କାୟମ ରହୁ ଏହାହିଁ ଆମର କାମନା।
ଉଲ୍ଲେଖଯୋଗ୍ୟ ଯେ ଇରାନ ଏକ ଅପ୍ରତ୍ୟାସୀତ ପଦକ୍ଷେପ ନେଇ ୧୪ ଏପ୍ରିଲ ରବିବାର ପ୍ରତ୍ୟୁଷରେ ଇସ୍ରାଏଲ ଉପରେ ଆକ୍ରମଣ କରିଦେଇଛି। ଏଥିରେ ଇସ୍ରାଏଲ ଉପରକୁ ଇରାନ ଶହଶହ ବାଲିଷ୍ଟିକ ମିସାଇଲ, କ୍ରୁଜ ମିସାଇଲ ସମେତ ଡ୍ରୋନ ଆକ୍ରମଣ କରିଛି। ଏଥିରୁ ଅଧିକାଂଶକୁ ଇସ୍ରାଏଲ ତା ସୀମା ବାହାରେ ନଷ୍ଟ କରିଦେଇଛି। ଇରାନର ଇସ୍ଲାମିକ ରିବଲ୍ୟୁସନାରୀ ଗାର୍ଡ ( ଆଇଆରଜିସି) ଖାସ୍ ଲକ୍ଷକୁ ଟାର୍ଗେଟ୍ କରିବା ପାଇଁ ଏହି ଆକ୍ରମଣ କରାଯାଇଥିବା କହିଛି।
ଏଥିରେ ଆମେରିକା ଓ ବ୍ରିଟେନର ପ୍ରତିକ୍ରିୟା ମଧ୍ୟ ଆସିଛି। ଆମେରିକା ଏହି ପରିସ୍ଥିତିରେ ଇସ୍ରାଏଲ ସହିତ ଛିଡା ହୋଇଥିବା କହିଛି। ସେପଟେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଇରାନର ଏପରି ଆକ୍ରମଣକୁ ନିନ୍ଦା କରିଛନ୍ତି। କହିଛନ୍ତି ଯେ ସେ ଇସ୍ରାଏଲ ଓ ସମସ୍ତ କ୍ଷେତ୍ରିୟ ଭାଗିଦାରଙ୍କ ସୁରକ୍ଷା ନିମନ୍ତେ ପ୍ରତିଶ୍ରୁତି ବଦ୍ଧ।