ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ହମାସ ମୁଖ୍ୟ ୟାହ୍ୟା ସିନୱାରର ମୃତ୍ୟୁ !

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ହମାସ ମୁଖ୍ୟ ୟାହ୍ୟା ସିନୱାରର ମୃତ୍ୟ ହୋଇଛି ! ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ଆଶଙ୍କା ପ୍ରକାଶ କରିଛି। ତେବେ ମାମଲାର ସ୍ପଷ୍ଟତା ପାଇଁ ଗୁଇନ୍ଦା ବିଭାଗ ଏହାର ଯାଞ୍ଚ କରୁଛି ବୋଲି ଇସ୍ରାଏଲ ସେନା କହିଛି। ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ସିନୱାର ହମାସ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆତଙ୍କବାଦୀମାନେ ଇସ୍ରାଏଲର ସୀମା ଭାଙ୍ଗି ପଶିବା ଓ ଆକାଶ ମାର୍ଗରେ ପାରାଚୁଟ୍‌ରେ ଓହ୍ଲାଇ ଇସ୍ରାଏଲ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ଏଥିରେ ୧୨୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହାପର ଠାରୁ ଇସ୍ରାଏଲ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି। ସେବେଠାରୁ ୬୩ ବର୍ଷୀୟ ସିନୱାର ଇସ୍ରାଏଲ୍‌ର ଟାର୍ଗେଟ୍‌ରେ ଥିଲା। ପାଲେଷ୍ଟାଇନ୍‌କୁ ପୂର୍ଣ୍ଣ ଦେଶ କରିବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ବୋଲି ସିନୱାର ଭାବୁଥିଲା। ସେ ଦୋହା ସ୍ଥିତ ହମସା ନେତା ଇସ୍‌ମାଇଲ ହାନିଆ ବିରୋଧରେ ମଧ୍ୟ ଥିଲେ। ହାନିଆଙ୍କୁ ସେ ହୋଟେଲ ବୟ ବୋଲି କହୁଥିଲେ। ଜବାବରେ କତାର ନେତା ସିନୱାରଙ୍କୁ ମହାପାପୀ ବୋଲି କହୁଥିଲେ। ଗାଜାରେ କିଛି ଅସନ୍ତୋଷ ସତ୍ତ୍ୱେ ବି ହାମାସ ଉପରେ ସିନୱାରଙ୍କ ଦୃଢ଼ ପ୍ରଭାବ ରହିଥିଲା।  

ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ହମାସ ମୁଖ୍ୟ ୟାହ୍ୟା ସିନୱାରର ମୃତ୍ୟୁ !

ନୂଆଦିଲ୍ଲୀ: ଇସ୍ରାଏଲ ଏୟାର ଷ୍ଟ୍ରାଇକ୍‌ରେ ହମାସ ମୁଖ୍ୟ ୟାହ୍ୟା ସିନୱାରର ମୃତ୍ୟ ହୋଇଛି ! ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ଆଶଙ୍କା ପ୍ରକାଶ କରିଛି। ତେବେ ମାମଲାର ସ୍ପଷ୍ଟତା ପାଇଁ ଗୁଇନ୍ଦା ବିଭାଗ ଏହାର ଯାଞ୍ଚ କରୁଛି ବୋଲି ଇସ୍ରାଏଲ ସେନା କହିଛି। 

ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପାଇଁ ସିନୱାର ହମାସ ଆତଙ୍କବାଦୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ଆତଙ୍କବାଦୀମାନେ ଇସ୍ରାଏଲର ସୀମା ଭାଙ୍ଗି ପଶିବା ଓ ଆକାଶ ମାର୍ଗରେ ପାରାଚୁଟ୍‌ରେ ଓହ୍ଲାଇ ଇସ୍ରାଏଲ ଲୋକଙ୍କୁ ନୃଶଂସ ଭାବେ ହତ୍ୟା କରିଥିଲେ। ଏଥିରେ ୧୨୦୦ ଇସ୍ରାଏଲ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହାପର ଠାରୁ ଇସ୍ରାଏଲ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି। ସେବେଠାରୁ ୬୩ ବର୍ଷୀୟ ସିନୱାର ଇସ୍ରାଏଲ୍‌ର ଟାର୍ଗେଟ୍‌ରେ ଥିଲା। 

ପାଲେଷ୍ଟାଇନ୍‌କୁ ପୂର୍ଣ୍ଣ ଦେଶ କରିବାକୁ ହେଲେ ଯୁଦ୍ଧ ହିଁ ଏକମାତ୍ର ବିକଳ୍ପ ବୋଲି ସିନୱାର ଭାବୁଥିଲା। ସେ ଦୋହା ସ୍ଥିତ ହମସା ନେତା ଇସ୍‌ମାଇଲ ହାନିଆ ବିରୋଧରେ ମଧ୍ୟ ଥିଲେ। ହାନିଆଙ୍କୁ ସେ ହୋଟେଲ ବୟ ବୋଲି କହୁଥିଲେ। ଜବାବରେ କତାର ନେତା ସିନୱାରଙ୍କୁ ମହାପାପୀ ବୋଲି କହୁଥିଲେ। ଗାଜାରେ କିଛି ଅସନ୍ତୋଷ ସତ୍ତ୍ୱେ ବି ହାମାସ ଉପରେ ସିନୱାରଙ୍କ ଦୃଢ଼ ପ୍ରଭାବ ରହିଥିଲା।